ଢେଙ୍କାନାଳ

ଶେଷ ଦିନରେ କମ୍ପିଲା ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ବାକି। ଏଥିଲାଗି ଅବଗଣନା ଆରମ୍ଭ ହୋଇସାରିଥିବାବେଳେ ଶନିବାର ପ୍ରଚାର ସରିଛି। ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସର ନେତୃବୃନ୍ଦ ବିଭିନ୍ନ...

କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ

କାମାକ୍ଷାନଗର, ୧।୪(ଡି.ଏନ୍‌.ଏ.): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ ମହୁଲି ଗ୍ରାମ୍ୟ ଜଙ୍ଗଲରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଏକ କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ।...

ଅଙ୍ଗନଓ୍ବାଡିରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦିଅ

ଢେଙ୍କାନାଳ ଅଫିସ, ୧ା୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ପୋଷଣ ପକ୍ଷ-୨୦୨୩ର ଶୁଭାରମ୍ଭ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଅଙ୍ଗନୱାଡି କେନ୍ଦ୍ରରେ ସକାଳ ଜଳଖିଆରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦେବା, ମଧ୍ୟାହ୍ନଭୋଜନରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ...

ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କାମାକ୍ଷାନଗର ୩୧।୩(ଡି.ଏନ୍‌.ଏ.): ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଧାୟକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ବିଧାୟକ ଏକ କାର୍‌ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏନ୍‌ଏଚ୍‌ ୫୩...

ମାମଲା ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥ

ଢେଙ୍କାନାଳ ଅଫିସ, ୩୧।୩(ରତନ ନାୟାର): ୨୦୨୦ରେ ୪ ହଜାର ୯୭, ୨୦୨୧ରେ ୪ ହଜାର ୭୨୧, ୨୦୨୨ରେ ୫ ହଜାର ୧୮୧ ଏବଂ ୨୦୨୩ ଫେବୃୟାରୀ ୨୮ ସୁଦ୍ଧା ୯୦୮ଟି ଆପରାଧିକ ମାମଲା ରେକର୍ଡ ହେବା ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା...

୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ

ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ କରାଯାଇଛି। ଶିକାରୀଙ୍କ ବାର୍‌ହା ଫାଶରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ...

୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାତମାଇଲ,୩୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗୁରୁବାର ଭୋର୍‌ରୁ ଗ୍ରାମର ସ୍ବର୍ଗତ ମଙ୍ଗୁଳ ସାମଲଙ୍କ...

ବଢୁଛି ସ୍କେଟିଂ କ୍ରେଜ୍‌

ଢେଙ୍କାନାଳ ଅଫିସ,୩୦।୩: ‘ସ୍କେଟିଂ’ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଏକଦା ବରଫାବୃତ୍ତ ଦେଶରେ ଏହାକୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ। ତେବେ ଆଧୁନିକ ‘ସ୍କେଟିଂ’ ଆରମ୍ଭ ହୋଇଥିଲା ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ। ସମୟ ସହିତ ଏଥିରେ...

ତାଣ୍ଡବ ରଚିଲା କାଳବୈଶାଖୀ

କାମାକ୍ଷାନଗର,୩୦।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ମାତ୍ର ୩୦ ମିନିଟ୍‌ରେ ଅଞ୍ଚଳର ଚିତ୍ର ବଦଳାଇ ଦେଇଛି। କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ରୋଷେଇ ଘର, ସାଇକେଲ...

‘ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କର’

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ-ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କରିବା...

ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ ସେମାନଙ୍କ ସାଙ୍ଗିଆ ‘ଶବର’ ପରିବର୍ତ୍ତେ ‘ସଅର’ ବୋଲି ଉଲ୍ଲେଖ କରୁଛନ୍ତି। ଫଳରେ ସେମାନଙ୍କୁ...

ନିରାଶ ଚାଷୀଙ୍କ ପାଇଁ ସମବାୟ ସମିତି

ଢେଙ୍କାନାଳ ଅଫିସ,୨୮ା୩: ଜାତୀୟକରଣ ବ୍ୟାଙ୍କରୁ ହତାଶ ହୋଇଥିବା ଚାଷୀଙ୍କୁ ସମବାୟ ସମିତି ସାହାଯ୍ୟର ହାତ ବଢାଇଥାଏ। ଚାଷୀମାନଙ୍କ ହିତରେ ସର୍ବଦା କୃଷି ସମବାୟ ସମିତିଗୁଡିକ କାର୍ଯ୍ୟକରି ଆସୁଛି ବୋଲି ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା କହିଛନ୍ତି। ଢେଙ୍କାନାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri