ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ ହୋଇଗଲାଣି ଫେରିବାର ନାଁ ନାହିଁ। ତିନି ଝିଅ ଓ ରୋଗିଣା ସ୍ତ୍ରୀ କଥା ଯେମିତି ମନେପଡ଼ୁନି।
ଏମିତି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ। ନୀଳଗିରି ବ୍ଲକ ଜଡିବାଲି ଗ୍ରାମର ସୁଜାତା ବାରିକ। ଏକମାସ ପୂର୍ବେ ଝିଅର ଦେହ ଖରାପ ହେବାରୁ ସ୍ବାମୀଙ୍କ ସହ ବାଲେଶ୍ୱର ମେଡ଼ିକାଲ ଚିକିତ୍ସା ପାଇଁ ଆସିଥିଲେ। ତେବେ ସେଠାରେ ହଠାତ୍‌ ସୁଜାତା ମଧ୍ୟ ଅସୁସ୍ଥ ହୋଇପଡନ୍ତି । ପରୀକ୍ଷାରୁ ଜଣାପଡିଲା ସେ ଯଷ୍ମା ରୋଗରେ ପିଡୀତ। ତେଣୁ ମାଲିକ ପାଖରୁ ଟଙ୍କା ଆଣିବା ପାଇଁ ତାଙ୍କ ସ୍ବାମୀ ତିନି ଝିଅଙ୍କୁ ମେଡିକାଲରେ ଛାଡି ଯାଇଥିଲେ। ସେବେଠାରୁ ମାସେ ହୋଇଗଲାଣି ସ୍ବାମୀଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ସ୍ତ୍ରୀ ଓ ୩ଛୁଆ। ହେଲେ ନାଁ ସେ ଫୋନ ଉଠାଉଛନ୍ତି ନାଁ ମେଡିକାଲ ଆସଛନ୍ତିି। ଏବେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ବାଲେଶ୍ୱରର ବିପଦର ବନ୍ଧୁ ସ୍ବେଚ୍ଛାସେବୀ ଅନୁଷ୍ଠାନ । ସୁଜାତାଙ୍କ ବିଷୟରେ ଖବର ପାଇବା ପରେ ଏହି ସଙ୍ଗଠନ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ବିଧାୟକଙ୍କ ପରାମର୍ଶ କ୍ରମେ ମହିଳାଙ୍କୁ ନୀଳଗିରି ମେଡିକାଲକୁ ଆଣିଥିଲେ। ଏପରିକି ବିଧାୟକ ନିଜେ ମେଡ଼ିକାଲରେ ପହଞ୍ଚି ସୁଜାତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇ ଦେବା ସହ ତାଙ୍କ ସ୍ବମୀଙ୍କୁ ଲୋକ ଲଗାଇ ଡକାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri