Posted inଭଦ୍ରକ

ସଜେଇହୋଇଛି ଭଦ୍ରକାଳୀ ପୀଠ: ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ସହର ସମେତ ଚରମ୍ପା ଷ୍ଟେଶନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ଙ୍କ ପୂଜା ନୀତିରେ ଯେଭଳି କୌଣସି ବ୍ୟତିକ୍ରମ ନ ହେବ ସେଥିପ୍ରତି ସେବାୟତ ଓ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ କାଳୀପୂଜା ଉପଲକ୍ଷେ ସଜେଇ ହେଲାଣି। ପୀଠରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୀଠରେ ସିସିଟିଭି ଲଗାଯାଇଛି। ସିସିଟିଭି ନଜରରେ ରହିବ ମା’ଙ୍କ ମନ୍ଦିର ବେଢ଼ା ପରିସର ଓ ସମ୍ମୁଖ ଭାଗ। ରବିବାର ଦୀପାବଳି ହୋଇଥିବାରୁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରବିବାରଠାରୁ ଆରମ୍ଭ ହେବ ମା’ଙ୍କ ସପ୍ତମାତୃକା ବେଶ। ଏହି ପରିପ୍ରେକ୍ଷୀରେ ମା’ଙ୍କ ସେବା ନୀତିରେ ନିୟୋଜିତ ଥିବା ୫୦ରୁ ଊର୍ଦ୍ଧ୍ୱ ଦୀକ୍ଷିତ ପରିବାର ଏଥିପାଇଁ ଏବେଠାରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ମା’ ଭଦ୍ରକାଳୀ ପୀଠରେ ସବୁବେଳେ ବିଷ୍ଣୁମାତା ରୂପେ ପୂଜା ପାଇଆସୁଛନ୍ତି। ଏଣୁ କାଳୀପୂଜା ଅବସରରେ ପୀଠରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞର ଆୟୋଜନ କରାଯାଇଥାଏ। ରବିବାରଠାରୁ ଆସନ୍ତା ନଭେମ୍ବର ୨ ପର୍ଯ୍ୟନ୍ତ ଏଠାରେ ମହାଯଜ୍ଞ ସାଙ୍ଗକୁ ମା’ଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବ। ରବିବାର ସାଳନ୍ଦୀ ନଦୀ ଆହାରପଦା ଘାଟରୁ ମାନସିକ କଳସ ଶୋଭାଯାତ୍ରା ମାଧ୍ୟମରେ ଅଣାଯାଇ ମଣ୍ଡପରେ ସ୍ଥାପନ କରାଯାଇ ପୂଜାନୀତି ଆରମ୍ଭ ହେବ। ପ୍ରଥମଦିନ ମା’ ବେଦମାତା ବେଶରେ ପୂଜା ପାଇବେ। ଦ୍ୱିତୀୟ ଦିନ ମହାକାଳୀ, ତୃତୀୟ ଦିନରେ ରାଜରାଜେଶ୍ୱରୀ, ଚତୁର୍ଥରେ ସିଂହବାହିନୀ, ପଞ୍ଚମରେ ଜଗଦ୍ଧାତ୍ରୀ ଓ ଷଷ୍ଠ ଦିନରେ ମହାସରସ୍ବତୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେବେ। ସପ୍ତମ ଦିବସରେ ମହାଲକ୍ଷ୍ମୀ ବେଶରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ସେବାୟତମାନେ ମା’ଙ୍କର ସପ୍ତମାତୃକା ବେଶ, ମଙ୍ଗଳ ଆଳତି, ନାମସଂକୀର୍ତ୍ତନ, ପ୍ରବଚନ, ଶତଚଣ୍ଡୀ ପାଠ, ଦୀପଯଜ୍ଞ, ପହଡ଼ଭୋଗ ଓ ଯଜ୍ଞ ମଣ୍ଡପର ସାଜସଜ୍ଜା ବିଷୟରେ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri