ତ୍ରିବେଣୀ ସଙ୍ଗମ ଗାଉଛି ଗାନ୍ଧିବାଦର ଗୀତ

ଆରଡ଼ି,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ନିକଟସ୍ଥ ଶାସନଠାରେ ବୈତରଣୀର ୨ ଜଳ ଧାର ଓ କୋଚିଳା ନଦୀର ସଙ୍ଗମ ସ୍ଥଳ। ୧୯୪୮ ଫେବୃୟାରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସ୍ଥି କଳସକୁ ଏଠାରେ ବିସର୍ଜନ କରାଯାଇଥିଲା। ସେହିଦିନଠାରୁ ଏହି ସ୍ଥାନ ଗାନ୍ଧିଘାଟ ଶାସନ ଭାବେ ପରିଚିତ। ୨୦୧୮ ଠାରୁ ଏହି ସ୍ଥାନ ଓଡ଼ିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନିତ ହୋଇଛି। ଆଉ ନୂତନ ଭାବେ ସ୍ଥାପିତ ହୋଇଛି ଗାନ୍ଧୀ ସ୍ମୃତିପୀଠ। ଏହି ତ୍ରିବେଣୀ ସଙ୍ଗମ ସ୍ଥଳ ଦୀର୍ଘବର୍ଷ ଧରି ଗାଇ ଆସୁଛି ଗାନ୍ଧିବାଦର ସଙ୍ଗୀତ। ବିଳମ୍ବିତ ରାତିରେ ଏଠାରେ ରଘୁପତି ରାଘବ ରାଜାରାମ ସଙ୍ଗୀତର ଧୁନ୍‌ ଶୁଣିବାକୁ ମିଳେ ବୋଲି ଗାନ୍ଧିଘାଟ ଶାସନ ଜନପଦର ଲୋକେ କହନ୍ତି।
ଅସ୍ଥି ବିସର୍ଜନ ପରେ ଏଠାରେ ଏକ ଗାନ୍ଧୀ ମଣ୍ଡପ ସ୍ଥାପନ କରାଯାଇଥିଲା। ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ନିକଟସ୍ଥ ସାଅଁାଳପୁର ଓ ଅନ୍ୟ ସ୍ଥାନୀୟ ଗ୍ରାମର ଯୁବକମାନଙ୍କ ସହଯୋଗରେ ଏହି ସ୍ଥାନରେ ପାଳିତ ହୋଇଆସୁଛି ଗାନ୍ଧୀମେଳା। ବହୁ ବିଶିଷ୍ଟ ସାହିତି୍ୟକ, କବି, ପଣ୍ଡିତ ଗାନ୍ଧିବାଦ ଉପରେ ଚର୍ଚ୍ଚା କରନ୍ତି। ଏଥିସହିତ ସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ୨୦୧୮ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି। ଗାନ୍ଧୀ ସ୍ମୃତିପୀଠ ସମ୍ପର୍କରେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଗୋସ୍ବାମୀ କହନ୍ତି, ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଆଉ ଏଠାକାର ଗାନ୍ଧୀ ସ୍ମୃତିପୀଠ ମଧ୍ୟରେ କୌଣସି ଅସାମଞ୍ଜସ୍ୟ ନାହିଁ। ଉଭୟ ପୀଠ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି। ଗାନ୍ଧୀ ସ୍ମୃତି କମିଟି ସଦସ୍ୟ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ କହନ୍ତି, ଏହି ପର୍ଯ୍ୟଟନ ସ୍ଥଳକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ସ୍ମୃତି ପୀଠ ସ୍ଥାପନ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମ ପ୍ରଶଂସନୀୟ। ପାଳସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହୋଇଥିବା ସ୍ଥାନ ଆଜି ପବିତ୍ର ସ୍ଥାନରେ ପରିଣତ ହୋଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?