୫-ଟି ଅନୁଦାନ ବାଟମାରଣା
ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ପଞ୍ଚାୟତର ରଘୁନାଥଜୀଉ ବିଦ୍ୟାମନ୍ଦିରରେ ‘୫-ଟି’ ଅନୁଦାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବାରମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଶୌଚାଳୟ, ଜଳଯୋଗାଣ ଗୃହ କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିବା...
୧୦ କି.ମି. ପାଇଁ ଖର୍ଚ୍ଚ ହେବ ସାଢ଼େ ୯ କୋଟି
ପରଜଙ୍ଗ,୨୧।୪(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡାଠାରୁ ସରାଙ୍ଗ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତ ହେବ। ଗୁରୁବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ତଥା...
୫ ବର୍ଷ ପରେ ଆର୍ଆଇ ଅଟକ
ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲାରେ ୨୦୧୮ରେ ଜଣେ ଆର୍ଆଇ ନିଜ ସିସିଆର୍ରେ ତତ୍କାଳୀନ ଜିଲାପାଳଙ୍କ ଦସ୍ତଖତ ଜାଲ କରିଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଘଟଣାର ଅଭିଯୁକ୍ତ ତଥା ସେତେବେଳର ଗଁଦିଆ ଓ ଭୁବନ ତହସିଲ ଯୁଗ୍ମ ଦାୟିତ୍ୱରେ...
ଲୋ-ଭୋଲ୍ଟେଜ୍ରେ ନୟାନ୍ତ
ଢେଙ୍କାନାଳ ଅଫିସ, ୨୦।୪: ତତଲା କଡ଼େଇରେ ପରିଣତ ହୋଇଛି ସାରା ରାଜ୍ୟ। ଏଥିରୁ ବାଦ୍ ପଡ଼ିନି ଢେଙ୍କାନାଳ। ଜିଲାର ତାପମାତ୍ରା ୪୦ ଟପିଥିବାବେଳେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ଲୋ-ଭୋଲ୍ଟେଜ ସମସ୍ୟା ବୋଝ ଉପରେ...
ଭୟାବହ ଅଗ୍ନିକାଣ୍ଡ: ୧୪ ପରିବାର ସର୍ବସ୍ବାନ୍ତ
ଢେଙ୍କାନାଳ ଅଫିସ/ପରଜଙ୍ଗ (ଡି.ଏନ୍.ଏ.), ୨୦।୪: ଢେଙ୍କାନାଳ ଜିଲାର ପୃଥକ୍ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ବଖରା ପୋଡ଼ି ଛାରଖାର ହୋଇଯାଇଥିବାବେଳେ ୧୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁାର କରାଳ ରୂପ ଦେଖିବାକୁ ମିଳିଛି ସଦର ଥାନା...
୬୦ ଗାଡ଼ି ଯାଞ୍ଚ, ୩ ଲକ୍ଷ ଜରିମାନା
ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରରେ ସ୍କୁଲ ବସ୍ ଧକ୍କାରେ ସୋମବାର ପୌରପାଳିକାର ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଏପରି ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରିଛି ପ୍ରଶାସନ। ମଙ୍ଗଳବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଟାଉନ...
ଢେଙ୍କାନାଳରେ ପାରଦ ୪୧ ଟପିଲା
ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ସକାଳୁ ଟାଣ ଖରା ସାଙ୍ଗକୁ ମଧ୍ୟାହ୍ନରେ ତତଲା ପବନ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିସହ ଘନ ଘନ ବିଦ୍ୟୁତ୍ କାଟ୍ ସହରବାସୀଙ୍କ ମଧ୍ୟରେ ତୀବ୍ର...
ବାଇପାସ୍ ଛକରେ ଘଣ୍ଟାଏ ରାସ୍ତାରୋକ
ଡେଙ୍କାନାଳ ଅଫିସ୍,୧୮।୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଛି। ଏହାର ପ୍ରତିବାଦରେ ସୋମବାର ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ ଘଣ୍ଟା...
ଦେଶର ୩୩ ତମ ସ୍ଥାନରେ ଢେଙ୍କାନାଳ କଲେଜ
ଡେଙ୍କାନାଳ ଅଫିସ୍,୧୮।୪: ଉନ୍ନତ ଭିତ୍ତିଭୂମି, ଶିକ୍ଷାଦାନରେ ଗୁଣବତ୍ତା, କର୍ମଶାଳା, ପାଠଚକ୍ର, ପରୀକ୍ଷାଫଳ, ପରିବେଶ ଆଦିକୁ ନେଇ ଏଜୁକେଶନ ଓ୍ବାଲର୍ଡ ପକ୍ଷରୁ ସର୍ବଭାରତୀୟସ୍ତରରେ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକର ର଼୍ୟାଙ୍କିଙ୍ଗ କରାଯାଇଥିବାବେଳେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଦେଶର ୩୩ ତମ ସ୍ଥାନରେ ରହିଛି। ଏହି...
ଚାଉଳକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ
ଢେଙ୍କାନାଳ ଅଫିସ୍, ୧୭।୪: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ମିଳୁଥିବା ଚାଉଳକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ହିତାଧିକାରୀଙ୍କୁ ଯୋଗାଣ ହେଉଥିବା ଚାଉଳରେ ଧଳା ଧଳା ଦାନା ମିଶିଛି। ତେଣୁ ଅନେକେ ଭୟରେ ଏହାକୁ...
ଗାଉଛନ୍ତି ୮ ଭାଷାରେ ଗୀତ
ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍କେଜିରେ ପଢୁଥିବା ଏହି କୁନିଝିଅ ନିଜର ବିଚକ୍ଷଣ ବୁଦ୍ଧି, ସଙ୍ଗୀତ ଗାନ କୌଶଳ ପାଇଁ ଚର୍ଚ୍ଚା ସାଉଁଟୁଛନ୍ତି। ବୟସ...
ସ୍କୁଲ ବସ୍ ଧକ୍କାରେ ପୌରସଂସ୍ଥା ମହିଳା କର୍ମଚାରୀଙ୍କ ଜୀବନ ଗଲା
ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସହର ଦେଉଳ ସାହି ରାମଦାସ ଛକଠାରେ ସୋମବାର ଡିପିଏସ୍ ସ୍କୁଲ ବସ୍ ଧକ୍କାରେ ସୌଭାଗ୍ୟଲକ୍ଷ୍ମୀ ଦଳେଇ(୨୬) ନାମକ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ସୌଭାଗ୍ୟଲକ୍ଷ୍ମୀଙ୍କ ଘର କଟକ ଜିଲା ଆଠଗଡ଼ ଥାନା...
Archives


