ବାଲେଶ୍ୱର

ପୋଖରୀକୁ ଭୁଶୁଡ଼ିଲା ଗାର୍ଡଓ୍ବାଲ

ବାସୁଦେବପୁର,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଲବଗାସ୍ଥିତ ଝାଡ଼େଶ୍ୱର ମହାଦେବଙ୍କ ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ି ପଡ଼ିଛି। ଏହି ପୋଖରୀରେ ଗତ କିଛିମାସ ତଳେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ ହଠାତ୍‌ ଭାଙ୍ଗି ପଡ଼ିଛି। ଏହି ଗାର୍ଡ଼ଓ୍ବାଲ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ହୋଇଥିବା ସୂଚନା ମିଳିଛି।…

୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ସଜନାଗଡ,୩୦।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଛୁଆ ଅଞ୍ଚଳରେ ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ମୋହନ ସିଂ(୨୦)ଙ୍କୁ ଥାନାରେ ଅଟକ…

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟିକୁ ଆସିବା ପରେ ଏହି ଘଟଣା…

ଠିକାଦାରଙ୍କ କବ୍‌ଜାରେ ମହାବିଦ୍ୟାଳୟ ଖେଳପଡ଼ିଆ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱର ସହର ଏଡ଼ିଏମ୍‌ ଛକ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଥିବା ଖେଳ ପଡ଼ିଆରେ ଜନୈକ ଠିକାଦାର ଅନ୍ୟତ୍ର କାର୍ଯ୍ୟ ପାଇଁ ବାଲି, ଇଟା, ଚିପ୍ସ, ସିମେଣ୍ଟ ଏପରିକି ଜେସିବି ମେଶିନ ରଖି ଖେଳ ପଡ଼ିଆକୁ କବ୍‌ଜା…

ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା ଅଭିଯୋଗ ହୋଇଥିଲା। ପରେ ଗ୍ରାମବାସୀଙ୍କ ଚାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ…

ବାଲେଶ୍ବରରେ ଭାରତ ବନ୍ଦ ଡାକରା ପ୍ରଭାବଶୂନ୍ୟ

ବାଲେଶ୍ୱର ଅଫିସ, ୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ବରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାର ପୂର୍ବାହ୍ନ ୯ଟା ସମୟରେ ଗଗନ ସେଠୀଙ୍କ ନେତୃତ୍ୱରେ ମାତ୍ର ୧୫ରୁ ୧୬ ଜଣ ଲୋକ ଷ୍ଟେଶନ ଛକରେ ଆନ୍ଦୋଳନ…

ଜନବସତିରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌କୁ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୯ ନମ୍ବର ୱାର୍ଡ଼ର ଶ୍ରୀକଣ୍ଠପୁର କ୍ୟାଥୋଲିକ୍‌ ପଡ଼ାରେ ବର୍ଜ୍ୟବସ୍ତୁ ପ୍ରୋସେସିଂ ୟୁନିଟ୍‌ ଖୋଲାଯିବାକୁ ମ୍ୟୁନିସିପାଲିଟି ପକ୍ଷରୁ ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ୨୯ ନମ୍ବର ୱାର୍ଡ଼ ସହରର ମଧ୍ୟମସ୍ଥଳୀରେ ଅବସ୍ଥିତ। ଘରୋଇ ଶିକ୍ଷାନୁଷ୍ଠାନ…

ମନ୍ଦିର ଉଚ୍ଛେଦକୁ ନେଇ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ସହର ମୁଖ୍ୟରାସ୍ତା ଓଟିରୋଡ୍‌କୁ ସମ୍ପ୍ରସାରଣ ଲାଗି ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ହେଲା ମନ୍ଦିର ପରିଚାଳନା କମିଟିକୁ ନୋଟିସ୍‌ ଦିଆଯାଇଥିଲା। ପୂର୍ବରୁ ଲୋକଙ୍କ ବିରୋଧ ଯୋଗୁ ପ୍ରଶାସନ ବିଫଳ ହୋଇ…

ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ଆନ୍ଦୋଳନ: ରାସ୍ତାରେ ବସିଲେ ଅଭିଭାବକ, ସ୍କୁଲ ହତାରେ ଛାତ୍ରୀଛାତ୍ର

ଜଳେଶ୍ୱର,୨୮।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବଡ଼ବଜାରସ୍ଥିତ ଟାଉନ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଓ ବଦଳି ଆଦେଶକୁ ବିରୋଧ କରି ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦିନତମାମ ଆନ୍ଦୋଳନ ଓ ଗଣଧାରଣାରେ ବସିଥିଲେ। ସମାଧାନର ସୂତ୍ର ନ ବାହାରିବାରୁ ବୁଧବାର ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀମାନେ…

ଡମ୍ପର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ପ୍ରତିବାଦରେ ରାସ୍ତାରୋକୋ

ସିମୁଳିଆ,୨୮।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୪କି.ମି. ଦୂର ୧୬ନଂ. ଜାତୀୟ ରାଜପଥର ତୁଳସୀ ଆଶ୍ରମ ନିକଟରେ ମଙ୍ଗଳବାର ଡମ୍ପର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଇକ୍‌ ଆରୋହୀ ଜଗେନ୍ଦ୍ର ମଣ୍ଡଳ(୨୫) ଓ…

ମନ୍ଦିର ଭାଙ୍ଗା ନୋଟିସ ପ୍ରତିବାଦରେ ଅଷ୍ଟପ୍ରହର ନାମଯଜ୍ଞ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ୱର ସହର ଆଇଟିଆଇ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରର ନାଟମଣ୍ଡପ ଭାଙ୍ଗିବାକୁ ଗତ ୨୩ ତାରିଖ ଜିଲା ପ୍ରଶାସନ ନୋଟିସ କରିଥିଲା। ମଙ୍ଗଳବାର ଏହାକୁ ବିରୋଧ କରି ଲୋକେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛିନ୍ତି। ସ୍ଥାନୀୟ ଲେକେ ସକାଳୁ ମନ୍ଦିର…

ପରେଡରେ ଅଣଛାତ୍ର ହାତେଇ ନେଲେ ଟ୍ରଫି

ବାଲେଶ୍ୱର ଅଫିସ, ୨୮।୧-ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ସରକାରୀ, ବେସରକାରୀ ଏମ୍‌ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟରୁ ୫୫ଟି ଦଳ ପରେଡ୍‌ରେ ଭାଗ ନେଇଥିଲେ। ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ଡିଆର୍‌ଡିଓ (ଡିଫେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?