ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ କିଛି ଗ୍ରାମ ଗୁଡିକ ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ରହିଛି । ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡିକ ରାସ୍ତା, ପାନୀୟ ଜଳ, ମୋବାଇଲ ସେବାରୁ ବଞ୍ଚିତ ଥିବା ବେଳେ ଗ୍ରାମ ଗୁଡିକରେ ରହିଛି ପ୍ରାଥମିକ ବିଦ୍ୟାଳୟ । ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ଗଡ଼ିବା ପାଇଁ ଖୋଲିଥିଲା ବିଦ୍ୟାଳୟ । ହେଲେ କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବା ପରେ ଉକ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରି ନିକଟରେ ଥିବା ବିଦ୍ୟାଳୟରେ ସାମିଲ କରାଯାଇଛି ।

ହେଲେ ଉକ୍ତ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକମାନେ ବିଦ୍ୟାଳୟ ଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଗୋଟିଏ ଦିନ ବିତିଯାଏ । କାମ ସାରି ବିଦ୍ୟାଳୟକୁ ଫେରିବା ବେଳେ ଯାନବାହାନ ସୁବିଧା ନଥିବାରୁ ଶିକ୍ଷକମାନେ ମୋହନାରେ ରାତ୍ରୀଯାପନ କରିବାକୁ ବାଧ୍ୟ ହେଉଥିଲେ । ଏଥିସହ ପ୍ରାଥମିକ ଶିକ୍ଷକ ସଂଘର ବୈଠକ କରିବା ପାଇଁ ଜାଗା ଅଭାବରୁ ବୈଠକ କରିବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକ ଭବନ ନିର୍ମାଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ବହୁବାର ଦାବୀ କରିଥିଲେ ।

ଏହାପରେ ପ୍ରଶାସନ ପକ୍ଷରୁ ମୋହନା ବ୍ଲକ ସମ୍ମୁଖରେ ଶିକ୍ଷକ ସଂଘକୁ ଏକ ଜମି ସରକାର ଯୋଗାଇଥିଲେ । ଉକ୍ତ ଜମିରେ ୨୦୦୧ ମସିହା ଫେବୃଆରୀ ୭ରେ ଶିକ୍ଷକ ଭବନ ନିର୍ମାଣ ହୋଇଥିଲା । ଏହି ଶିକ୍ଷକ ଭବନ କୋଠା ନିର୍ମାଣ ପାଇଁ ତତକାଳୀନ ମୋହନା ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରୟଣ ପାତ୍ର, ବିଡ଼ିଓ କୈଳାସ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷ ରାମ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟ ଶିବ ଶଙ୍କର ସାହୁ, ନର୍ମଦା ଦଳେଇ ଓ ଶିକ୍ଷକ ନେତା ମନୋଜ କୁମାର ପଟ୍ଟନାୟକଙ୍କ ପ୍ରଚ଼େଷ୍ଟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯlଇଥିଲା । ପରେ ଶିକ୍ଷକ ଭବନ କୋଠା ନିର୍ମାଣ ହେଲା ଆଉ ପ୍ରାଥମିକ ଶିକ୍ଷକ ସଂଘର ସ୍ବପ୍ନ ପୂରଣ ହେଇଥିଲା । ହେଲେ ଏହି କୋଠା ନିର୍ମାଣ ହୋଇ ଦୀର୍ଘ ୨୫ ବର୍ଷ ବିତିଲାଣି କିନ୍ତୁ ଆଜିକୁ ପ୍ରାୟ ୧୦ବର୍ଷ ହେଲା ସେହି କୋଠା ଶିକ୍ଷକ ସଂଘର କାର୍ଯ୍ୟରେ ଲାଗୁନି। ଯାହା ଦ୍ୱାରା ଏହି କୋଠା ଏବେ ଭୁତ କୋଠି ପାଲଟିଛି ।

କୋଠାଟି ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଛି । କୋଠାରେ ବିଦ୍ୟୁତ ସଂଯୋଗ ରହିଛି । ତାହାର ମାସିକ ବିଲ କିଏ ପୈଠ କରୁଛି ତାହାର ତଥ୍ୟ ମଧ୍ୟ ମିଳୁନି। କିନ୍ତୁ ଏବେ ଏହି କୋଠା କିଛି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ବରିଷ୍ଠ ଶିକ୍ଷକ । ଏଠାରେ ରହୁଥିବା ଜନୈକ ଶିକ୍ଷକ ଏହି କୋଠାକୁ କବଜାରେ ରଖିଥିବା ବେଳେ ବହୁ ଅଭିଯୋଗ ସତ୍ୱେ ଉକ୍ତ କୋଠାକୁ ଶିକ୍ଷକ ସଂଘକୁ ହସ୍ତାନ୍ତର କରୁନାହାଁନ୍ତି । ଯାହାକୁ ନେଇ ଶିକ୍ଷକ ସଂଘ ବହୁବାର ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ସୁଫଳ ମିଳୁନି । ଅପରପକ୍ଷେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ଏଯାବତ କୌଣସି ଲିଖିତ ଅଭିଯୋଗ ଆସିନଥିବା କହିଛନ୍ତି । ଯଦି ତୁରନ୍ତ ଉକ୍ତ କୋଠାକୁ ହସ୍ତାନ୍ତର କରାନଯାଏ ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ଶିକ୍ଷକ ସଂଘର ସଭାପତି କବିରାଜ ମଲ୍ଲିକ କହିଛନ୍ତି  ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?