ସ୍କୁଲକୁ ଯାଉଥିବା ବେଳେ ପିଟିଦେଲା ଟ୍ରାକ୍ଟର, ଛିଟିକି ପଡ଼ି ଆଖି ବୁଜିଲେ ଛାତ୍ରୀ
ବାଲେଶ୍ୱର ଅଫିସ,୯।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ମହାବଳ ଛକରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ ଏକ ଟ୍ରାକ୍ଟର ପିଟିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତା ଛାତ୍ରୀ ଜଣକ ବାଲିଆପାଳ…
ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ
ବାଲେଶ୍ବର ଅଫିସ୍,୯।୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ। ଦୁହେଁ ସାଙ୍ଗ।…
ବନ୍ଧୁକ ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍
ବସ୍ତା,୯।୭(ଡି.ଏନ.ଏ): ବସ୍ତା ଷ୍ଟେସନ ନିକଟରେ ବନ୍ଧୁକରେ ଗୁଳି ଫୁଟାଇ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କଠାରୁ ଦୁଇ ଦୁବୃତ୍ତର୍ର୍ ୫୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବସ୍ତା ବଜାରରେ ଗହଣା ଦୋକାନ କରିଥିବା…
ନିର୍ମାଣ ହୋଇପାରୁନି ମହତୀପୁର ଆର୍ଆଇ ଅଫିସ ଗୃହ
ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ମହତୀପୁର ନୂତନ ରାଜସ୍ବ କ୍ଷେତ୍ର ଭାବେ ଘୋଷଣାକୁ ପାଖାପାଖି ୩ବର୍ଷ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟର ନୂତନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନି। ଏହି ନୂତନ ରାଜସ୍ବ…
ବାହାନଗାରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ
ବାହାନଗା ,୯।୭: ବାଲେଶ୍ୱର ଜିଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ୨ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବାହାନଗା…
ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା
ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି…
ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
ବାଲେଶ୍ଵର ଅଫିସ (ମାନସ ବିଶ୍ୱାଳ)୪।୭: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଚାରି ଦିନ ଧରି ନିଖୋଜ ଥିବା ୩ ଜଣ ଆଦିବାସୀଙ୍କର ମୃତ ଶରୀର ଗୁରୁବାର ବଡ଼ପୋଖରୀ ନିକଟସ୍ଥ…
ନିଜକୁ ଆର୍ଏଡବ୍ଲ୍ୟୁ ଏଜେଣ୍ଟର ପରିଚୟ ଦେଇ ଲୁଟୁଥିଲେ ଟଙ୍କା, ଏମିତି ପଡ଼ିଲେ ଧରା
ବାଲେଶ୍ୱର,୩ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ପୋଲିସ ଦ୍ବାରା ନିଜକୁ ରିସର୍ଚ୍ଚ ଆନାଲିସିସ୍ ଓ୍ବାଇନ୍ (RAW) ଏଜେଣ୍ଟର ଷ୍ଟେଟ୍ ହେଡ୍ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ରେମୁଣା ଅଞ୍ଚଳର ସତ୍ୟ ନାରାୟଣ ନାୟକ ବୋଲି ପରିଚୟ ମିଳିଛି।…
ଆରମ୍ଭ ହେବ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’
ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ବାଲେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବନ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବିଭିନ୍ନ ପଞ୍ଚାୟତରେ ବନ୍ୟାଜଳ ନିଷ୍କାସନ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ ସହ ଜଳସେଚନ ବିଭାଗ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର…
ଏସ୍ଏଚ୍ଜି କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କଲେ ଇନଚାର୍ଜ, ତାତିଲେ ମହିଳା
ସିମୁଳିଆ, ୩।୭(ସନ୍ତୋଷ ନାୟକ): ସରକାର ଏସ୍ଏଚ୍ଜି ମହିଳାମାନଙ୍କୁ ମିଶନଶକ୍ତି ମାଧ୍ୟମରେ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଗ୍ରୁପମାନଙ୍କ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଇନଚାର୍ଜ ବିପିଏମ୍(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) ବିଭିନ୍ନ ଏସ୍ଏଚ୍ଜି ଦାୟିତ୍ୱରେ…
ବାଲେଶ୍ୱର ସହରରୁ କର୍ଫ୍ୟୁ ହଟିଲା
ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଅଶାନ୍ତ ହୋଇପଡିଥିବା ବାଲେଶ୍ୱର ସହରରୁ ୧୫ଦିନ ପରେ କର୍ଫ୍ୟୁ ହଟାଯାଇଛି। ବିଶେଷ କରି ବାଲେଶ୍ୱର ଟାଉନ, ସହଦେବଖୁଣ୍ଟା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା। ପ୍ରଥମେ ଶିଳ୍ପାଞ୍ଚଳ ଥାନାକୁ…
ସିଆର୍ପିଏଫ୍ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଜମ୍ମୁରେ ସିଆର୍ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ ତଳେ…
Archives


