ବାଲେଶ୍ୱର

ଧାନ ରଖି ଚାଷୀଙ୍କ ରାସ୍ତାରୋକୋ

ଜଳେଶ୍ୱର,୨୪।୧(ଡି.ଏନ.ଏ.)-ମଣ୍ଡିରେ ଧାନକ୍ରୟରେ ଅନିୟମିତତା ବିରୋଧରେ ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଡେମୁରିଆଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ ମିଲର୍‌ ଓ ଇକଡ଼ା ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଧ୍ୟ ତାଲା ପକାଇ ଅଟକାଇ…

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରସାଳପୁର, ୨୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ହରିଡ଼ା ଗ୍ରାମର ପ୍ରଭାକର ମହାଳିକ ନାମକ ଯୁବକ ଶୁକ୍ରବାର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ରେଳବାଇ ପୋଲିସ ପହଞ୍ଚତ୍ ଶବ ଜବତ କରି ପଞ୍ଚନାମା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଶବ ବ୍ୟବଚ୍ଛେଦ…

ନେତାଜୀ ଜୟନ୍ତୀରେ ଗଣଦୌଡ଼

ଖଇରା, ୨୪।୧(ଡି.ଏନ.ଏ.)-ନେତାଜୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଗୁରୁବାର ଗଣଦୌଡ ଆୟୋଜନ କରାଯାଇଥିଲା। ଏଥିରେ ଖଇରା ବ୍ଲକର ୩୭ ପଞ୍ଚାୟତର ସହସ୍ରାଧିକ ଯୁବକ ସାମିଲ ହୋଇଥିଲେ। ଖଇରା ରନ ଲେଖାଥିବା ପୋଷାକ ପିନ୍ଧି ଯୁବକମାନେ…

କ୍ଷତିପୂରଣ ପ୍ରତିଶ୍ରୁତି ପରେ ହେଲା ଶବ ଦାହ

ରୂପ୍‌ସା/ବସ୍ତା/ଲଙ୍ଗଳେଶ୍ୱର, ୨୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ଆଳୁମେଦା ଗ୍ରାମର ଯୁବକ ନୀଳକଣ୍ଠ ବେହେରା (୩୫) ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ସେ ବିଲରେ ଧାନ ତଳି ପକାଇବା ପାଇଁ କାଦୁଅ କରୁଥିବା…

ଧାନ ବୋଝେଇ ଟ୍ରକ୍‌କୁ ୫୮,୦୪୦ ଟଙ୍କା ଜରିମାନା

ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍‌କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ) ପକ୍ଷରୁ ୫୮, ୦୪୦ ଟଙ୍କା ଜରିମାନା କରାଯାଇଛି। ଟ୍ରକ୍‌ର କାଗଜପତ୍ର ଠିକ୍‌ ନ ଥିବାବେଳେ…

ବେଆଇନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଲେ ପରିବାର

ବସ୍ତା,୨୩।୧(ଡି.ଏନ.ଏ)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୁଆରୀ ଗ୍ରାମର ନୀଳକଣ୍ଠ ବେହେରା(୩୮)। ସୂଚନାନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ନିଜର ସେଚ ପଏଣ୍ଟକୁ…

ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ ଅବିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଠପଢା…

୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ

ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧୀନ ଖୁଆଡ଼ ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଗ୍ରାମବାସୀ ଓ…

ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳ ଦମ୍ପତି

ବାଲେଶ୍ୱର ଅଫିସ, ୨୩।୧- ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ୪ ବର୍ଷର କନ୍ୟାସନ୍ତାନକୁ ବୁଧବାର କେରଳର କେ.ବି. ସୁବାସ ଓ ରୀତା ସୁବାସ ନାମ୍ନୀ ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ଉକ୍ତ ଦମ୍ପତି ୩ବର୍ଷ ପୂର୍ବରୁ ଏକ ପୋଷ୍ୟ…

ଜାଲ ଟିକଟ ବିକ୍ରି ଅଭିଯୋଗରେ ୨ ଗିରଫ

ବାଲେଶ୍ୱର ଅଫିସ,୨୩।୧-ଜାଲ ଟିକଟ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ଡିଭିଜନାଲ ଟାସ୍କଫୋର୍ସ ଟିମ୍‌ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋର ଅଞ୍ଚଳର ଜଗନ୍ନାଥ ଦାସ ଓ ରେଳ ବିଭାଗର ଆର୍‌ଏମ୍‌ଏସ୍‌୍‌ କର୍ମଚାରୀ ହେମନ୍ତ ପୃଷ୍ଟି ରେଳ ଟିକଟକୁ କଳାବଜାରୀ ମାଧ୍ୟମରେ…

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା…

ଭିଜିଲାନ୍ସ ଜାଲରେ ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ

ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ ଲାଞ୍ଚନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣି ସତ୍ୟବ୍ରତ ବେହେରା ଓ ଅସ୍ଥାୟୀ ଡାଟା ଏଣ୍ଟ୍ରି କର୍ମଚାରୀ ମିନାକ୍ଷି ସିଂଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?