ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍ ଛାତ୍ରୀଛାତ୍ର
ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ ଖୋଲିଲେ…
ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼
ଭଦ୍ରକ ଅଫିସ,୬।୨: ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଭଦ୍ରକ ଛପୋଲିଆ ନିକଟରେ ଶନିବାର ଏଭଳି ଏକ ଘଟଣା ଘଟିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…
ଅଗ୍ନିକାଣ୍ଡ: ଜଳିଗଲା ୪ପରିବାରଙ୍କ ୧୦ ବଖରା
ଭଦ୍ରକ ଅଫିସ, ୫।୨: ଭଦ୍ରକ ଜିଲା କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ପରିବାରର ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଧାନ, ଚାଉଳ,…
ନ୍ୟାୟ ନ ମିଳିବାରୁ ଏସ୍ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ
ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର ଓ…
ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତଙ୍କୁ ବାନ୍ଧିଲେ
ଧାମନଗର,୪।୨ – ଗତ କିଛିଦିନ ଧରି ଗ୍ରାମାଞ୍ଚଳରେ ପିଲା ଚୋରି ଗୁଜବ ଚାଲିଥିବାରୁ ବିଭିନ୍ନ ଗଁାରେ ବୁଲାବୁଲି କରୁଥିବା ନିରୀହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମାଡ଼ ଗାଳିର ଶିକାର ହେଉଛନ୍ତି। କେତେକ ସ୍ଥାନରେ ହାବୁଡ଼ରେ ପଡ଼ିଥିବା ଏଭଳି ମାନସିକ ବିକାରଗ୍ରସ୍ତଙ୍କୁ ମାଡ଼…
ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍ଏସ୍ଙ୍କ ଆତ୍ମାହୁତି ଉଦ୍ୟମ
ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍ଏସ୍ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭଦ୍ରକ ଜିଲା ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା…
ଆଖଣ୍ଡଳମଣି ମନ୍ଦିର ଦର୍ଶନ ସମୟ ବଢ଼ିଲା
ଆରଡ଼ି, ୩।୧: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଦର୍ଶନ ସମୟ ବଢ଼ିଛି। ପୂର୍ବରୁ କୋଭିଡ୍ କଟକଣା ଅନୁଯାୟୀ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭକ୍ତମାନେ ବାବାଙ୍କୁ ଦର୍ଶନ କରୁଥିଲେ। ବୁଧବାରଠାରୁ ଶ୍ରଦ୍ଧାଳୁମାନେ ଅଧିକ ୨…
ବେଆଇନ ଗୋ ଚାଲାଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକୋ
ଭଦ୍ରକ ଅଫିସ,୨।୨: କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ସଲ, ମାତ୍ର ଭିତରେ ବୋଝେଇ ହୋଇଛନ୍ତି ଗୋରୁ । ବେଆଇନ୍ ଗୋ ଚାଲାଣକୁ ବିରୋଧ କରିବା ସହ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ସୋମବାର ରାତିରେ ଭଦ୍ରକ ଶନି ମନ୍ଦିର ଛକ ଓ…
ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ
ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସ୍ଥି କଳସକୁ ଏଠାରେ ବିସର୍ଜନ କରାଯାଇଥିଲା। ସେହିଦିନଠାରୁ ଏହି ସ୍ଥାନ…
ଜଳସେଚନ ନାହିଁ, ଚାଷଜମି ପଡ଼ିଆ
ବନ୍ତ,୨୯।୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳବାସୀ କୃଷି ଉପରେ ନିର୍ଭରଶୀଳ। ବ୍ଲକର ପ୍ରାୟ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତିି। କିନ୍ତୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷସାରା ମାତ୍ର ଗୋଟିଏ ଫସଲ ହୋଇଥାଏ। ବ୍ଲକରେ ୧୫ ହଜାର…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଲୁଟିନେଲେ ୧ ଲକ୍ଷ ୬୦ ହଜାର
ପଦ୍ମପୁର(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ଲୁଟ୍ ହୋଇଛି। ବାସୁଦେବପୁର ବ୍ଲକ ଅଧୀନ ରଘୁପୁର ଗ୍ରାମର ଶରତ ବେହେରା ବ୍ୟାଙ୍କରୁ ଟଙ୍କା ଉଠାଇ ମେଡିକାଲ ସାମ୍ନାକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ବାଇକ୍ରେ ଆସି…
୪୦୦ ଲିଟର ଦେଶୀ ରନ୍ଧା ମଦ ସହ କାର୍ ଜବତ, ଜଣେ ଗିରଫ
ଭଦ୍ରକ ଅଫିସ,୨୬।୧- ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ଆଖୁଆପଦା ନିକଟରୁ ଜିଲା ଅବକାରୀ ବିଭାଗ ମଙ୍ଗଳବାର ଗୋଟିଏ ଇଣ୍ଡିଗୋ କାର୍(ଓଆର୍-୦୨ଏୟୁ-୦୪୪୦)ରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି। ଘଟଣାରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୁଗୁପୁର ଗ୍ରାମର ଲିପୁ…
Archives


