କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେଲେ ବସ୍ତା ବିଧାୟକ
ବସ୍ତା,୨୬।୩ (ଡି.ଏନ୍.ଏ): କରୋନା ମୁକାବିଲା ପାଇଁ ବାଲେଶ୍ୱର ଜିଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କର ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସେ ସଚେତନ ବାର୍ତ୍ତା ଦେଇ କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା...
ଲକ୍ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ବସ୍ତା,୨୬।୩(ଡି.ଏନ୍.ଏ): କରୋନା ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା ପ୍ରଶାସନର ଜରୁରୀ ବୈଠକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ କୁକୁମୀନା...
ଲକ୍ଡାଉନ୍ କଟକଣାକୁ ନେଇ ଚାଷୀ ଆତଙ୍କିତ: ପରିବା ବିକ୍ରି ନ ହେବା ଭୟ ଦେଖାଇ ଶସ୍ତା ଦରରେ କିଣୁଛନ୍ତି ଦଲାଲ
ବାଲେଶ୍ୱର ଅଫିସ,୨୬।୩: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବାଇଗଣବାଡ଼ିଆର ଚାଷୀମାନେ କରୋନା କଟକଣା ଲାଗି ଚିନ୍ତାରେ। ସେମାନଙ୍କ କହିବା ଅନୁଯାୟୀ, ସେମାନେ ଚାଷ କରୁଥିବା ପନିପରିବା । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଯାଇଥାଏ।...
ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ
ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ପରିବାରବର୍ଗ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କ...
ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼
ବସ୍ତା,୨୫।୩(ଡି.ଏନ୍.ଏନ୍.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି ଭୂତାଣୁ ନ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ କଟକଣାକୁ କିଛି ଲୋକ ହେୟ...
କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି
ବସ୍ତା,୨୫।୩(ଡି.ଏନ୍.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା ଜାରି କରାଯାଇଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ଭାଇରସ୍କୁ କିପରି...
ଅହମ୍ମଦାବାଦ୍ରେ ଫସି ରହିଛନ୍ତି ୬୧ ଓଡିଆ ତୀର୍ଥଯାତ୍ରୀ: ଫେରାଇ ଆଣିବାକୁ ନିବେଦନ
ଖଇରା, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ତଥା ପଡୋଶୀ ଆଗରପଡା, ସୋର, ବାହାନଗା ଏବଂ ଔପଦା ଅଞ୍ଚଳରୁ ତୀର୍ଥଯାତ୍ରାରେ ଯାଇଥିବା ୬୧ଯାତ୍ରୀ ଗୁଜୁରାଟର ଅହମ୍ମଦାବାଦରେ ଫସି ରହିଛନ୍ତି । ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ପରିବାର...
କରୋନା କଟକଣା: ରୂପ୍ସା ଝୋଟ କାରଖାନା ବନ୍ଦ
ରୂପ୍ସା, ୨୪।୩(ଡି.ଏନ.ଏ.)-କରୋନା କଟକଣା ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ଜୟକିଶନ ଦାସ ମଲ ଝୋଟ କାରଖାନାକୁ ମଙ୍ଗଳବାରଠାରୁ ବନ୍ଦ ରଖାଯାଇଛି। କାରଖାନା ଜେନେରାଲ ମ୍ୟାନେଜର ମୁଖ୍ୟ ଫାଟକରେ ଏ ନେଇ ଏକ ନୋଟିସ୍ ଝୁଲାଇଛନ୍ତି। ରାଜ୍ୟ...
ବାଲେଶ୍ୱରରେ ଲକ୍ଡାଉନ ନିୟମ ଉଲ୍ଲଂଘନ: ୨ ଗିରଫ
ବାଲେଶ୍ୱର ଅଫିସ, ୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାରା ରାଜ୍ୟକୁ ଲକ୍ଡାଉନ୍ କରାଯାଇଛି। ତେବେ ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ପ୍ରେମ ବିବାହକୁ ନେଇ ଗଣ୍ଡଗୋଳ: ପୋଲିସକୁ ଆକ୍ରମଣ
ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ଶଗଡ଼ା ସାହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୫ଜଣ ଗୁରୁତର ହୋଇଛନ୍ତି। ଉଦ୍ଧାର କରିବାକୁ ଯାଇଥିବା...
ବାଲେଶ୍ୱର ଲକ୍ଡାଉନ୍: ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଯାତାୟାତ କରିବାକୁ ଲୋକଙ୍କୁ ଅନୁମତି
ବାଲେଶ୍ୱର ଅଫିସ,୨୪।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ୯ଟି ଜିଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହି ୯ ଜିଲାର ତାଲିକାରେ ଥିବା ବାଲେଶ୍ୱର ସହରକୁ ମଙ୍ଗଳବାର ପୂର୍ବାହ୍ନରୁ ଲକ୍ଡାଉନ୍...
ଆନ୍ଧ୍ରରେ ଫଶି ରହିଛନ୍ତି ଓଡ଼ିଆ ଯୁବକ : ସହାୟତା ପାଇଁ ଉପଜିଲାପାଳଙ୍କୁ ଗୁହାରି କଲେ ବାପା
ସଜନାଗଡ଼, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାର ଏକ ଗ୍ରାନାଇଟ୍ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ଫଶି...
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍
ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ କୌଣସି ଯାତ୍ରୀବାହୀ ଗାଡ଼ି ଓଡ଼ିଶା ମଧ୍ୟକୁ ପଶିବାକୁ ଦିଆଯାଉନାହିଁ...
ବାଲିଆପାଳକୁ ଲକ୍ଡାଉନ ଘୋଷଣା
ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ରବିବାର ଜନତା କର୍ଫ୍ୟୁକୁ ବାଲେଶ୍ୱର ଜିଲା ସମେତ ବାଲିଆପାଳ ବ୍ଲକରେ ବିପୁଳ...
ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ
ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍ ରିଡ୍ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ ପରେ ସମୁଦ୍ରମୁହଁା ହୋଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଭରାଜୁଆର ସହିତ ପାଗ...
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ
ରସାଳପୁର,୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅମ୍ବିକା ନାମ୍ନୀ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗଡ଼ିଆରେ ପକାଇ ଏହାକୁ ଆତ୍ମହତ୍ୟା ରୂପ...
ଟ୍ରକ୍କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର
ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍ ଥାନା ଅନ୍ତର୍ଗତ ନେକୁରସୁନି ଏନ୍ଏଚ୍ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ଏକ ଜାଇଲୋ ଯୋଗେ...
ଲକ୍ଡାଉନ୍ର ଦ୍ୱିତୀୟ ଦିନ: ଶୋଇଯାଇଛି ବାଲେଶ୍ୱର ସହର
ବାଲେଶ୍ୱର ଅଫିସ,୨୩।୩: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍ର ଦ୍ୱିତୀୟ ଦିନରେ ବାଲେଶ୍ୱର...