ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ

ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ ଯୋଗୁ ଖରାଦିନ ହେଲେ ଅଧିକାଂଶ ନଳକୂପ ଅଚଳ ହୋଇପଡେ। ଅନେକ ସମୟରେ ବ୍ଲକ ପ୍ରଶାସନ ତରଫରୁ ପାଣି ଟାଙ୍କି ଦିଆଯାଇ ଅଧିବାସୀମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଥାଏ। ଏଭଳି ସମସ୍ୟାର ସମାଧାନ ଲାଗି ସରକାରଙ୍କ ବସୁଧା ଯୋଜନାରେ ଗଡପୋଖରୀ ବଡଦାଣ୍ଡଠାରେ ୧ଲକ୍ଷ ଲିଟର କ୍ଷମତାବିଶିଷ୍ଟ ପାଣିଟାଙ୍କି ଥିବା ପାନୀୟ ଜଳ ପ୍ରକଳ୍ପ ଓ ୫୦ଟି ଗଭୀର ନଳକୂପ ଖୋଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରକଳ୍ପ ପାଇଁ ଆନୁମାନିକ ୧କୋଟି ୨୫ଲକ୍ଷ ଏବଂ ପ୍ରତ୍ୟେକ ଗଭୀର ନଳକୂପ ପାଇଁ ୯୦ହଜାରଟଙ୍କା ମଞ୍ଜୁର କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଅଗଷ୍ଟ ୩୧ତାରିଖରେ ଏହା ଉଦ୍‌ଘାଟିତ ହୋଇଥିଲା। ୫୦ଟି ନଳକୂପ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଏବେ ୫ମାସ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ପ୍ରକଳ୍ପ ଅକାମୀ ହୋଇପଡିଛି। ନଳକୂପ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ହୋଇରହିଛି। ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଗଲେ ପ୍ରକଳ୍ପ ଓ ନଳକୂପ ଦ୍ୱାରା ଉପକୃତ ହେବାକୁ ଥବା ଗଡପୋଖରୀ, ବାଉଁଶଗଡିଆ ଓ କଇଥଗଡିଆ ପଞ୍ଚାୟତର ଅଧିବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
୨୦୧୮ରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ପରେ ୩ ପଞ୍ଚାୟତର ଅଧିବାସୀ ଅନେକ କିଛି ସ୍ବପ୍ନ ଦେଖିଥିଲେ। ଏଥର ତାଙ୍କର ଜଳକଷ୍ଟ ମେଣ୍ଟିପାରିବ ବୋଲି ମନରେ ବହୁ ଆଶା ଉଙ୍କି ମାରିଥିଲା। ୨୦୧୯ ଅଗଷ୍ଟ ୩୧ରେ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକୁ ବହୁ ଆଡମ୍ବରରେ କରାଯାଇଥିଲା। ସୋର, ବାଲେଶ୍ୱର ଓ ଭୁବନେଶ୍ୱରରୁ ବହୁ ବଡ ବଡ ଯନ୍ତ୍ରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ସଭାରେ ଯୋଗଦେବାକୁ ଆସି ପ୍ରକଳ୍ପ ଉଦ୍‌ଘାଟିତ ହେବା ଏବଂ ଏକସଙ୍ଗରେ ୫୦ନଳକୂପର ଶୁଭ ଦିଆଯାଉଥିବାରୁ ଏହା ଏକ ଐତିହାସିକ ଦିନ ବୋଲି କହିଥିଲେ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ସଂଖ୍ୟାର ନିରୀହ ଗ୍ରାମବାସୀ ଏହାକୁ କରତାଳି ଦେଇ ସ୍ବାଗତ କରିଥିଲେ। ହେଲେ ସବୁ ଖୁସି ଦୁଃଖରେ ମିଳେଇବାକୁ ବସିଛି। ପ୍ରକଳ୍ପ ଦିନଟିଏ ଚାଲିନାହିଁ ହେଲେ ମଝିରେ ମଝିରେ ମରାମତି କାର୍ଯ୍ୟ କରାଯିବାରେ ପାଣି ମିଳିବା ଆଶା ମଉଳିଯାଉଛି ବୋଲି ବଡଦାଣ୍ଡ ଗ୍ରାମର କନକଲତା ସେଠୀ, ପ୍ରହଲ୍ଲାଦ ନାଇକି, ପୂର୍ଣ୍ଣିମା ମୁଦୁଲି ଓ ଗୁଆପାଳ ଗ୍ରାମର ଦୁର୍ଯ୍ୟୋଧନ ବାରିକ କହିଛନ୍ତି। ସେହିଭଳି ୫୦ଟି ନଳକୂପ ମଧ୍ୟରୁ ୧୭ଟିର କେବଳ ବୋରିଂ କାର୍ଯ୍ୟ ଶେଷ ହୋଇଛି। ପାଇପ ମୁହଁକୁ ଠିକାଦାର ଖାଲି ଛାଡିଦେଇ ପଳାଇଥିବା ବେଳେ ମିଳିମିଶି ପାଳି କରି ଏହାକୁ ବିଣ୍ଡା ଦେବାକୁ ପଡୁଛି ବୋଲି ଗ୍ରାମର ମଞ୍ଜୁଲତା ଖଟୁଆ, ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ କହିଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଏହି ଅସମ୍ପୂର୍ଣ୍ଣ ନଳକୂପ ଶେଷ ହେବ କି ନାହିଁ ସେନେଇ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କୁ ପଚାରିବାରେ ପ୍ରକଳ୍ପ ପାଇଁ ରହିଥିବା ବିଦ୍ୟୁତ ସଂଯୋଗୀକରଣ ସମସ୍ୟା ସମାଧାନ ହୋଇ ସାରିଛି। ଖୁବ୍‌ଶୀଘ୍ର ପ୍ରକଳ୍ପ ଚାଲୁ ହେବ। ଏହାଛଡା ମାର୍ଚ୍ଚ ୩୧ସୁଦ୍ଧା ନଳକୂପ ବସାଯିବା କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri