ଗଜପତି

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ ଗାଁ ବୁଲୁଛନ୍ତି। ହେଲେ ଶନିବାର ବ୍ଲକର ଯାନୀଗୁଡ଼ା ଗ୍ରାମରେ ପଶି ଘର, ଗୁହାଳ ଭାଙ୍ଗିବା…

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ ହେଲେ ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମାଥିସ ଲିମା। ଆର.ଉଦୟଗିରି…

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ…

ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ 

ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ। ପରେ କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା କାରଣରୁ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଏକ କୋର୍ଟ ପଳାତକ…

ବାଜିଲା ରାଜ୍ୟ ସରକାରଙ୍କ ମୋହର: ଏଣିକି ଆନ୍ଧ୍ରକୁ ଯିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି, ନିର୍ମାଣ ହେବ…

ଗଜପତି,୨।୧୧(ଗିରିଧାରୀ ପରିଛା): ଉପାନ୍ତ ଗଜପତି ଜିଲାରେ ଆନ୍ଧ୍ର ସହ ଗମନା ଗମନ ସୁବିଧା ଏବଂ ବ୍ୟବସାୟିକ ଦୃଷ୍ଟି କୋଣରୁ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ଉଦ୍ଦେଶ୍ୟରେ ବହୁଦିନ ଧରି ଲୋକଙ୍କ ଦାବି ରହିଥିଲା। ବଂଶ ଧାରା ନଦୀ ଉପରେ…

ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ସରକାରଙ୍କ ପ୍ରତିଶ୍ରୁତି

ଗଜପତି,୧।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣ ପ୍ରସଙ୍ଗରେ ସୋମବାର ଓଡିଶା ବିଧାନସଭାରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଶୀତକାଳୀନ ଅଧିବେଶନରେ ପୁଣି ଥରେ…

ଓଡ଼ିଶାର ଦୁଗ୍ଧ ସଂଗ୍ରହ ଗୃହରୁ ଫାଇଦା ଉଠାଉଛି ଆନ୍ଧ୍ର

ପାରଳାଖେମୁଣ୍ଡି,୧ା୧୨ (ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ଥିବା ଓମ୍‌ଫେଡର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଯେଉଁ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ତାହା ବିଫଳ ହେବାରୁ ସରକାରୀ ଅବହେଳା ଓ ଉଦାସୀନତାର ଶିକାର ହୋଇଛି। ଫଳରେ କେନ୍ଦ୍ରରେ ରହିଥିବା ବହୁ କୋଟି ଟଙ୍କାର ଯନ୍ତ୍ରପାତି…

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ୍: କୁକୁର ନେଇ ପ୍ରବେଶକୁ କେନ୍ଦ୍ର କରି ସିକ୍ୟୁରିଟି ଗାର୍ଡଙ୍କ ସହ ହାତାହାତି

ଗଜପତି,୩୦।୧୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ରବିବାର ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ନିଜର ପୋଷା କୁକୁରକୁ ଧରି…

ରାସ୍ତାକଡ଼ ସାଇନ୍‌ବୋର୍ଡରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ମୋହନା,୩୦ା୧୧(ମନ୍ମଥ ମିଶ୍ର): ଶୁଦ୍ଧିଘର ଭୋଜି ଖାଇ ଫେରିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଚନ୍ଦ୍ରଗିରି…

ଲକ୍ଷାଧିକ ଟଙ୍କା ଲୁଟିନେଲେ ସରକାରୀ କର୍ମଚାରୀ, ଅଞ୍ଚଳରେ ଚାଞ୍ଚଲ୍ୟ

ଗଜପତି,୨୮।୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଚଳିତ ମାସ ନଭେମ୍ବର ୩ ତାରିଖ ରାତ୍ର ୧୦. ୩୦ ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟପାଟ…

ମକା ବୋଝେଇ ଟ୍ରକ୍‌ ସହ ଘାଟିରୁ ଖସିପଡ଼ିଲେ ଚାଳକ, ଚାଲିଗଲା ଜୀବନ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଗୁରୁବାର ରାତିରେ ଜରଉ ଘାଟିରେ ଏକ ମକା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲା…

ୟୁରୋପ ଝିଅ ଓଡ଼ିଶା ବୋହୂ, ପ୍ରେମିକଙ୍କୁ ପାଇବା ପାଇଁ ପାରି ହେଲେ ସାତ ଦରିଆ, ପଡ଼ିଲା ହାତଗଣ୍ଠି

ଗଜପତି,୨୮ା୧୧(ଗିରିଧାରୀ ପରିଚ୍ଛା): କୁହାଯାଏ ପ୍ରେମ ଅନ୍ଧ। ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ। ପ୍ରେମିକ ହେଉ ବା ପ୍ରେମିକା ମନର ମଣିଷକୁ ପାଇବା ପାଇଁ ସବୁ ପ୍ରକାର ବାଧାବିଘ୍ନ ସାମ୍ନା କରିଥାଏ। ଏପରିକି ସାତ ଦରିଆ ପାରି ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?