ଖଡ଼ଗପୁର ଡିଆର୍‌ଏମ୍‌ଙ୍କୁ ଭେଟିଲେ ପ୍ରତିନିଧି ଦଳ

ଜଳେଶ୍ୱର,୬।୧(ସ୍ବ.ପ୍ର.)- ଖଡଗପୁର ରେଳ ଡିଭିଜନ ଅଧୀନ ବାଲେଶ୍ୱର ଜିଲାର ଜଳେଶ୍ୱର ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏଣୁ ଜଳେଶ୍ୱରକୁ ଏକ ମଡେଲ ଷ୍ଟେଶନ କରାଯିବା ଲାଗି ଶନିବାର ଜଳେଶ୍ୱରର ସମାଜକଲ୍ୟାଲ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ଖଡଗପୁର ଡିଭିଜନ୍‌ ଡିଆର୍‌ଏମ୍‌ ମନୋଜ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ୩ ଯୋଡା ଟ୍ରେନ ଚଳାଚଳ ଲାଗି ଦାବି ଉପସ୍ଥାପନ କରାଯାଇଥିଲା।
ଖଡଗପୁର ଡିଆର୍‌ଏମଙ୍କ ସହ ଆଲୋଚନା ବେଳେ ଜଳେଶ୍ୱର ରେଳ ଷ୍ଟେଶନର ଭିତ୍ତିଭୂମି ବିକାଶ ଉପରେ ପ୍ରତିନିଧିଦଳ ଗୁରୁତ୍ୱାରୋପ କରିଥିଲେ। ଉତ୍ତର ବାଲେଶ୍ୱରରୁ ସକାଳୁଆ ଭୁବନେଶ୍ୱର ଯିବା ପାଇଁ ଖଡ଼ଗପୁର ଛାଡୁଥିବା ଫାଷ୍ଟ ପାସେଞ୍ଜରକୁ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ସହିତ ଲିଙ୍କ୍‌ କରାଯିବା ନେଇ ଦାବି ଉପସ୍ଥାପନ କରାଯାଇଥିଲା। ପୂର୍ବାହ୍ନ ୧୦ଟା୪୦ପରେ ଖଡ଼ଗପୁରରୁ ବାଲେଶ୍ୱର କୌଣସି ପାସେଞ୍ଜର ଟ୍ରେନ୍‌ ସନ୍ଧ୍ୟା ୬ଟା ଯାଏ ଚଳାଚଳ କରୁ ନ ଥିବାରୁ ଏହି ସମୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରିବା, ଖଡଗପୁର ଭେଲୁପୁରମ୍‌ ଏକ୍ସପ୍ରେସ୍‌ ଜଳେଶ୍ୱରରେ ଅଟକିବା, ଜଳେଶ୍ୱରର ଉତ୍ତରପଟେ ୩ନଂ ପ୍ଲାଟଫର୍ମରୁ ପଶ୍ଚିମବାଡ଼ ପଟେ ଯାତାୟତ ଲାଗି ଓଭରବ୍ରିଜ୍‌ ନିର୍ମାଣ, ପଶ୍ଚିମବାଡ଼ ପଟେ ଟିକଟ କାଉଣ୍ଟର ଖୋଲିବା, ୨ ଓ ୩ ନଂ ପ୍ଲାଟଫର୍ମରେ ଶୌଚାଳୟ ବ୍ୟବସ୍ଥା , ୧ ନଂ ପ୍ଲଟଫର୍ମରେ ଅଧିକ ସେଡ଼ ନିର୍ମାଣ, ୨ ଓ ୩ନଂ ପ୍ଲାଟଫର୍ମରେ ଟ୍ରେନ୍‌ର ୨ଟି ବଗି ବାହାରକୁ ରହୁଥିବାରୁ ତାହାର ଦୈର୍ଘ୍ୟ ବୃଦ୍ଧି କରିବା, ଲିଫ୍ଟ ନିର୍ମାଣ, ରେଳ ଷ୍ଟେସନକୁ ଏନ୍‌ଏସ୍‌ଜି-୪ର ମାନ୍ୟତା ଦେବା ଏବଂ ରାଇବଣିଆ ଦୁର୍ଗ ଢାଞ୍ଚାରେ ଷ୍ଟେଶନର ମୁଖ ଶାଳା ନିର୍ମାଣ ଦାବି ଉଠାଯାଇଥିଲା। ଡିଆର୍‌ଏମ୍‌ ପ୍ରଧାନ ଏସବୁ ଦାବି ଶୁଣିବା ପରେ ଆଇଭିଆର୍‌ ଓ ୱାଇଫାଇ ସିଷ୍ଟମ ୫ଦିନ ମଧ୍ୟରେ ଏବଂ ମାର୍ଚ୍ଚ ସୁଦ୍ଧା ୨ଟି ଲିଫ୍ଟ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ୩ୟ ରେଳପଥ କାର୍ଯ୍ୟ ଶେଷ ନ ହେବା ପଯର୍‌ୟନ୍ତ ପଶ୍ଚିମବାର୍ଡ଼ ପଟେ କୌଣସି ସମ୍ପ୍ରସାରଣ କାର୍ଯ୍ୟ ହେବ ନାହିଁ। ତେବେ ଟେମ୍ପୋ ଷ୍ଟାଣ୍ଡ ନିର୍ମାଣ, ସିସି ଟିଭି ଓ ଡିସ୍‌ପ୍ଲେ ବୋଡ ୫ଦିନ ମଧ୍ୟରେ କାଯର୍‌ୟକ୍ଷମ ହେବ ବୋଲି କହିଥିଲେ ା ଅନ୍ୟ କେତେକ ଦାବି ସମ୍ପର୍କରେ ରେଳବୋର୍ଡ଼ ସହିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଆଲୋଚନା ବେଳେ ସମାଜ କଲ୍ୟାଣ ବିକାଶ ପରିଷଦର ସମ୍ପାଦକ ଜେନା, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ଶରତ ଚନ୍ଦ୍ର ପରିଡ଼ା, ଅବନୀ ଚାନ୍ଦ, ଅଜିତ୍‌ ମହାନ୍ତି, ପ୍ରଦିପ୍ତ କିଶୋର ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଡିଆର୍‌ଏଙ୍କ ସହିତ ଚିଫ ଅଫିସ୍‌ ସୁପରିଟେଣ୍ଡେଣ୍ଟ ସୁନିଲ କୁମାର ଗିରି, ଏ ରବି କୁମାର, ସିଡ଼ିଟିସି ଗଦାଧର କରଣ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri