ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା
ଭଣ୍ଡାରିପୋଖରୀ,୩।୫(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟଛି। ଏଥିରେ ଗ୍ରାମର ନୃସିଂହ ଜେନାଙ୍କ ୨ ବଖରା ଓ ଚୌଧୁରୀ ଜେନାଙ୍କ ୨ ବଖରା ଘର ପୋଡି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡ ବିଦ୍ୟୁତ ଶଟସର୍କିଟ…
ବଜ୍ରପାତରେ ଜଳିଗଲା ୨୯ ବଖରା
ପାଟଣା/ହାଟଡିହୀ/ରୂପସା/ଭଦ୍ରକ ଅଫିସ,୨।୫: କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନର ବଜ୍ରପାତ ଘଟି ଗଛ ସହ ୨୯ ବଖରା ଜଳିଯାଇଛି। କେନ୍ଦୁଝର ପାଟଣା ବ୍ଲକରେ ରବିବାର କାଳବୈଶାଖୀ ପ୍ରଭାବରେ ବୁଢ଼ୀକାପୁଡି ମହାନ୍ତ ସାହିରେ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ଲକ୍ଷ୍ମୀଧର…
ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ଆରଡ଼ି,୨।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଶନିବାର ସନ୍ଧ୍ୟାଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ସାଧାରଣ ଦର୍ଶନ ଉପରେ ଅଙ୍କୁଶ ଲଗାଯାଇଛି। କେବଳ ସେବାୟତମାନେ…
ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ
ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାରେ…
ବନ୍ଦ ରହିବ ଧର୍ମାନୁଷ୍ଠାନ
ଭଦ୍ରକ ଅଫିସ, ୧ା୫: ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି କରାଯାଇଛି। ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି…
ବଜ୍ରପାତରେ ଜଳିଗଲା ୨୦ ବଖରା : ୧୧ ପରିବାର ସର୍ବସ୍ବାନ୍ତ
ଭଦ୍ରକ ଅଫିସ, ୧ା୫-ଭଦ୍ରକ ତିହିଡି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା, ପବନ, ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରର ୨୦ରୁ ଊର୍ଦ୍ଧ୍ୱ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ସମସ୍ତେ…
ଜଳିଗଲା ୬ ଦୋକାନ
ଭଦ୍ରକ ଅଫିସ, ୧ା୫-ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥ ରାଣୀତାଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୫ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ହୋଇଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ…
କଲେଜ ଛାତ୍ରୀଙ୍କୁ ଅପହରଣ
ପଦ୍ମପୁର, ୩୦।୪: ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସାବରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖ ରାତିରେ ତାଙ୍କ ଝିଅକୁ…
ଚିଙ୍ଗୁଡ଼ି ସହ ୫ ହଜାର ଲାଞ୍ଚ ମାଗି ଏଏସ୍ଆଇ ନିଲମ୍ବିତ
ଭଦ୍ରକ ଅଫିସ/ଚାନ୍ଦବାଲି, ୩୦।୪ (ଡି.ଏନ.ଏ.)- ଜଣେ ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଚିଙ୍ଗୁଡ଼ି ସହ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଏଏସ୍ଆଇ ହରେକୃଷ୍ଣ ପାଢ଼ୀ ନିଲମ୍ବିତ ହୋଇଛନ୍ତି। ଏଏସ୍ଆଇ ପାଢ଼ୀ ଏଭଳି ଲାଞ୍ଚ…
ଓଭରହେଡ୍ ଟାଙ୍କି ଅଛି, ମିଳୁନି ପାଣି
ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଉଛି। ହେଲେ ସମସ୍ତ ଟାଙ୍କି କେବଳ କାଗଜକଲମରେ କାର୍ଯ୍ୟକ୍ଷମ ବୋଲି ସାଧାରଣରେ ଅଭିଯୋଗ ହେଉଛି।…
ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ହଜାର ଟଙ୍କା
ପଦ୍ମପୁର,୨୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଇରମ -ପଢ଼ୁଆଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଭାଟପଡା ଗ୍ରାମର ଦୁଇ ଜଣ ମହିଳାଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପଲସର ବାଇକରେ ଆସିଥିବା ଦୁଇ ଯୁବକ…
କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅଧ୍ୟାପକଙ୍କ ପରଲୋକ, କରୋନା ଟିକା ନେଇ ହୋଇଥିଲେ ଅସୁସ୍ଥ
ପଦ୍ମପୁର,୨୫।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଚକ୍ରଧର ମୁଦୁଲିଙ୍କ ପରଲୋକ ଘଟିଛି। ଗତ ୧୦ ଦିନ ତଳେ କରୋନା ଟିକା ନେବା ପରେ ସେ ଅସୁସ୍ଥ ହୋଇପଡ଼ିଥିବା ପରିବାର ଲୋକ କହିଛନ୍ତି। ଚିକିତ୍ସାଧୀନ…
Archives


