Odisha Elections 2024

ସଞ୍ଜ ନଇଁଲେ ଶୂନ୍‌ଶାନ୍‌

ଢେଙ୍କାନାଳ ଅଫିସ, ୧୦।୬: ଘରୁ ଗୋଡ଼ କାଢ଼ିଲେ ଘାରୁଛି ଭୟ। ଗଁା ରାସ୍ତାରେ ଗଲାବେଳେ ପତ୍ରଟେ ହଲିଲେ ଥରିଯାଉଛି ଛାତି। ସଞ୍ଜ ନଇଁଲେ ଶୂନ୍‌ଶାନ୍‌ ହୋଇଉଠୁଛି ପରିବେଶ। ଚାଷବାସ, ପାଠପଢ଼ା, ଜରୁରୀ କାର୍ଯ୍ୟ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। ଗୋଠଛଡ଼ା ଦନ୍ତା ଆତଙ୍କ ଏଭଳି ଭୟର ବାତାବରଣ ସୃଷ୍ଟି କରିଛି ଯେ, ଜୀବନ ଭୟରେ ଗୃହବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଜିଲାର ହାତୀ ଉପଦ୍ରୁତ ଅଞ୍ଚଳବାସୀ।
ଜଙ୍ଗଲରେ ହାତୀଙ୍କୁ ମିଳୁନାହିଁ ପର୍ଯ୍ୟାପ୍ତ ଖାଦ୍ୟ କି ପାନୀୟ। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ କରୁଛି। ଏଥିରୁ ବର୍ତ୍ତିବା ପାଇଁ ସେମାନେ ଜନବସତିମୁହଁା ହେଉଛନ୍ତି। ବାଡ଼ି ବଗିଚାରେ ଫଳିଥିବା ପାଚିଲା ଆମ୍ବ, ପଣସ ବାସ୍ନା ସେମାନଙ୍କୁ ମତୁଆଲା କରୁଛି। ତେଣୁ ହାତୀପଲ ଗ୍ରାମାଞ୍ଚଳରେ ଉପଦ୍ରବ କରୁଛନ୍ତି। ବିଶେଷକରି ଗୋଠରୁ ଅଲଗା ହୋଇ ଏକାକୀ ବୁଲୁଥିବା ଦନ୍ତାଙ୍କ ହିଂସ୍ର ଆଚରଣ ଚିନ୍ତା ବଢ଼ାଇଛି। ଗତ ମାସକ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୧୦ ଜୀବନ ଗଲାଣି। ସେହିପରି ସପ୍ତାହକ ମଧ୍ୟରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ଏବଂ ଅସୁସ୍ଥତା କାରଣରୁ ୨ ହାତୀଙ୍କ ମୃତ୍ୟୁ ଘଟିଛି। ଜିଲାରେ ହାତୀ-ମଣିଷ ସଂଘର୍ଷର ଅନ୍ତ ଘଟୁ ନ ଥିବାବେଳେ ଏହାକୁ ନେଇ ଅଧିକାଂଶ ସମୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ବନ ବିଭାଗ ଓ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ଜିଲାର ସମୁଦାୟ ୮ ରେଞ୍ଜ୍‌ରେ ୧୫ରୁ ଊର୍ଦ୍ଧ୍ୱ ଗୋଠଛଡ଼ା ଦନ୍ତା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ଲାଗି ବନ ବିଭାଗର ସମସ୍ତ କସରତ ଫେଲ୍‌ ମାରିଛି। ଫଳରେ ଦନ୍ତା ହାତୀ ନିର୍ଭୟରେ ଚାଷଜମି, ଫଳ ବଗିଚା, ଜନବସତିରେ ବୁଲୁଛନ୍ତି। ମଣିଷ ସହ ମୁହଁାମୁହିଁ ହେଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ଅଘଟଣ ଘଟିଲେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ମୃତକଙ୍କ ସମ୍ପର୍କୀୟ, ଅଞ୍ଚଳବାସୀ ବନ ବିଭାଗ ଉପରେ ରୋଷ ଝାଡୁଛନ୍ତି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ୱେ ପ୍ରଶାସନ, ପୋଲିସ ପ୍ରଶାସନ ଚେତୁନାହିଁ। ସମାଧାନର ବାଟ ବାହାର କରିବାକୁ ବନ ବିଭାଗ ସହ କୌଣସି ଆଲୋଚନା କରାଯାଉନାହିଁ। ଜିଲାରେ ହାତୀ ଉପଦ୍ରବ ରୋକିବା ଲାଗି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା, ଜନବସତିମୁହଁା ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବା ବ୍ୟବସ୍ଥା କରିବା ଏବଂ ଉପଦ୍ରୁତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କୁହନ୍ତି, ଗୋଠଛଡା ଦନ୍ତାହାତୀ ବିଚରଣ କରୁଥିବା ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ହାତୀ ଉପସ୍ଥିତି ସମ୍ପର୍କରେ ଆଗୁଆ ସତର୍କ କରିବା ପାଇଁ ଗୋଟିଏ ଦୁଇଟି ସ୍ଥାନରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟତ୍ର ଲାଗୁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, ୨୫ା୫ (ଗିରିଧାରୀ ପରିଛା): ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ କିଛି ମୁଷ୍ଟିମେୟ...

ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭୋଟ ହାର ୭୪.୬୫%, ରାତି ସାଢ଼େ ୧୦ଟା ଯାଏ ଚାଲିଲା ମତଦାନ

ହାଟଡିହୀ,୨୬।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି। ଉକ୍ତ ବିଧାନସଭା କ୍ଷେତ୍ର ଅଧୀନରେ ହାଟଡିହୀ ଏବଂ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ...

ଖଡ଼ିପଦାରେ ଫାଣ୍ଡି ପ୍ରତିଷ୍ଠା ଦାବି

ଧାମନଗର,୨୬।୫ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପ୍ରଶାସନ କିମ୍ବା ଶାସକ ଦଳର ଇଚ୍ଛାଶକ୍ତି...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri