ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲାପାଳ
ବାସୁଦେବପୁର,୨୦।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୋମବାର ଜିଲାପାଳ ଜ୍ଞାନରଞ୍ଜନ ଦାସ ପହଞ୍ଚି ପରିଦର୍ଶନ କରିଛନ୍ତି। ଜିଲାପାଳ ଉକ୍ତ ବ୍ଲକକୁ ଜନ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଅଚାନକ ବିଦ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ…
ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ବାହାନଗା,୨୦।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପାଟିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଖବର ପାଇ ପୋରାଡ଼ିଆ କ୍ଲଷ୍ଟରର ସିଆର୍ସିସି ପରମାନନ୍ଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା…
ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍ ଟିମ୍ ବାଲେଶ୍ୱର ଏବଂ ଭୁବନେଶ୍ୱରର ବିଭିନ୍ନ ଯାଗାରେ ଚଢାଉ କରି ୫ ବ୍ରାଉନସୁଗାର ଡିଲରଙ୍କୁ ଗିରଫ…
ପିକ୍ନିକ୍ ବସ୍କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍: ୭ ଗୁରୁତର
ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍ ବସ୍କୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ…
କାର୍ଯ୍ୟକାରୀ ହେଉନି କୋର୍ଟ ନିର୍ଦ୍ଦେଶ: ବରିଷ୍ଠ ନାଗରିକଙ୍କ କ୍ଷୋଭ
ବାଲିଆପାଳ, ୨୦।୧(ଡି.ଏନ.ଏ.)- କୋର୍ଟ ନିର୍ଦ୍ଦେଶ ପ୍ରଶାସନ କାର୍ଯ୍ୟକାରୀ କରୁ ନ ଥିବାରୁ ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେମାନେ ଏହା ପ୍ରକାଶ କରିଛନ୍ତି।…
କ୍ରିକେଟ ଲାଗି ବେଟିଂ, ଜଣେ ଗିରଫ
ଜଳେଶ୍ୱର, ୨୦ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ଗ୍ୟାରେଜ୍ ବଜାର ଅଞ୍ଚଳର ଜୁଆ ଆଡ୍ଡାରେ ଚଢାଉ କରି କ୍ରିକେଟ ପାଇଁ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ଦେଢଲକ୍ଷ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ଥାନା ରାଜପୁର…
ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ରୂପ୍ସା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅନ୍ତଗର୍ର୍ତ ରଘୁନାଥପୁର ଗ୍ରାମର ହରିହର ତରେଇ (୪୬)ଙ୍କ ମୃତଦେହକୁ ରବିବାର ବୁଢ଼ାବଳଙ୍ଗ ନଦୀରୁ ପୋଲିସ ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୩/୨୦) ରୁଜୁ କରି ପୋଲିସ ମୃତଦେହ…
ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଆକ୍ରମଣ: ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବାହାନଗା,୧୯।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ନିକଟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ୩ ଦୁର୍ବୃତ୍ତ ଆକ୍ରମଣ କରି ୧ ଲକ୍ଷ ୬ ହଜାର ଟଙ୍କା…
ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର ଅଫିସ,୧୯।୧: ବାଲେଶ୍ୱର ଷ୍ଟେଶନ ପାଖ ଅଡ଼ର ବଜାର ନିକଟ ରେଳ ଧାରଣାରୁ ରବିବାର ସକାଳେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ସିଙ୍ଗଳା ଥାନା ଅଞ୍ଚଳର ସୁରୂପା ମହାନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।…
ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ
ସୋର, ୧୯ା୧(ଡି.ଏନ୍.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍ ଫେଲ୍ ନିୟମ ବାତିଲ କରିବା ଦାବିରେ ଶନିବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି…
ଘନ କୁହୁଡ଼ିରେ ପିକନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ ଗୁରୁତର
ଭୋଗରାଇ,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନହରା ଛକଠାରେ ଶନିବାର ଭୋର ସମୟରେ ଏକ ବୋଲେରୋ ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର…
‘ବରିଷ୍ଠ ନାଗରିକ ବୋଝ ନୁହନ୍ତି’
ଔପଦା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ହାଇସ୍କୁଲ ପଡ଼ିଆରେ ରମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ବରିଷ୍ଠ ନାଗରିକ ମଞ୍ଚର ୭ତମ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ ପରେ ଆବାହକ ମହେନ୍ଦ୍ର ପ୍ରସାଦ…
Archives


