ବାଲେଶ୍ୱର ଜିଲା ଚିଠି: ଶିଶୁ ସୁରକ୍ଷା ଯୋଜନା

ପଞ୍ଚାୟତସ୍ତରରେ ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ। ଅସୁରକ୍ଷିତ ପିଲାଙ୍କୁ ଉଦ୍ଧାର କରି ଜିଲା ଶିଶୁ କମିଟି ମାଧ୍ୟମରେ ଥଇଥାନ କରାଯିବା ଉଦ୍ଦେଶ୍ୟରେ ଜିଲାର ସବୁ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଛି। ବାସ୍ତବରେ ଜିଲାର ଅଧିକାଂଶ ପଞ୍ଚାୟତରେ ଏହି କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଠାରେ ଗଠନ ହୋଇଛି ସେଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କେବଳ କାଗଜକଲମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କାମ ଚଳାଇ ଚାଲିଥିବା ଓଏସିଆର୍‌ (ଓଡ଼ିଶା ଆଲିଆନ୍ସ ଫର୍‌ ଚାଇଲ୍ଡ ରାଇଟ୍‌ସ) ପକ୍ଷରୁ ହୋଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ନିୟମ ଅନୁଯାୟୀ, ଜିଲାରେ ସବୁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ଉକ୍ତ କମିଟିରେ ସଭାପତି ଭାବେ ସରପଞ୍ଚ, ସମ୍ପାଦକ ଭାବେ ଅଙ୍ଗନୱାଡ଼ିର ସୁପରଭାଇଜର, ସଦସ୍ୟ ଭାବେ ଜଣେ ଏଏନ୍‌ଏମ୍‌, ଅଙ୍ଗନୱାଡ଼ିର ଜଣେ କର୍ମୀ, ଦୁଇଜଣ ପିଲା, କ୍ଲବ କି ଏନ୍‌ଜିଓ ସଂସ୍ଥାରୁ ଜଣେ ସଦସ୍ୟ ଏବଂ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯିବାର ସ୍ଥିର ହୋଇଛି। ନିକଟରେ ବାଲେଶ୍ୱର ଜିଲା ରେମୁଣା ବ୍ଲକର ୩ଟି ପଞ୍ଚାୟତକୁ ନେଇ ଓଏସିଆର୍‌ ପକ୍ଷରୁ ଏକ ସର୍ଭେ କରାଯାଇ ନିରୁତ୍ସାହଜନକ ତଥ୍ୟ ସାମ୍ନାକୁ ଆସିଛି। ଶିଶୁଙ୍କ ସୁରକ୍ଷା ପାଇଁ ଏହି ଯୋଜନା କରାଯାଇଥିଲେ ମଧ୍ୟ ଜନସାଧାରଣଙ୍କ ସମେତ ଖୋଦ୍‌ ପଞ୍ଚାୟତର ସରପଞ୍ଚଙ୍କୁ ମଧ୍ୟ କମିଟି ସମ୍ପର୍କରେ ଜଣାନାହଁି। ଆହୁରି ରୋଚକର କଥା ହେଲା, ଏହି କମିଟିଗୁଡ଼ିକରେ ଶିଶୁ ପ୍ରତିନିଧିଙ୍କ ନାମ ନ ଥିବା ଦେଖିବାକୁ ମିଳିଛି। ଜିଲାର ସମସ୍ତ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଗୁଡ଼ିକରେ ହୋଇଛି ଉକ୍ତ କମିଟିର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାରଙ୍କ ଅନ୍ୟ ଯୋଜନା ପରି ଏହି ଯୋଜନା କେତେଦୂର ସଫଳ ହେଉଛି ତାହା ଏଥିରୁ ସ୍ପଷ୍ଟ ବୁଝାପଡୁଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଜ୍ଞାତରେ ଜିଲାର ସମସ୍ତ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଅନ୍ୟ କେଉଁଠି ନୂତନ ଭାବରେ ତିଆରି କରାଯାଇଥିବା ପଞ୍ଚାୟତଗୁଡ଼ିକରେ ଟ୍ରେନିଂ ଦିଆଯାଇ ନ ଥିବା କାରଣରୁ ତାହା କାର୍ଯ୍ୟକାରୀ ହୋଇପାରୁନାହଁି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସଚେତନତା ଅଭାବରୁ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ପଛରେ ପଡ଼ିଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ସରକାରଙ୍କ କୋଟି କୋଟି ଟଙ୍କା ଏ ଦିଗରେ ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଦୁଃଖର ବିଷୟ ହୋଇଛି।

– ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri