ଖରିଫ ଧାନର ଅଭାବୀ ବିକ୍ରି

ଜଳେଶ୍ୱର, ୮।୨(ସ୍ବ.ପ୍ର.)-ଚଳିତବର୍ଷ ପ୍ରତିକୂଳ ପାଗରେ ଧାନ ଅମଳ ବିଳମ୍ବ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ୨ମାସ ବିତିଗଲାଣି। ଅଧା ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି ପାଇଁ ସୁଯୋଗ ପାଇପାରିନାହାନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁ ଧାନର ବ୍ୟାପକ ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
କୃଷି ବିଭାଗର ସର୍ବେକ୍ଷଣ ଅନୁଯାୟୀ, ଚଳିତବର୍ଷ ଜଳେଶ୍ୱର ବ୍ଲକରେ ୨୧ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିଲା। ଚଳିତବର୍ଷ ଯୋଗାଣ ବିଭାଗର ଟୋକନ ଅନୁଯାୟୀ ଜଳେଶ୍ୱର ବ୍ଲକର ଧାନ ବିକ୍ରି ଲାଗି ୧୯ଟି ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେତିକି ବି ଚାଷୀଙ୍କୁ ଟୋକନ ଦିଆଯାଇଥିଲା, ତା’ର ଅଧାରୁ କମ୍‌ ସଂଖ୍ୟକ ଚାଷୀଙ୍କଠାରୁ ଅଦ୍ୟାବଧି ଧାନ ସଂଗ୍ରହ ହୋଇଛି। ଏହି ଅନୁଯାୟୀ ୫୪୯୭ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ପାଇଥିଲେ। ଅଦ୍ୟାବଧି ୨୨୯୭ଜଣ ଧାନ ବିକ୍ରି କରିବାର ସୁବିଧା ପାଇଛନ୍ତି। ୩୨ଶହ ଚାଷୀ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଛନ୍ତି। ମାତ୍ର ୯୩୭୨୫ କୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ।
ଅଲାଲପୁର ସମବାୟ ସମିତିରେ ୬୬୦ଜଣ ଚାଷୀଙ୍କ ମଧ୍ୟରୁ ୧୯୭, ବର୍ତ୍ତନା ସମବାୟ ସମିତିରେ ୪୫୫ଜଣଙ୍କ ମଧ୍ୟରୁ ୨୪୨, ଦକ୍ଷିଣ ପ୍ରହରାଜପୁର ୨୬୫ଜଣଙ୍କ ମଧ୍ୟରୁ ୮୫, ନାମ୍ପୋ ସମବାୟ ସମିତିରେ ୪୪୩ ଚାଷୀଙ୍କ ମଧ୍ୟରୁ ୨୧୩, ଚାଫଲାରେ ୨୪୩ ଚାଷୀଙ୍କ ମଧ୍ୟରୁ ୧୧୦, ଲକ୍ଷ୍ମଣନାଥରେ ୨୭୧ଜଣଙ୍କ ମଧ୍ୟରୁ ୧୦୯ ଚାଷୀଙ୍କୁ ଧାନ ବିକ୍ରି ଲାଗି ଟୋକନ ମିଳିଥିଲା। ସେହିପରି ଖୁଆଡ଼ରେ ୧୭୭ଜଣଙ୍କ ମଧ୍ୟରୁ ୭୪, ରାୟାଁରାମଚନ୍ଦ୍ରପୁରରେ ୧୩୦ଜଣ ମଧ୍ୟରୁ ୬୫, ରାମନଗରପାଟଣାରେ ୨୨୯ ଜଣଙ୍କ ମଧ୍ୟରୁ ୧୦୯, ରାଇବଣିଆରେ ୨୯୩ଜଣଙ୍କ ମଧ୍ୟରୁ ୧୬୬, ଜ୍ୟୋତିଜଙ୍ଗମ ସମବାୟ ସମିତିରେ ୫୧୮ ଜଣଙ୍କ ମଧ୍ୟରୁ ୨୪୯, ପଶ୍ଚିମବାର୍ଡ଼ରେ ୧୫୮୫ଜଣଙ୍କ ମଧ୍ୟରୁ ୬୭, ଆମ୍ବଳିଅଠା ସମବାୟ ସମିତିରେ ୨୪୩ଜଣଙ୍କ ମଧ୍ୟରୁ ୪୪, ଗୋବରଘଟାରେ ୧୪୫ ଜଣରୁ ୪୮, ତେଘରୀରେ ୨୮୮ଜଣରୁ ୧୩୭, କଳମାରେ ୧୩୫ଜଣରୁ ୧୩୧, ଓଲମରାରେ ୨୧୬ଜଣରୁ ୬୬, ଇକଡ଼ାରେ ୩୦୩ ଜଣରୁ ୬୮, ପାଇକସିଦା ସମବାୟ ସମିତିରେ ୨୨୫ ଚାଷୀଙ୍କ ମଧ୍ୟରୁ ୧୧୭ଜଣ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଟୋକନ୍‌ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ ମଧ୍ୟ ସମିତି ଧାନ କ୍ରୟ କରିବା ଓ ଏଥିଲାଗି ମିଲର ମାଲିକମାନେ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । କେତେକ ପ୍ରଭାବଶାଳୀ ମିଲର ଧାନ କ୍ରୟ ବେଳେ କୁଇଣ୍ଟାଲ ପିଛା ୧୨ କି.ଗ୍ରା. କମ୍‌ କରି ନେଉଥିବା ହେତୁ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଧାନ କୁଇଣ୍ଟାଲ ପିଛା ୧୮୧୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ୧୩୫୦ଟଙ୍କାରେ ଅଭାବୀ ବିକ୍ରି ହେଉଛି। ଫଳରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ଲାଗି ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଜଳେଶ୍ୱର ବ୍ଲକରେ ଥିବା କୃଷକ ସଭା, କୃଷକ ସଂଘ, ବିଭିନ୍ନ ସଙ୍ଗଠନ ଓ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri