କଟକ

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୨ା୩: ମୟୂରଭଞ୍ଜ ଜିଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଉତ୍ତୋଳନ କରାଯିବା ଘଟଣାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ବାଦାମପାହାଡ଼ ଗ୍ରାମର ଏସ୍‌.କେ. ସାଜିଦ୍‌ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ…

ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର

କଟକ ଅଫିସ, ୧୨ା୩: ପୌର ନିର୍ବାଚନ ପାଇଁ ସରଗରମ ହୋଇଛି କଟକ ସହର। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ। ହାତରେ ଆଉ ଅଳ୍ପଦିନ ବାକି ଥିବାବେଳେ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ବିଶେଷକରି ଘର ଘର ବୁଲି ଭୋଟରଙ୍କ ପାଖରେ…

ନାକଚ ଭୋଟକୁ ନେଇ ଦ୍ୱନ୍ଦ୍ୱ: ପ୍ରିଜାଇଡିଂ ଅଫିସର, ବିଡିଓ ଅଟକ

କଣ୍ଟାପଡା,୧୨ା୩(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନରେ ଏକ ନାକଚ ଭୋଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଭୋଟ ପୁନଃଗଣତି ଦାବିକରି ପ୍ରିଜାଇଡିଂ ଅଫିସର ଓ କଣ୍ଟାପଡା ବିଡିଓଙ୍କୁ…

‘ଶୁଣାଣିରେ ଭାଗ ନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩ : ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ଜାନୁୟାରୀ ୧୪ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ…

ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁଲେ ଯୁବକ

କଟକ ଅଫିସ,୧୧ା୩: କଟକ ଜିଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ ପ୍ରାୟ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ…

ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍‌ ଶୋ’ ରୁମ୍‌ର…

୭ଫୁଟରୁ ଅଧିକ ଲମ୍ବର କନ୍ଦମୂଳ, ଦେଖିବାକୁ ଯୁବଚାଷୀଙ୍କ ଘରେ ଜମୁଛି ଭିଡ଼

ନିଶ୍ଚିନ୍ତକୋଇଲି,୧୧ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ନତକାଇ ଗ୍ରାମରେ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାଡ଼ିରେ ୭ ଫୁଟ ୧୦ ଇଞ୍ଚ ଲମ୍ବର କନ୍ଦମୂଳ ଫଳିଛି। ଏତେ ବଡ଼ କନ୍ଦମୂଳ ହୁଏତ ବିରଳ। ଦୈନିକ ରୋଷେଇ ପାଇଁ ଦରକାର ହେଲେ ସେମାନେ ଗୋଟିଏ ଲେଖାଏ…

ତିନି ଦିନରେ ରିପୋର୍ଟ ଦେବେ ଆର୍‌ଆଣ୍ଡ୍‌ବି ଅଧୀକ୍ଷଣ ଯନ୍ତ୍ରୀ

କଟକ ଅଫିସ,୧୧ା୩: ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ବ୍ରିଜ ପାର୍ଶ୍ୱ ରାସ୍ତା ଭୁଶୁଡ଼ିବା ଘଟଣାର ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆର୍‌ଆଣ୍ଡବି କଟକ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯନ୍ତ୍ରୀ ରିପୋର୍ଟ…

୨୭ରେ ଓଜେଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧୧ା୩: ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍‌ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩୨୦୨ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍‌…

ଡିଭାଇଡରରେ ପିଟିହୋଇ ଜଳିଗଲା କଣ୍ଟେନର, ବର୍ତ୍ତିଗଲେ ଡ୍ରାଇଭର

କଟକ ଅଫିସ,୧୦ା୩: ଶିଖରପୁର ଟ୍ରାଫିକ ଛକରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ୍‌ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯିବାରୁ ଏଥିରେ ନିଆଁ ଲାଗି ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୌଭାଗ୍ୟ…

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ…

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ୍‌, ୧୦।୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୁରୁଣା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଅଘଟଣ ଘଟିଛି। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌ ଭୁଶୁଡ଼ି ଯିବାରୁ ସେଠାରେ କାମ କରୁଥିବା କେତେଜଣ ଲୋକ ମାଟି ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?