୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରେ ଥିବା ପ୍ରାଣୀ ଉଦ୍ୟାନ ୪୫ ବର୍ଷରେ ପଦାର୍ପଣ କରିଛି। ୧୯୭୯ ମସିହା ଜାନୁଆରୀ ୨୬ରେ ସବୁଜିମାମୟ କପିଳାସର ପାଦ ଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କରୁ ଏହି ପ୍ରାଣୀ ଉଦ୍ୟାନ ଆରମ୍ଭ ହୋଇଥିଲା। ଏହାପରେ ଦେବୋତ୍ତର ବିଭାଗ ଏବଂ କପିଳାସ ସଂରକ୍ଷିତ ଜଙ୍ଗଲର କିଛି ଅଞ୍ଚଳକୁ ନେଇ ୨୬.୬୪ ହେକ୍ଟରକୁ ଏହା ସମ୍ପ୍ରସାରିତ ହୋଇଥିଲା। ୧ ଏପ୍ରିଲ ୧୯୮୬ରେ ଏହା ମିନି ଜୁ ଭାବେ ମାନ୍ୟତା ପାଇଥିଲା। ଏହି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ରହିଛନ୍ତି।
୨୦୦୯ ମସିହାରେ ଏହି ପ୍ରାଣୀ ଉଦ୍ୟାନ ପରିସରରେ ଏକ ହାତୀ ଉଦ୍ଧାର କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଢେଙ୍କାନାଳ ସମେତ ବିଭିନ୍ନ ଜିଲାରୁ ଉଦ୍ଧାର ହାତୀଛୁଆ ଓ ଉପଦ୍ରବ କରୁଥିବା ହାତୀଙ୍କୁ ଆଣି ଏଠାରେ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ୭ଟି ହାତୀ ରହିଛନ୍ତି। ଏତଦ୍‌ବ୍ୟତୀତ ଏହା ମଧ୍ୟରେ ଏକ ସ୍ବତନ୍ତ୍ର ଏନ୍‌କ୍ଲୋଜର ରହିଛି। ଏକଦା ତାଳଚେର ଓ ଢେଙ୍କାନାଳ ଜିଲାର ପରଜଙ୍ଗ ଅଞ୍ଚଳରେ ଉପଦ୍ରବ କରି ୧୨ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ରାକେଶକୁ ତାର ସ୍ବଭାବରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି। ଏତଦ୍‌ବ୍ୟତୀତ ଏହି ଚିଡିଆଖାନାରେ ୧୩୦ ହରିଣ ରହିଥିବା ବେଳେ ଶମ୍ବର, ଭାଲୁ, ମିଥୁନ ଗାଈ, ଜଙ୍ଗଲୀ ବାର୍‌ହା, କୁମ୍ଭୀର, ଅହିରାଜ ଓ କଇଁଛ, ଠେକୁଆ, ମୟୂର, ପେଚା, ଏମୁ ଆଦି ରହିଛନ୍ତି ା ବୋଟିଂ ପାଇଁ ଏକ ଜଳାଶୟ ରହିଛି। ପ୍ରାଣୀ ଉଦ୍ୟାନ ଭ୍ରମଣ ପାଇଁ ଜଣକ ପିଛା ଟିକେଟ୍‌ ମୂଲ୍ୟ ୨୦ଟଙ୍କା ଲେଖାଏ ରଖାଯାଇଥିବା ବେଳେ ବୋଟିଂ ପାଇଁ ୫୦ ଟଙ୍କା ରଖାଯାଇଛି। ସେହିପରି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ଓ ହାତୀ ଉଦ୍ଧାର କେନ୍ଦ୍ରରେ ୭ ହାତୀ ରହିଛନ୍ତି। ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଙ୍କୁ ତାଲିମ ପାଇଁ କ୍ରଲ୍‌ ଏବଂ ଆସାମରୁ ତାଲିମପ୍ରାପ୍ତ ୫ଜଣ ମାହୁନ୍ତ ଅଛନ୍ତି।
ତେବେ ଏହାର ବିକାଶ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବନବିଭାଗ ସମେତ ଜୁ ଅଥରିଟି ଅଫ୍‌ ଇଣ୍ଡିଆର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ଫଳରେ ଏହା ଯେତିକି ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା କଥା ତାହା ଦେଖାଯାଉ ନାହିଁ। ସେହିପରି ପ୍ରତିବର୍ଷ ଅଧିକ ପ୍ରାଣୀଙ୍କୁ ଆଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତାବ ଯାଉଥିଲେ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ବନବିଭାଗ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବା ଆଲୋଚନା ହେଉଛି। ଏଥିସହ ଜରୁରୀ ସମୟରେ ହାତୀ ଓ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଜଣେ ଠିକା ପ୍ରାଣୀ ଚିକିତ୍ସକ ରହିଛନ୍ତି। ତାଲିମପ୍ରାପ୍ତ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ଆବଶ୍ୟକସ୍ଥଳେ ସାତକୋଶିଆ କିମ୍ବା ନନ୍ଦନକାନନର ଚିକିତ୍ସା ବିଶେଷଜ୍ଞଙ୍କ ଉପରେ ବନବିଭାଗ ନିର୍ଭର କରୁଛି। ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି କହିଛନ୍ତି, ବହୁଦିନ ହେବ ୫ଟି କେଜ୍‌ ନିର୍ମାଣ ହୋଇ ରହିଛି। ପ୍ରତିବର୍ଷ ଅନ୍ୟ ପ୍ରକାରର ପ୍ରାଣୀଙ୍କୁ ଆଣିବା ପାଇଁ ପ୍ରସ୍ତାବ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପ୍ରକୃତି କୋଳରେ ରହିଥିବା ଏହି କପିଳାସ ପ୍ରାଣୀ ଉଦ୍ୟାନର ବିକାଶ କରିବା ସହିତ ଅଧିକ ପ୍ରାଣୀଙ୍କୁ ରଖାଯାଇପାରିଲେ ଏହା ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଅଧିକ ଜନାଦୃତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ରିପୋର୍ଟ- ରତନ ନାୟାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri