ଆଚରଣ, ଉଚ୍ଚାରଣ ପ୍ରତି ସଚେତନ ରହିବା ଜରୁରୀ

ଜଳେଶ୍ୱର, ୩।୨(ସ୍ବ.ପ୍ର.)-ଓଡ଼ିଶାର ଉପାନ୍ତ ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆମ୍ବଳିଅଠା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଉଦ୍‌ଘାଟନ କରି ପ୍ରତ୍ୟେକଙ୍କ ଆଚରଣ ଓ ଉଚ୍ଚାରଣ ଓ ସଂସ୍କାର ପ୍ରତି ସଚେତନ ରହିଲେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରିବ।
ବିଦ୍ୟାଳୟ ସମ୍ପାଦକ ରବିନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅତିଥି ସିଆର୍‌ସିସି ପଙ୍କଜ କୁମାର ଜେନା ଯୋଗ ଦେଇଥିଲେ। ଆୟୋଜିତ ପୁରସ୍କାର ବିତରଣ ସଭାରେ ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ପ୍ରଧାନ ସଭାପତିତ୍ୱ କରି ସ୍ବାଗତଭାଷଣ ଦେଇଥିଲେ। ମୁଖ୍ୟଅତିଥି ଭାବେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଯୋଗଦେଇ ଛାତ୍ରୀଛାତ୍ରଙ୍କର ପ୍ରଚେଷ୍ଟା ଜାରି ରହିଲେ ସଫଳତା ମିଳିପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗଦେଇ ସୁସ୍ଥ ମାନସିକତା ଓ ଇଚ୍ଛାଶକ୍ତି ରହିଲେ ବଡ଼ କିମ୍ବା ଭଲ ମଣିଷ ସୃଷ୍ଟି ହେବାରେ ବାଧକ ସୃଷ୍ଟି ହେବନାହିଁ ବୋଲି କହିଥିଲେ। ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାତ୍ର, ବରିଷ୍ଠ ଖବରଦାତା ଅବନୀ କୁମାର ଚନ୍ଦ, ସିଆର୍‌ସିସି ମାଖନଲାଲ ବେରା, ବିଦ୍ୟାଳୟର ଉପଦେଷ୍ଟା ସୁକୁମାର ରଣା, ସମାଜସେବୀ ସପନ କୁମାର ଜେନା ସାମ୍ପ୍ରତିକ ସମାଜରେ ଚାଲିଥିବା ଶିକ୍ଷାୟତନ ଶିକ୍ଷାରେ ବେସରକାରୀ ସ୍କୁଲଗୁଡ଼ିକର ସଫଳତା, ସରକାରୀ ବିଦ୍ୟାଳୟ ପ୍ରତି ଏକ ଆହ୍ବାନ ବୋଲି କହିଥିଲେ। ଆଚାର୍ଯ୍ୟ ଶାନ୍ତନୁ ଦେ ମଞ୍ଚ ଆହ୍ବାନ, ମଞ୍ଚ ପରିଚାଳନା, ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁରାଧା ପ୍ରଧାନ ବିବରଣୀ ପାଠ କରିଥିଲେ। ଆଚାର୍ଯ୍ୟ ଅଜୟ କୁମାର ଚାନ୍ଦ, ଅଭିଜିତ୍‌ ଜେନା, ରୀତାରାଣୀ ସେନାପତି, ରଞ୍ଜିତା ମହାନ୍ତି, ମମତା ସ୍ବାଇଁ, ବିଦ୍ୟୁତ୍‌ ପ୍ରଭା ଦାସ, ସୁକାନ୍ତି ନନ୍ଦୀ, ରିତା ଜେନା ପ୍ରମୁଖ ପରିଚାଳନା କରିଥିଲେ। ଅପରାହ୍ନରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହିତ କ୍ଷୁଦ୍ରନାଟକ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଯତିନ୍ଦ୍ର ନାଥ ଦେଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…

ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା…

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍‌ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍‌ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଛନ୍ତି । ବରଗଡ଼ ଜିଲାରେ…

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ: ସାମିଲ ହେଲେ ବିଧାୟକଙ୍କ ସହ ଏମାନେ…

ଗଞ୍ଜାମ,୧୯।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳିଜଗନ୍ନାଥପୁର ସ୍ଥିତ ପ୍ରଭୁ ଶ୍ରୀ ବାଲି ଲୋକନାଥଙ୍କ ମନ୍ଦିର ପରିସରରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବିଶେଷ…

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

ରାତି ୧୦ଟା ପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ଦାବି: ଡ୍ରଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡୁ

ଲାଠୋର, ୧୯।୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ମେଡ଼ିକାଲ ଷ୍ଟୋରଗୁଡ଼ିକ ସନ୍ଧ୍ୟା ୭ଟା ପରେ ବନ୍ଦ ରହୁଛି। ସାଧାରଣ ଲୋକ ମେଡ଼ିସିନ ପାଇଁ…

ଫଳ ତୋଳିବାକୁ ବଗିଚାକୁ ଯାଇଥିଲେ ଧରଣୀଧର: ମାଡ଼ିଆସିଲା ଦନ୍ତା ହାତୀ, ଆଉ ତା’ପରେ…

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର…

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri