ଜେଲରୁ ମୁକୁଳିଲେଣି ୭୨୫୫ କଏଦୀ

କଟକ ଅଫିସ୍‌,୧୫।୫: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ରୁ କଏଦୀଙ୍କୁ ମୁକୁଳାଇବା ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ବିଚାରପତି ତଥା ଓଡ଼ିଶା ଆଇନ୍‌ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏବଂ ଡିଜି (ଜେଲ୍‌) ସନ୍ତୋଷ କୁମାର ଉପାଧ୍ୟାୟ ଯୋଗଦେଇଥିଲେ। ମାର୍ଚ୍ଚ ୨୦ରୁ ମେ’ ୧୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୭୨୫୫ଜଣ କଏଦୀ ମୁକୁଳି ଥିବା ବୈଠକରେ ସୂଚନା ଦିଆଯାଇଛି। ଜେଲ୍‌ଗୁଡ଼ିକରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବୈଠକରେ ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ଦେଇଥିଲେ ଯେ, ରାଜ୍ୟର ୮୬ଟି ଜେଲ୍‌ରେ ୧୯ହଜାର ୧୬ଜଣ କଏଦୀଙ୍କୁ ରଖାଯିବା ସୁବିଧା ରହିଛି। ମେ’ ୧୩ ତାରିଖ ସୁଦ୍ଧା ଜେଲ୍‌ଗୁଡ଼ିକରେ ୧୬ହଜାର ୯୩୧ ଜଣ କଏଦୀ ରହିଛନ୍ତି। ଇତିମଧ୍ୟରେ ମୋଟ ୭ହଜାର ୨୫୫ ଜଣଙ୍କୁ ଜେଲ୍‌ରୁ ବାହାର କରାଯାଇଛି। ଏମାନଙ୍କ ମଧ୍ୟରୁ ଜାମିନ ଓ ବ୍ୟକ୍ତିଗତ ମୁଚାଲିକାରେ ୬ହଜାର ୮୬୬ ଏବଂ ପାରୋଲ୍‌ରେ ମୁକୁଳିଥିବା ୩୮୯ ଜଣ କଏଦୀ ରହିଛନ୍ତି। ଜେଲ ଭିତରେ ଉତ୍ତମ ବ୍ୟବହାର ପାଇଁ ୧୯୪ଜଣ କଏଦୀଙ୍କ ଦଣ୍ଡକୁ ହ୍ରାସ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ୧୧୬୨ଜଣ କଏଦୀଙ୍କୁ ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେହିପରି ୩୦୯ କଏଦୀ ପାରୋଲ୍‌ ଶେଷ ହେବା ପରେ ପୁଣି ଜେଲ୍‌କୁ ଫେରି ଆସିଛନ୍ତି। ଜେଲ୍‌ ପ୍ରଶାସନ ପକ୍ଷରୁ କଏଦୀଙ୍କୁ କରୋନାମୁକ୍ତ ରଖିବା ପାଇଁ କଏଦୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯାଉଛି। ସମ୍ପର୍କୀୟଙ୍କ ସହ ଭେଟ ପାଇଁ ଇ-ମୁଲାକାତ୍‌ ବ୍ୟବସ୍ଥା ହୋଇଛି। ଜେଲଗୁଡ଼ିକ ନିୟମିତ ବିଶୋଧନ କରାଯାଉଛି ବୋଲି ଉପାଧ୍ୟାୟ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଉପସ୍ଥାପିତ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ୮ଟି ସ୍ଥାନରେ ବର୍ତ୍ତମାନ କରୋନା ପରୀକ୍ଷା ସୁବିଧା ରହିଛି। ଆଉ କେତେକ ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି।…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବସ୍ତା, ୮।୭( ହରିଶଙ୍କର ପାଢ଼ୀ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼ ଦୁର୍ଘଟଣା…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri