ଟ୍ରକ୍‌ ଧକ୍କାରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ରାସ୍ତାରୋକୋ

କଟକ ଅଫିସ,୭ା୯: ଟ୍ରକ ଧକ୍କାରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଦୁଇପାର୍ଶ୍ୱ ରାସ୍ତାରେ ଧାରଣା ଦେଇଥିଲେ। ଏଥିଯୋଗୁ କିଛି ଘଣ୍ଟା ଧରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ମାଲଗୋଦାମ ଥାନା ସମ୍ମୁଖରେ ମଧ୍ୟ ଉତ୍ତ୍ୟକ୍ତ ଛାତ୍ରମାନେ ବିକ୍ଷୋଭ କରିଥିଲେ। ଖବରପାଇ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଓ ବରିଷ୍ଠ ପୋଲିସ ଅଧିକାରୀମାନେ ରାସ୍ତାରୋକୋ ସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଧାରଣା ପ୍ରତ୍ୟାହୃତ ହୋଇ ନ ଥିଲା। ପରେ ଅପରାହ୍ନରେ କୁଳପତିଙ୍କ କାର୍ଯ୍ୟାଳୟରେ ଏକ ଜରୁରୀକାଳୀନ ଯୁଗ୍ମ କମିଟି ବୈଠକ ଡକାଯାଇଥିଲା। ଯେଉଁଥିରେ ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ, ଅତିରିକ୍ତ ଡିସିପି ଲକ୍ଷ୍ମୀଧର ମହାପାତ୍ର, ଟ୍ରାଫିକ ଏସିପି ଜତୀନ କୁମାର ପଣ୍ଡା, ଜୋନ-୧ ଏସିପି ମାନସ ରଞ୍ଜନ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱବିଦ୍ୟାଳୟ ନିକଟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅଣାଯିବା ଓ ମୃତଛାତ୍ରୀଙ୍କ ପରିବାର ଲୋକଙ୍କୁ ଦାବି ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଥାଉ କି, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ଏକ ଟ୍ରକ ଧକ୍କାରେ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ସ୍ନାତକ ତୃତୀୟ ବର୍ଷର ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀ(୨୦)ଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁଇଦିନ ଧରି ବିଶ୍ୱବିଦ୍ୟାଳୟରେ ଶୋକାକୁଳ ପରିବେଶ ଲାଗି ରହିବା ସହ ଛାତ୍ରୀଛାତ୍ରଙ୍କ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି। କୁଳପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲ ଉଚ୍ଛେଦ କରାଯିବ। ସ୍ପିଡ୍‌ବ୍ରେକର, ବ୍ୟାରିକେଡ ଲଗାଯିବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଦ୍ରୁତ ଗତିରେ ଯାତାୟାତକୁ ରୋକାଯିବ। ପୋଲିସର ବାଇକ୍‌ ପାଟ୍ରୋଲିଂ ଗାଡ଼ି ଓ ଏକ ପିସିଆର ଭ୍ୟାନ୍‌ ୨୪ ଘଣ୍ଟା ଏଠାରେ ରହିବ। ମୁଖ୍ୟଫାଟକ ନିକଟରେ ୫ଟି ସିସିଟିଭି କ୍ୟାମେରା ଖଞ୍ଜାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଜିଲା ରେଡ୍‌କ୍ରସ ପାଣ୍ଠିରୁ ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। କ୍ଷତିପୂରଣ ବାବଦରେ ଜିଲାପାଳଙ୍କ ନିକଟକୁ ଏକ ଚିଠି ଲେଖିବାକୁ କୁଳପତି ପାତ୍ର ଅତିରିକ୍ତ ଜିଲାପାଳ ଖଣ୍ଡାୟତରାୟଙ୍କୁ ନିବେଦନ କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।
ଦୁର୍ଘଟଣା ଘଟାଇଥିବା ଟ୍ରକ ମଙ୍ଗୁଳିରୁ ଜବତ
ଦୁର୍ଘଟଣା ଘଟାଇଥିବା ଟ୍ରକ (ଡବ୍ଲ୍ୟୁବି୩୩ବି-୯୯୦୬)କୁ ମଙ୍ଗୁଳି ନିକଟରୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଜବତ କରିଛି। ପଶ୍ଚିମବଙ୍ଗରୁ ଏହି ଟ୍ରକ ଆଳୁ ନେଇ ଛତ୍ରବଜାରକୁ ଆସିଥିଲା। ତେବେ ଟ୍ରକ ଡ୍ରାଇଭର ଜଣଙ୍କ ଫେରାର ଅଛନ୍ତି।
ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
ଦୁର୍ଘଟଣା ସମୟରେ ବିଶ୍ୱବିଦ୍ୟାଳୟ ନିକଟରେ ଡ୍ୟୁଟି କରୁଥିବା ହାବିଲଦାର ସୂର୍ଯ୍ୟନାରାୟଣ ସାହୁ ଓ କନଷ୍ଟେବଳ ଜଗବନ୍ଧୁ ୱାଡକାଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ନିଲମ୍ବନ ଆଦେଶ ମିଳିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ହୋମଗାର୍ଡ ପ୍ରଫୁଲ ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?