ବାଲେଶ୍ୱର

ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର : ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୬ା୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି। ଏ ନେଇ ବର୍ତ୍ତମାନର ପୋଷ୍ଟମାଷ୍ଟର ଲିଙ୍ଗରାଜ ପାତ୍ରଙ୍କୁ ପଚାରିବାରୁ ପୂର୍ବରୁ ଥିବା ପୋଷ୍ଟମାଷ୍ଟରମାନେ…

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୬ା୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ ସବୁ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ବ୍ଲକ ଅଞ୍ଚଳରେ…

ଲଞ୍ଚ ଘାଟରେ ନଦୀକୁ ଡେଇଁ ଯୁବକ ନିଖୋଜ:ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଉତ୍ତେଜନା, ଭଙ୍ଗାରୁଜା

ଚାନ୍ଦବାଲି, ୧୬।୬ (ଡି.ଏନ.ଏ) – ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟ ବୈତରଣୀ ଲଞ୍ଚ ଘାଟରେ ଶନିବାର ଅପରାହ୍ନରେ ଜିତୁନ ଦାସ(୨୫) ନାମକ ଜଣେ ଯୁବକ ନଦୀକୁ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର ଚାନ୍ଦବାଲି ଥାନା ଅନ୍ତର୍ଗତ ପାଞ୍ଚପଡ଼ା ଗଁାରେ।…

୧୮ରେ ରାଜ୍ୟପାଳଙ୍କ କପ୍ତିପଦା ଗସ୍ତ

କପ୍ତିପଦା, ୧୬।୬ (ଡ଼ି.ଏନ୍‌.ଏ.)- ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୧୮ ତାରିଖରେ ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକ୍‌ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ସେ କପ୍ତିପଦା ବ୍ଲକ୍‌ର ଜଡ଼ିଦା ମଧ୍ୟଇଂରାଜୀ ବିଦ୍ୟାଳୟର ସୁବର୍ଣ୍ଣ…

‘ଏ ମାଟି ପାଇଁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ’

ବାଲେଶ୍ୱର ଅଫିସ, ୧୬।୬-ଏ ମାଟି ପାଇଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ। ଭାଷାଭିତ୍ତିକ ପ୍ରଦେଶ ଗଠନରେ କାର୍ଯ୍ୟାବଳୀର ଭୂମିକା ଯେଭଳି ଗୁରୁତ୍ୱପୂର୍ଣ୍ଣ ତାଙ୍କ ରଚିତ ସାରସ୍ବତ ବିଭବ ଓଡ଼ିଆ ସାହିତ୍ୟକୂ ନୂଆ ଦିଗ ଦେଖାଇଥିବା ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ…

ଟଙ୍କା ନ ଦେବାରୁ ଯୁବ ବ୍ୟବସାୟୀଙ୍କୁ ଖୁର ମାଡ : ୪୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ୱର ଅଫିସ,୧୫।୬: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଗ୍ରାମର ଦିଲୀପ ବେହେରା (୨୬) ନାମକ ଯୁବ ବ୍ୟବସାୟୀ ଶୁକ୍ରବାର ରାତି ୧୧ଟା ବେଳେ ନିଜ ଇଟାଭାଟିରୁ ଘରକୁ ଫେରୁଥିବା ବେଳେ ଶିବ ମନ୍ଦିର ପାଖରେ ଆକ୍ରମଣର ଶିକାର ହୋଇଥିଲେ। କେତେକ…

ସେଲ୍ସମ୍ୟାନ ଠକିନେଲେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା

ଭଦ୍ରକ ଅଫିସ, ୧୫।୬ : ଭଦ୍ରକ ଡାହାଣୀଗଡ଼ିଆର ଏକ ଇଲେକ୍ଟ୍ରୋନିନ୍ସ ଦୋକାନରୁ ସେଲ୍ସମ୍ୟାନ ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଶୁକ୍ରବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୧୭୮/୧୯) ରୁଜୁ…

ସମୀକ୍ଷା ହେଲେ ରଜ କୁଇନ୍‌

ତିହିଡ଼ି, ୧୫।୬ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଚଉଁରୀ ଗଁ।ରେ ଶୁକ୍ରବାର ରଜବତୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ରଜ ମହୋତ୍ସବରେ ସମୀକ୍ଷା ଦାସ ରଜ କୁଇନ୍‌ ହୋଇଛନ୍ତି। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିର ଭକ୍ତମୟ

ଆରଡ଼ି, ୧୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ରଜ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁମାନଙ୍କ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଲାଗି ଭିଡ଼ ଲାଗିଛି। ଭକ୍ତମାନେ…

ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର…

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର ମା’ ଛେଉଣ୍ଡ ୩ ଶିଶୁକନ୍ୟାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୩ ଝିଅଙ୍କୁ…

ଘର ଘର ବୁଲି ସଂଗ୍ରହ ହେବ ବର୍ଜ୍ୟବସ୍ତୁ : କୃଷିବିଜ୍ଞାନ କେନ୍ଦ୍ରରେ ପ୍ରକ୍ରିୟାକରଣ

ଭଦ୍ରକ ଅଫିସ, ୧୫।୬ – ଆଉ ଡଷ୍ଟବିନ୍‌ରେ କେହି ଅଳିଆ ପକାଇବେ ନାହିଁ। ଘର ଘର ବୁଲି ପୌରପାଳିକାର ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ। ପ୍ରତି ଘର ନିକଟରେ ହ୍ବିସିଲ ମାରି ସେମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ଦୁଇଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri