ଆଜି ଖୋଲିଲା ଆଖଣ୍ଡଳମଣି ମନ୍ଦିର, ପ୍ରଥମେ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର
ଭଦ୍ରକ ଅଫିସ,୨୮ା୧୨: ଦୀର୍ଘ ମାସର କୋଭିଡ୍ କଟକଣା ଯୋଗୁ ଭକ୍ତ ଓ ଭଗବାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ୍ରମଶଃ ହ୍ରାସ ପାଇଛି। ଭକ୍ତମାନଙ୍କ ଦୀର୍ଘ ଦିନର ଆକୁଳ ନିବେଦନ ପରେ ଏବେ ବିଭିନ୍ନ ଜିଲାରେ ଥିବା ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି।…
ହେମଦସ୍ତାରେ ପିଟି ଆଈଙ୍କୁ ହତ୍ୟାକଲେ ନାତୁଣୀ
ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ଗ୍ରାମରେ ଶୁକ୍ରବାର ରାତିରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶଶୀ ଦାସ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ୧୬ ବର୍ଷୀୟା ନାତୁଣୀ ଏକ ହେମଦସ୍ତାରେ ଆଘାତ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା…
ଜାତୀୟ ରାଜପଥରେ ବେଆଇନ ହମ୍ପ୍ସ: ୪ ଘଣ୍ଟା ଅଟକିଲା ହଜାର ହଜାର ଗାଡ଼ି
ଭଦ୍ରକ ଅଫିସ, ୨୩।୧୨: ଭଦ୍ରକ ଜିଲା ୧୬. ନଂ ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ହାଇଓ୍ବା ଗାଡି ଯାନ୍ତ୍ରିକ ତ୍ରୁଟି କାରଣରୁ ରାତି ୩ରୁ ସକାଳ ୬ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଅଟକି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ…
ରାସ୍ତାରୋକୋ କଲେ ଚାଷୀ : ଏସ୍ଏଚ୍ଜିର ଧାନକିଣାକୁ ବିରୋଧ
ଭଦ୍ରକ ଅଫିସ/ପଦ୍ମପୁର,୨୩ା୧୨(ଡି.ଏନ୍.ଏ.)- ଭଦ୍ରକ ବ୍ଲକ ଅଧୀନ ବରହମ୍ପୁର ପଞ୍ଚାୟତର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧାନକିଣାକୁ ବିରୋଧ କରି ମଙ୍ଗଳବାର ଶତାଧିକ ଚାଷୀ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର ରଖି ଇଚ୍ଛାପୁରଠାରେ ରାସ୍ତାରୋକୋ କରିଥିଲେ। ଏହି ସେବା…
ଧାନ କିଣାକୁ ବିରୋଧ କରି ରାଜରାସ୍ତାରେ ଚାଷୀ
ପଦ୍ମପୁର,୨୨ା୧୨(ଡି.ଏନ୍.ଏ.): ବରହମପୁର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧନ କିଣାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର ରଖି ଇଚ୍ଛାପୁର ଠାରେ ରାସ୍ତାରୋକୋ କରିଛନ୍ତି। ଭଦ୍ରକ ବାସୁଦେବପୁର ଓ ଭଦ୍ରକ ଚାନ୍ଦବାଲି ରାସ୍ତାର…
୨ ମାସ ପରେ ପୁଣି ଆରମ୍ଭ ହେଲା ସଂପ୍ରସାରଣ କାର୍ଯ୍ୟ
ଆରଡ଼ି,୧୬।୧୨( ଡି.ଏନ୍.ଏ ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ପୁଣି ଥରେ ସଂପ୍ରସାରଣ କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମନ୍ଦିର ପୁଷ୍କରିଣୀର ପଶ୍ଚିମ ପାଶର୍ବରେ ଥିବା ୧୯ଟି ବ୍ୟବସାୟ ପ୍ରତିଷ୍ଠାନକୁ ପୂର୍ବରୁ…
ପୁରାତନ ହୋଇ ବି ଅବହେଳିତ
ପଦ୍ମପୁର,୧୪।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକଠାରୁ ୧୪ କି.ମି. ଦୂରରେ ପଢ଼ୁଆଁରେ ଅବସ୍ଥିତ ବାବା କ୍ଷୀରେଶ୍ୱରଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏହି ମନ୍ଦିର ବିରାଜମାନ। ଏହି ମନ୍ଦିରର ପୌରାଣିକ ଉପଖ୍ୟାନ ମଧ୍ୟ ରହିଛି। ମନ୍ଦିରର ମାହାତ୍ମ୍ୟ ଥାଇ ମଧ୍ୟ…
ଆସନ୍ତାକାଲି ଭଦ୍ରକ ସହର ବନ୍ଦ
ଭଦ୍ରକ ଅଫିସ,୯।୧୨-ଭଦ୍ରକ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଜିଲାବାସୀଙ୍କର ଏହି ଦାବିକୁ ବହୁଦିନ ଧରି ଅଣଦେଖା କରାଯାଉଛି। ଏଣୁ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଭଦ୍ରକ ସହରକୁ…
କାର୍ଯ୍ୟରେ ଅବହେଳା: ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ
ପଦ୍ମପୁର,୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା…
ସୌନ୍ଦର୍ଯ୍ୟ ହରାଉଛି ଯଗୁସାଗର ପୋଖରୀ
ଦୋବଲ, ୩ା୧୨( ଡି.ଏନ୍.ଏ.)- ଭଦ୍ରକ ଜିଲା ଧାମନଗର ସ୍ଥିତ ସର୍ବ ପୁରାତନ ଓ ଐତିହାସିକ ଯଗୁସାଗର ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଜମିଦାରୀ ପ୍ରଥା ଉଚ୍ଛେଦ ପରେ ଏହି ପୋଖରୀ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ ରହିଛି। ହେଲେ ଦୀର୍ଘବର୍ଷ…
ଗଛରେ ପିଟିହେଲା ବାଇକ୍: ଚାଲିଗଲା ୨ ଜୀବନ
ତିହିଡ଼ି,୨ା୧୨(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲିକ(୧୯) ଓ ନାୟକାଣିଡିହୀ ଥାନା ଅନ୍ତର୍ଗତ ଭଞ୍ଜସାହିର ଧର୍ମପଦ ମଲିକ(୧୯)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ ପ୍ରସନ୍ନ ଓ ଧର୍ମପଦ ଉଭୟ ଗୋଟିଏ ବାଇକ୍ରେ ମଙ୍ଗଳବାର ଘଟଗାଁ…
ସରପଦାରେ ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା
ଭଣ୍ଡାରିପୋଖରୀ,୨।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ଗ୍ରାମରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ପରିବାରର ୩ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଗ୍ରାମର ବୃଦ୍ଧା ରମାମଣି ଓଝା( ୬୫)ଙ୍କ ୩ ବଖରା ଘର…
Archives


