ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ
ଭଦ୍ରକ ଅଫିସ,୩ା୮- ଅଗଷ୍ଟ ୧ ତାରିଖଠାରୁ ଅନ୍ଲକ୍-୩ ଆରମ୍ଭ ହୋଇଛି। ଏଥିରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ କଟକଣା ଅନ୍ଲକ-୨ ଭଳି ବଳବତ୍ତର ରହିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…
୪ବର୍ଷ ହେଲା ଚାଲିଛି ଜାଗା ଖୋଜା
ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ ବାଟବଣା ହେଉଛି ଯୋଜନା। ଫଳରେ କ୍ରୀଡାବିତ୍ମାନେ ଉପେକ୍ଷିତ ହେଉଛନ୍ତି। ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ…
ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍ଡାଉନ
ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୂର୍ବଭଳି ଅତ୍ୟାବଶ୍ୟକ ସେବାକୁ…
କଟକଣା ମଧ୍ୟରେ ଇଦ୍
ଭଦ୍ରକ ଅଫିସ,୧।୮: ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ୍- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଇଛି। କରୋନା କଟକଣା ଯୋଗୁ ଇଦ୍ଗାହ ଓ ମସ୍ଜିଦରେ ୫ ଜଣ ମଧ୍ୟରେ ନମାଜ ପାଠ ହୋଇଛି।…
ପୁଣି ଭଦ୍ରକରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧକୁ ବଳିଗଲା ସ୍ଥାନୀୟ ସଂକ୍ରମଣ
ଭଦ୍ରକ ଅଫିସ,୧।୮: ଭଦ୍ରକ ଜିଲାରେ ଶନିବାର ପୁଣି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭କୁ ବୃଦ୍ଧି ପାଇଛି। ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮ ଜଣ…
ବିପ୍ଳବଜିତ୍ ଭଦ୍ରକ ଜିଲାରେ ମାଟ୍ରିକ ଟପ୍ପର
ପଦ୍ମପୁର,୩୦ା୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ ଟପ୍ପର ହୋଇଛନ୍ତି। ତାଙ୍କର ବାପା ବିବେକାନନ୍ଦ ନନ୍ଦ ମିଶ୍ର ଶିକ୍ଷକତା କରୁଥିବା ବେଳେ ମା’…
ଭଦ୍ରକରେ ୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୩୦ା୭: ଗୁରୁବାର ଭଦ୍ରକ ଜିଲାରେ ଆଉ ୫୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟାଇନ୍ରୁ…
ଭଦ୍ରକ ଏକତା ବଜାରର ବ୍ୟବସାୟୀଙ୍କୁ କରୋନା: ୨ ବଜାର ୭୨ ଘଣ୍ଟା ଶଟଡାଉନ
ଭଦ୍ରକ ଅଫିସ,୨୯।୭: ମଙ୍ଗଳବାର ଭଦ୍ରକ ଏକତା ବଜାରରେ ଭ୍ରାମ୍ୟମାଣ କରୋନା ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ଏକ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏ ନେଇ ବୁଧବାର ପ୍ରଶାସନ ପକ୍ଷରୁ ୨ ଟି ବଜାରକୁ ଶଟଡାଉନ…
ମାଟ୍ରିକ୍ ପରୀକ୍ଷା ଫଳ: ଭଦ୍ରକରେ ପୁଅଙ୍କୁ ପଛରେ ପକାଇଲେ ଝିଅ
ଭଦ୍ରକ ଅଫିସ,୨୯।୭: ମାଟ୍ରିକ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭଦ୍ରକ ଜିଲାରେ ପୁଅଙ୍କୁ ପଛରେ ପକାଇ ଝିଅ ବାଜିମାତ କରିଛନ୍ତି । ଜିଲାରେ ମୋଟ ୨୨,୦୧୪ ପରୀକ୍ଷାର୍ଥି ଥିବାବେଳେ ସେଥିରୁ ୧୬,୬୮୪ ପାସ କରିଛନ୍ତି। ପାସ ହାର ମୋଟ ୭୫.୭୬…
ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ସଫା କଲେ ନାଳ
ବନ୍ତ,୨୯।୭(ଡି.ଏନ୍.ଏ.): ପ୍ରଶାସନ ଉପରୁ ଭରସା ତୁଟାଇ ଶେଷରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମବାସୀଙ୍କ ସମେତ ଜାଗୁଳାଇ ୟୁଥ୍ କ୍ଲବର ସଭ୍ୟମାନେ ମିଳିତ ଭାବେ ପୋତି ହୋଇ ପଡ଼ିଥିବା ଏକ ନାଳକୁ ସଫା କରିଛନ୍ତି। ଗତ ୩…
ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ
ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା ମଧ୍ୟରୁ ଶହେ ଟଙ୍କା କମ୍ କରି ୧୯ଶହ ଟଙ୍କା ଦେବା ଘଟଣାରେ ଚୂଡ଼ାମଣି ସାମୁଦ୍ରିକ…
ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ
ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ ପଣସପଡା ଗ୍ରାମର କିଶୋର କୁମାର ପଣ୍ଡାଙ୍କ ଠାରୁ ଲିଗାଲ ହେୟାର ସାର୍ଟିଫିକେଟ କରିଦେବା ନିମନ୍ତେ…
Archives


