ସଞ୍ଜ ନଇଁଲେ ଶୂନ୍‌ଶାନ୍‌

ଢେଙ୍କାନାଳ ଅଫିସ, ୧୦।୬: ଘରୁ ଗୋଡ଼ କାଢ଼ିଲେ ଘାରୁଛି ଭୟ। ଗଁା ରାସ୍ତାରେ ଗଲାବେଳେ ପତ୍ରଟେ ହଲିଲେ ଥରିଯାଉଛି ଛାତି। ସଞ୍ଜ ନଇଁଲେ ଶୂନ୍‌ଶାନ୍‌ ହୋଇଉଠୁଛି ପରିବେଶ। ଚାଷବାସ, ପାଠପଢ଼ା, ଜରୁରୀ କାର୍ଯ୍ୟ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। ଗୋଠଛଡ଼ା ଦନ୍ତା ଆତଙ୍କ ଏଭଳି ଭୟର ବାତାବରଣ ସୃଷ୍ଟି କରିଛି ଯେ, ଜୀବନ ଭୟରେ ଗୃହବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଜିଲାର ହାତୀ ଉପଦ୍ରୁତ ଅଞ୍ଚଳବାସୀ।
ଜଙ୍ଗଲରେ ହାତୀଙ୍କୁ ମିଳୁନାହିଁ ପର୍ଯ୍ୟାପ୍ତ ଖାଦ୍ୟ କି ପାନୀୟ। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ କରୁଛି। ଏଥିରୁ ବର୍ତ୍ତିବା ପାଇଁ ସେମାନେ ଜନବସତିମୁହଁା ହେଉଛନ୍ତି। ବାଡ଼ି ବଗିଚାରେ ଫଳିଥିବା ପାଚିଲା ଆମ୍ବ, ପଣସ ବାସ୍ନା ସେମାନଙ୍କୁ ମତୁଆଲା କରୁଛି। ତେଣୁ ହାତୀପଲ ଗ୍ରାମାଞ୍ଚଳରେ ଉପଦ୍ରବ କରୁଛନ୍ତି। ବିଶେଷକରି ଗୋଠରୁ ଅଲଗା ହୋଇ ଏକାକୀ ବୁଲୁଥିବା ଦନ୍ତାଙ୍କ ହିଂସ୍ର ଆଚରଣ ଚିନ୍ତା ବଢ଼ାଇଛି। ଗତ ମାସକ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୧୦ ଜୀବନ ଗଲାଣି। ସେହିପରି ସପ୍ତାହକ ମଧ୍ୟରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ଏବଂ ଅସୁସ୍ଥତା କାରଣରୁ ୨ ହାତୀଙ୍କ ମୃତ୍ୟୁ ଘଟିଛି। ଜିଲାରେ ହାତୀ-ମଣିଷ ସଂଘର୍ଷର ଅନ୍ତ ଘଟୁ ନ ଥିବାବେଳେ ଏହାକୁ ନେଇ ଅଧିକାଂଶ ସମୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ବନ ବିଭାଗ ଓ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ଜିଲାର ସମୁଦାୟ ୮ ରେଞ୍ଜ୍‌ରେ ୧୫ରୁ ଊର୍ଦ୍ଧ୍ୱ ଗୋଠଛଡ଼ା ଦନ୍ତା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ଲାଗି ବନ ବିଭାଗର ସମସ୍ତ କସରତ ଫେଲ୍‌ ମାରିଛି। ଫଳରେ ଦନ୍ତା ହାତୀ ନିର୍ଭୟରେ ଚାଷଜମି, ଫଳ ବଗିଚା, ଜନବସତିରେ ବୁଲୁଛନ୍ତି। ମଣିଷ ସହ ମୁହଁାମୁହିଁ ହେଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ଅଘଟଣ ଘଟିଲେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ମୃତକଙ୍କ ସମ୍ପର୍କୀୟ, ଅଞ୍ଚଳବାସୀ ବନ ବିଭାଗ ଉପରେ ରୋଷ ଝାଡୁଛନ୍ତି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ୱେ ପ୍ରଶାସନ, ପୋଲିସ ପ୍ରଶାସନ ଚେତୁନାହିଁ। ସମାଧାନର ବାଟ ବାହାର କରିବାକୁ ବନ ବିଭାଗ ସହ କୌଣସି ଆଲୋଚନା କରାଯାଉନାହିଁ। ଜିଲାରେ ହାତୀ ଉପଦ୍ରବ ରୋକିବା ଲାଗି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା, ଜନବସତିମୁହଁା ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବା ବ୍ୟବସ୍ଥା କରିବା ଏବଂ ଉପଦ୍ରୁତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କୁହନ୍ତି, ଗୋଠଛଡା ଦନ୍ତାହାତୀ ବିଚରଣ କରୁଥିବା ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ହାତୀ ଉପସ୍ଥିତି ସମ୍ପର୍କରେ ଆଗୁଆ ସତର୍କ କରିବା ପାଇଁ ଗୋଟିଏ ଦୁଇଟି ସ୍ଥାନରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟତ୍ର ଲାଗୁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?