ବିଶୋଧନାଗାର ତିଆରି କଲା ଖପୁରିଆ ଆଇଟିଆଇ
କଟକ ଅଫିସ,୮।୫: ଜ୍ଞାନକୌଶଳର ସଦୁପଯୋଗ କରି ଆଉ ଏକ ଦୃଷ୍ଟାନ୍ତମୂଳକ ଉଦ୍ଭାବନ କରିଛି ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲଗାତର ଭାବେ ଏଠାରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଯାନ୍ତ୍ରିକ ଉପକରଣ ତିଆରି ହେଉଛି। ଏହି ଆଇଟିଆଇର ଅଧ୍ୟକ୍ଷ ହୃଷୀକେଶ ମହାନ୍ତିଙ୍କ ନେତୃତ୍ୱରେ…
କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍ଫରେନ୍ସ ସୁବିଧା
କଟକ ଅଫିସ୍,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍ ଜେନେରାଲ୍ ଏବଂ ହାଇକୋର୍ଟ ଓକିଲ ସଂଘର କର୍ମକତ୍ତର୍ର୍ାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: କରୋନା ପରୀକ୍ଷା ପରେ ହିଁ ପ୍ରବାସୀଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳୁ
କଟକ ଅଫିସ,୭।୫- ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ପ୍ରବାସୀମାନଙ୍କୁ କରୋନା ପରୀକ୍ଷା(ଆର୍ଟି-ପିସିଆର୍) ପରେ ହିଁ ଫେରିବା ପାଇଁ ଅନୁମତି ଦିଆଯାଉ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନାରାୟଣ…
କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ
କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି। ସନ୍ଧ୍ୟା ୭ରୁୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ପରିସ୍ଥିତି ବଳବତ୍ତର ରହିବ। ସନ୍ଧ୍ୟା ୬ଟା…
ଚିନ୍ତା ବଢ଼ାଇଲେଣି ପ୍ରବାସୀ ଫେରନ୍ତା
କଟକ ଅଫିସ, ୭ା୫: ଦ୍ୱିତୀୟ ପର୍ଯ୍ୟାୟ ଶେଷ ଏବଂ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭଠାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବାରେ ଲାଗିଛନ୍ତି। ସରକାରୀ ଆକଳନ ଓ ପ୍ରସ୍ତୁତିଠାରୁ ଏହି ପ୍ରବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏମାନେ ସ୍ଥାନୀୟ…
କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ
ନିଆଳି,୬।୫(ଡି.ଏନ୍.ଏ.): କଟକ ନିଆଳି ବ୍ଲକ ଦେବୀକନ୍ଦଳ ଦ୍ୱୀପାଞ୍ଚଳର ଅଳତଳଙ୍ଗ ଗାଁରେ ସନସାଇନ୍ ୟୁଥ୍ କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସନସାଇନ୍ କ୍ଲବ ପକ୍ଷରୁ ଗାଁରେ ସଫେଇ କରାଯିବା ସହ ବିଶୋଧନ ସିଞ୍ଚନ ଓ…
ରଥ ନିର୍ମାଣ ପାଇଁ ହାଇକୋର୍ଟରେ ମାମଲା
କଟକ ଅଫିସ, ୬।୫: କରୋନା ପାଇଁ ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଅକ୍ଷୟତୃତୀୟାର ଅନେକ ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତୁରନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ…
ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ
କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି, ଯାହା ମାର୍ଚ୍ଚ ୨୪ ତାରିଖ ପରେ ସମାପ୍ତ ହେଉଛି,…
୭ ବର୍ଷ ଦଣ୍ଡ ବ୍ୟବସ୍ଥା ନ ଥିବା ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରନାହିଁ: ହାଇକୋର୍ଟ
କଟକ ଅଫିସ,୫।୫- ଅପରାଧୀଙ୍କୁ ଗିରଫ କରିବାକୁ ତରବର ନ ହେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁ ଅପରାଧର ଦଣ୍ଡବିଧାନ ୭ ବର୍ଷ କିମ୍ବା ତଦୁର୍ଦ୍ଧ ଥିବ, କେବେଳ ସେହି ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କୁହାଯାଇଛି। ଏକ…
ଚିଠିକୁ ଅପେକ୍ଷା କରିଛି ଅବକାରୀ ବିଭାଗ
କଟକ ଅଫିସ,୫।୫: ମେ’ ୪ ଠାରୁ ମଦ ଦୋକାନ ଖୋଲିବ ବୋଲି ଘୋଷଣା ହେବା ସତ୍ତ୍ବେ କଟକ ଜିଲାରେ ଏହା ସମ୍ଭବ ହୋଇପାରିନାହିଁ। ବିଭିନ୍ନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରାଯିବା ଉଦ୍ଦେଶ୍ୟରେ ଗୋଲେଇ…
ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ
କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବାରମ୍ବାର ନିର୍ବାଚନ ସ୍ଥଗିତ ହେବାରେ ଲାଗିଛି। ଆଗାମୀ ଦିନରେ ନିର୍ବାଚନ ହେବ କି…
ଖୁଣ୍ଟୁଣୀ ବନାଞ୍ଚଳରୁ ୮ ଶିକାରୀ ଗିରଫ: ମାଂସ, ବନ୍ଧୁକ ଜବତ
ଖୁଣ୍ଟୁଣୀ,୪।୫(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ସୋମବାର ସକାଳେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରୁଥିବାବେଳେ ଶିକାରୀ ପାଇଁ ଆସିଥିବା ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅଞ୍ଚଳର ଡାଳୁଆ ଗ୍ରାମର ନରେନ୍ଦ୍ର ବେହେରା, ସୁଶା ଦେହୁରୀ ଓ ପାର୍ବତୀପୁର ଗ୍ରାମର…

