ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର ଦ୍ୱିତୀୟ ଦିନରେ ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ବଢ଼ିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚରମ୍ପା ଷ୍ଟେଶନ ଓ ଏହା ଆଖପାଖ ଅଞ୍ଚଳ ବେଶ୍‌ ଉତ୍ସବମୁଖର ହୋଇଉଠିଛି। ସବୁ ପୂଜା ମଣ୍ଡପର ସଚେତନାତ୍ମକ ବାରୁଆଳି ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଷ୍ଟେଶନ ଆରପାଖ ମା’ପଥରକାଳୀଙ୍କ ସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖରେ ସୁଉଚ୍ଚ ତୋରଣ ନିଆରା ଆକର୍ଷଣ ହୋଇଛି। ସେଠାରେ ନିକଟରେ ଖ୍ୟାତିସମ୍ପନ୍ନ ଲାଭ କରିଥିବା ରାନୁ ମଣ୍ଡଳଙ୍କ ଭିକାରୀରୁ କୋଟିପତି ଭାଗ୍ୟ ପରିବର୍ତ୍ତନ ନେଇ ହୋଇଥିବା ବାରୁଆଳି ବେଶ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମହାପ୍ରଭୁ ଓ ଗୋସ୍ବାଇଁଙ୍କୁ ନେଇ ହୋଇଥିବା ପୌରାଣିକ ଲୋକକଥାଭିତ୍ତିକ ବାରୁଆଳି ମନଲୋଭା ହୋଇଛି। ଷ୍ଟେଶନ ପାଖ ମଣ୍ଡପରେ ମା’ କାଳୀଙ୍କ ମୂର୍ତ୍ତିଠାରୁ ତୋରଣ ନିକଟରେ ଦର୍ଶକଙ୍କ ଭିଡ଼ ଜମୁଛି। ମୋଦି ଓ ଜିନ୍‌ପିଙ୍ଗ ଭେଟ ଓ ଇମ୍ରାନ ମୁଣ୍ଡରେ ହାତପାର୍ଶ୍ୱ, ପ୍ରଭୁ ନୃସିଂହଙ୍କ ଉଗ୍ରରୂପ ବାରୁଆଳି ଲୋକଙ୍କୁ ଆକୃଷ୍ଟ କରୁଛି। ପିଡବ୍ଲ୍ୟୁଆଇ କାଳୀପୂଜା ମଣ୍ଡପରେ ରାଜପ୍ରାସାଦ ତୋରଣ ଚିତ୍ତାକର୍ଷକ ହୋଇଛି। ସେଠାରେ କାଳିଆଦଳନ, କାଳନେମି ବଦ୍ଧ ଓ ଲକ୍ଷ୍ମୀଙ୍କ ଉଆସରେ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କ ଅନ୍ନଭୋଜନ ଦୃଶ୍ୟର ବାରୁଆଳି ମନ କିଣୁଛି। ସହର ରାସ୍ତାଘାଟ ରଙ୍ଗିନ ଆଲୋକମାଳା ଓ ଏଲ୍‌ଇଡି ବୋର୍ଡରେ ଝଲସୁଛି। ସମସ୍ତ ମଣ୍ଡପରେ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରାପାର୍ଟିଙ୍କ ପକ୍ଷରୁ ରାସ୍ତାକଡ଼ରେ ଲମ୍ବା ହୋର୍ଡ଼ିଂ ଶୋଭା ବଢ଼ାଉଛି।
ଭଦ୍ରକ ଷ୍ଟେଶନ ନିକଟରେ ସ୍ବେଚ୍ଛାସେବୀ ସଙ୍ଗଠନ ଶହୀଦ ଭଗତସେନା ପକ୍ଷରୁ ଏକ ସୂଚନା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସୋମବାର ମଧ୍ୟାହ୍ନରେ ସଙ୍ଗଠନର ଆବାହକ ସିତାଂଶୁ ମହାପାତ୍ର ଏହାକୁ ଉଦ୍‌ଘାଟନ କରି କାଳୀପୂଜା ଶେଷ ପର୍ଯ୍ୟନ୍ତ ଲୋକଙ୍କ ସହାୟତା ପାଇଁ ଏହା କାର୍ଯ୍ୟ କରିବ ବୋଲି କହିଥିଲେ। ପ୍ରାଥମିକ ସ୍ବାସ୍ଥ୍ୟସେବା ସାଙ୍ଗକୁ ନିଖୋଜ ହୋଇଯାଉଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଉଦ୍‌ଘାଟନୀ ଅବସରରେ ଭଗତସେନାର ପଦ୍ମନାଭ ପଣ୍ଡାଙ୍କ ସମେତ ଶତାଧିକ ଯୁବକ ଉପସ୍ଥିତ ଥିଲେ। କାଳୀପୂଜା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ଚୋର ଓ ଅସାମାଜିକ ଯୁବକଙ୍କୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ପୂଜା ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର, ୬୨ ଏସ୍‌ଆଇ ଓ ଏଏସ୍‌ଆଇ, ୨ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌, ହୋମଗାର୍ଡ, ଗ୍ରାମରକ୍ଷୀ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦୦ ଜଣ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ସାଦା ପୋଷାକରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇ ରୋଡ୍‌ ରୋମିଓ ଏବଂ ଅସାମାଜିକ ଯୁବକଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri