କଟକ

ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରେ…

ଉଲିବୁରୁ ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ, ୮ା୮: ରାଜ୍ୟର ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଜଷ୍ଟିସ୍‌ ଡି. ଦାସ ଦୀପକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା…

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ…

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାରାୟଣ ଓଏମ୍‌ପି ଅଞ୍ଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ…

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ:  ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି

କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍‌ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୋଟିଫିକେଶନକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର କଟକ ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ…

ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ପୋଲିସ ପରିଚୟ ଦେଇ ଭକ୍ତଙ୍କୁ ଉଠାଇନେଲେ ଅଜଣା ଲୋକ

ନିଶ୍ଚିନ୍ତକୋଇଲି,୪।୮(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଧିନସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନିକଟରୁ ଜଣେ ଭକ୍ତଙ୍କୁ ପୋଲିସ ପରିଚୟ ଦେଇ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଶୁଭେନ୍ଦୁ ମହାପାତ୍ର ପରିବାର ସହ…

କୁନ୍ଦୁଲି ଗଣବଳାତ୍କାର, ଆତ୍ମହତ୍ୟା ମାମଲା: ୪ ସପ୍ତାହରେ ତଦନ୍ତ ଶେଷ କର

କଟକ ଅଫିସ, ୩ା୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଶୁକ୍ରବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତରେ ସନ୍ତୁଷ୍ଟ ନ ହେଲେ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି)…

ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା…

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ ଭବନ ପରିସରରେ ଖତ ଖାଉଛି ୫୦ଟି ସିଟିବସ୍‌। ଗୋଟିଏ ପଟେ ସହରବାସୀ ସିଟିବସ୍‌ ସେବାରୁ…

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର ଉତ୍ପାଦନ ସହିତ ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରିବା…

ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧଦିବସ ପାଳିତ: ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ

କଟକ ଅଫିସ,୨୭ା୭: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ହାଇକୋର୍ଟ ବାର୍‌ କନଭେନଶନ ହଲ୍‌ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ବୀରକିଶୋର ରାୟ ମେମୋରିଆଲ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ କମିଟିର…

ମିଠାଦୋକାନ ଉପରକୁ ବୋମାମାଡ଼ ଘଟଣା: ୪୮ ଘଣ୍ଟା ବିତିଲା, ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ,୨୭ା୭: ବାଦାମବାଡି ଥାନା ଅନ୍ତର୍ଗତ ଖାନ୍‌ନଗର ଅଞ୍ଚଳରେ ଥିବା ନାଥସାହୁ ମିଠା ଦୋକାନ ଉପରେ ବୁଧବାର ବୋମାମାଡ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଖାନ୍‌ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?