ଗଜପତି

ଗଜପତିରେ ପେଟ୍ରୋଲ ଡିଜେଲ ଅଭାବ

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.)- ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଛି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ଦିନେ ଖୋଲିଲେ ଦୁଇ ଦିନ ବନ୍ଦ ରହୁଛି...

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଆରମ୍ଭ ହୋଇଥିବା ସତ୍ତ୍ୱେ ସମାପ୍ତ ହୋଇପାରୁନାହିଁ। ଫରେଷ୍ଟ ଗେଟ୍‌ଠାରୁ ପୁରୁଣା କୋର୍ଟ ଏବଂ ପୁରୁଣା କୋର୍ଟଠାରୁ ମୁଖ୍ୟ ଚିକିତ୍ସାଳୟ ଛକ ପ୍ରାୟ ୭ କିମି ରାସ୍ତା ମଧ୍ୟରୁ ଫରେଷ୍ଟ...

ବୁବୁ ପଣ୍ଡା ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୨ା୬: ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)- ୧ ସଂଘମିତ୍ରା ଶର୍ମା ବହୁ ଚର୍ଚ୍ଚିତ ରଣ୍ଡାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୧୦ ଜଣ ଅଭିଯୁକ୍ତଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ...

କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି:୨୨।୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଶ୍ୟାମ ନଗରରେ ମଙ୍ଗଳବାର ରାତିରେ ଚୋରି ହୋଇଛି। ପ୍ରକାଶ ଚୌଧୁରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେଟ୍ରୋନିକ୍‌ ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଥିବା...

ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ପଲାସା ଅଞ୍ଚଳର ବୋଲି ଜଣାପଡ଼ିଛି। ଆନ୍ଧ୍ର ବନ...

ଲୋକଙ୍କ ସେବାରେ ଆସୁନି ସ୍ବଚ୍ଛ ପାନୀୟ ଜଳ ଯୋଗାଣ

ନୂଆଗଡ଼,୨୦।୬: ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଏଠାରେ ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଅଚଳ ଅବସ୍ଥାରେ...

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

କୋଟିଏ ଟଙ୍କାର ଗଞ୍ଜେଇ ଛାଡି ବ୍ୟବସାୟୀ ଚମ୍ପଟ

ଆର.ଉଦୟଗିରି,୧୬।୬(ଡି.ଏନ.ଏ.): ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ପାଟ୍ରୋଲିଂ ଟିମ୍‌ ଝରଣପୁର ଛକ ନିକଟରେ ଏକ ଗାଡ଼ି...

ଆମ ଶୌଚାଳୟରେ ତାଲା, ଅସନ୍ତୋଷ ବୃଦ୍ଧି

ନୂଆଗଡ଼,୧୩।୬: ଗଜପତି ଜିଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆମ ଶୌଚାଳୟ ଲୋକଙ୍କ ସୁବିଧା ଲାଗି ନିର୍ମାଣ କରାଯାଇଛି। ଏହା ୨୦୨୦ ନଭେମ୍ବର ୨୫ ତାରିଖରେ ଲୋକାର୍ପିତ ହୋଇଛି। ହେଲେ ଏହି ଶୌଚାଳୟଟି ଲୋକାର୍ପିତ ଦିନଠାରୁ ୨ବର୍ଷ ପୂରିବାକୁ...

ବିଭିନ୍ନ ଦାବିରେ ରେଳରୋକୋ

ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେଶନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ୩୦ ମିନିଟ୍‌...

ସମବାୟ ସହରାଞ୍ଚଳ ବ୍ୟାଙ୍କ ନିର୍ବାଚନ: ୧୫ ନିର୍ଦ୍ଦେଶକ ପଦବୀରୁ ୬ ନିର୍ଦ୍ୱନ୍ଦ୍ୱ

ପାରଳାଖେମୁଣ୍ଡି,୯ା୬(ଡି.ଏନ୍‌.ଏ.): ଗଜପତି ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜୋନ ନଂ୧,୨, ୬, ୭,୧୧ ଓ ୧୫ରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ଜଣେ ଲେଖାଏ...

କାଠ ଚାଲାଣ ବେଳେ ଘାଟିରେ ଓଲଟିଲା ଟ୍ରାକ୍ଟର

ଆର.ଉଦୟଗିରି,୩।୬(ଡି.ଏନ୍‌.ଏ.): କାଠ ଚାଲାଣ ବେଳେ ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri