ଖଇରା ବଜାରରେ ବାରମ୍ବାର ଦୁର୍ଘଟଣା: ପ୍ରତିବାଦରେ ରାସ୍ତା ଅବରୋଧ

ଖଇରା, ୫।୧(ଡି.ଏନ.ଏ.)-ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବଜାରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ କ୍ରମାଗତ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଲି ଜମା ହେବା ଯୋଗୁ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦ କରି ଶନିବାର ସ୍ଥାନୀୟ ବ୍ୟବସାୟୀ ଓ ଯାତ୍ରୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ଦୀର୍ଘ ୧ଘଣ୍ଟା ଧରି ରାସ୍ତାର ଉଭୟପାର୍ଶ୍ୱରେ ଗାଡି ଅଟକି ରହିଥିଲା । ପରେ ଖଇରା ତହସିଲଦାର ପ୍ରଦୀପ ସାହୁ ଏବଂ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଏବଂ ଖଇରା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ରାଜ୍ୟ ରାଜପଥ ନିର୍ମାଣ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟି ଦିଆଯାଇ ନ ଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ପାର୍କିଂ କରାଯାଉଛି । ବିଶେଷକରି ଘର ତିଆରି ପାଇଁ କଞ୍ଚାମାଲ ସଂଗ୍ରହ କରୁଥିବା ବ୍ୟକ୍ତିମାନେ ମାସ ମାସ ଧରି ରାସ୍ତା ଉପରେ ପକାଇ ରଖୁଛନ୍ତି। ଫଳରେ ରାସ୍ତା ସଂକୁଚିତ ହେବା ସହ ଦୈନନ୍ଦିନ ଦୁର୍ଘଟଣା ଘଟିଚାଲିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ଜାଣି ନ ଜାଣିଲା ଭଳି ଚୁପ୍‌ ହୋଇ ବସିଛନ୍ତି । ଶନିବାର ଖଇରା ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶନୀ ବାରିକ ସ୍କୁଲକୁ ଯାଉଥିବା ବେଳେ ଏକ ମେଡିସିନ ଷ୍ଟୋର ସମ୍ମୁଖରେ ରାସ୍ତା ଉପରେ ବାଲି ରଖାଯାଇଥିବା କାରଣରୁ ବାଇକ ଅଙ୍କିତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଆହତ ହେବା ସହ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ା ଏହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ଓ ଯାତ୍ରୀ ଜୟଦେବ ବେହେରା, ସନ୍ତୋଷ ଶତ୍‌ପଥି, ରଞ୍ଜନ ରାଉତ, ଲକ୍ଷ୍ମୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ମୁଖୀ, ଡମ୍ବରୁଧର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ଲୋକ ରାସ୍ତା ଅବରୋଧରେ ସାମିଲ ହୋଇଥିଲେ ା ତହସିଲଦାର ସାହୁ ଓ ଖଇରା ଏଏସ୍‌ଆଇ ପ୍ରଦୀପ ମହାନ୍ତି ବଜାର କମିଟି ସହ ଆଲୋଚନା ପରେ ରାସ୍ତାକଡରୁ ବାଲିଗଦା ତଥା ବ୍ୟାନର ଫଳକ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତିଶ୍ରୁତି ଦେବା ପରେ ବାଇକ ଓ ବସ୍‌ ଚଳାଚଳ ପୂର୍ବଭଳି ଚାଲୁ ରହିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ବିସ୍ମୃତିର ନବପର୍ବ

ଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri