ବାଲେଶ୍ୱର

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥା। ଡାକ୍ତରଖାନାରେ ରୋଗୀଙ୍କୁ ଅପରିଷ୍କାର ବେଡ୍‌ଶିଟ ଦେବା ଏବଂ ଡାକ୍ତର ଟଙ୍କା ମାଗୁଥିବା ଅଭିଯୋଗ କରି ବୁଧବାର ରାତିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧାରଣାରେ ବସିଛନ୍ତି।…

ଧାନକିଣାକୁ କେନ୍ଦ୍ର କରି ସମବାୟ ସମିତି ସମ୍ମୁଖରେ ଧାରଣା

ଜଳେଶ୍ୱର,୧।୧(ସ୍ବ.ପ୍ର): ଜଳେଶ୍ୱର ସ୍ଥିତ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଚାଫଲା ସେବା ସମବାୟ ସମିତିରେ ବିବାଦ ଦେଖାଦେବାରୁ ଧାରଣା ଦିଆଯାଇଥିଲା। ଫଳରେ ଧାନ କ୍ରୟ ଲାଗି ନାମ ପଞ୍ଜୀକରଣ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଏହି ସମବାୟ ସମିତି…

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ: ମାରଣାସ୍ତ୍ର ଜବତ, ୨ ଗିରଫ

ବସ୍ତା, ୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍‌ ନିକଟ ଏକ ବ୍ରିଜ୍‌ଠାରେ ମଙ୍ଗଳବାର ରାତିରେ ପୋଲିସ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗ ଠାବ କରିଛି। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ…

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର ମାଲିକ ଯୋଗେଶ୍ୱର ମହାନ୍ତି ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ…

ନୂଆବର୍ଷକୁ ସ୍ବାଗତ ଲାଗି ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର

ଭୋଗରାଇ, ୧।୧(ଡି.ଏନ.ଏ.)-ରାତି ପାହିଲେ ଆସିବ ନୂଆବର୍ଷ ୨୦୨୦। ୨୦୧୯ବର୍ଷର ଶେଷଦିନକୁ ସ୍ମରଣୀୟ କରିବା ପାଇଁ ସବୁଆଡେ ପରିବେଶ ଉତ୍ସବମୁଖର ହୋଇପଡିଛି। ବାଲେଶ୍ୱର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କ ଭିଡ ପରିଲକ୍ଷିତ ହୋଇଛି। ମଙ୍ଗଳବାରଠାରୁ ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋଟୁରିଜିମ୍‌ ବେଳାଭୂମିରେ…

ବରୁଣଗଡ଼ିଆ ଛକ ନିକଟରେ ଦୁର୍ଘଟଣା, ଶ୍ରମିକ ମୃତ

ରୂପ୍‌ସା, ୩୧।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଛକ ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ରୂପ୍‌ସା ଥାନା ଗଡ଼ପଦା…

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ସଜନାଗଡ଼, ୩୧।୧୨(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡର ଅଯୋଧ୍ୟା ଅଞ୍ଚଳରେ ୨ଟି ଭାଲୁ ଆତଙ୍କ ଖେଳାଇଛନ୍ତି। ଗୋଟାଏ ଭାଲୁ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ବେଳେ ଅନ୍ୟ ଏକ ଭାଲୁ ଅଯୋଧ୍ୟା ବଜାରସ୍ଥିତ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି। ଅଯୋଧ୍ୟା ଗୋପାଳପୁର…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ସଜନାଗଡ,୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଚାଷୀମାନେ ଧାରଣା ଦେଇଛନ୍ତି। ଚଳିତବର୍ଷ ଧାନ ବିକ୍ରି ପାଇଁ ନୀଳଗିରି ଲ୍ୟାମ୍ପ ଅଧୀନ ବିଭିନ୍ନ ସୋସାଇଟିରେ ବହୁଚାଷୀ ନାମ ପଞ୍ଜୀକରଣ ପାଇଁ କାଗଜପତ୍ର ଦାଖଲ କରିଥିଲେ।…

ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲା। ଏହାପରେ…

ସଚେତନତା ବାର୍ତ୍ତା ନେଇ ପୋଲିସ୍‌ ଏଏସ୍‌ଆଇଙ୍କ ସାଇକେଲ ଯାତ୍ରା

ଜଳେଶ୍ୱର, ୩୧।୧୨(ସ୍ବ.ପ୍ର.)-ନାରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଜଣେ ସରକାରୀ କର୍ମଚାରୀ ଛୁଟି ନେଇ ‘ବେଟି ବଚାଓ ଓ ବେଟି ପଢାଓ’ ସ୍ଲୋଗାନ ନେଇ ସାଇକେଲରେ ଦେଶସାରା ଭ୍ରମଣ…

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସଭାରେ…

ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଭୋଗରାଇ, ୩୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୃଷ୍ଣପୁର ଗ୍ରାମର ବିଶ୍ୱଜିତ୍‌ ପାଳ (୪୫) ନାମକ ମତ୍ସ୍ୟଜୀବୀଙ୍କ ସମୁଦ୍ରରେ ଅସ୍ବାଭାବକ ମୃତ୍ୟୁ ଘଟିଛି। ଏନେଇ ତାଳସାରୀ ମେରାଇନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୫/୧୯) ରୁଜୁ କରାଯାଇ ମୃତଦେହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?