ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ ପରିବାର ସହ ପାହାଡ଼ର ପ୍ରାକୃତିକ ପରିବେଶକୁ ଉପଭୋଗ କରି ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ନିଖୋଜ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ନଦିଆ ଜିଲା ଅଧୀନ କଲ୍ୟାଣୀ ଗ୍ରାମର ଅରିନ୍ଦମ ମୁଖାର୍ଜୀ ତାଙ୍କ ପରିବାର ଓ ବନ୍ଧୁଙ୍କୁ ନେଇ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ୧୦ତାରିଖରେ ବୁଲି ଆସିଥିଲେ। ତାଙ୍କ ସହ ସ୍ତ୍ରୀ ଝୁମ୍ପା ମୁଖାର୍ଜୀ, ପୁତ୍ର ସରୋଦୀପ ଏବଂ ଅରିନ୍ଦମଙ୍କ ସାଙ୍ଗ ସୌରଭନାଥ ଓ ତାଙ୍କ ସ୍ତ୍ରୀ ରିପୁଲ ଦାସ ସାଥିରେ ଥିଲେ। ପଞ୍ଚଲିଙ୍ଗେଶ୍ୱରରେ ସେମାନେ ପହଞ୍ଚି ଏକ ହୋଟେଲ୍‌ରେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଅରିନ୍ଦମଙ୍କ ତାଙ୍କ ସହ ଅନ୍ୟ ୪ଜଣଙ୍କୁ ନେଇ ଶୈବପୀଠକୁ ବୁଲି ଯାଇଥିଲେ। ଭ୍ରମଣ କରି ଫେରୁଥିବାବେଳେ ଅରିନ୍ଦମ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅରିନ୍ଦମଙ୍କୁ ବହୁତ ଖୋଜିଥିଲେ। ଖୋଜିବାରେ ସଫଳ ନ ହେବାରୁ ସେଠାରୁ ଫେରି ଆସି ହୋଟେଲ ମାଲିକଙ୍କ ସହ ଆଲୋଚନା କରି ମଙ୍ଗଳବାର ଅପରାହ୍ନରେ ଫରେଷ୍ଟ ଏବଂ ଥାନାକୁ ଖବର ଦେବା ସହିତ ସନ୍ଧ୍ୟାରେ ପୁଣି ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ। ବୁଧବାର ପୂର୍ବାହ୍ନରେ ପରିବାରବର୍ଗ ପ୍ରଶାସନ ସହାୟତାରେ ଖୋଜୁଥିଲେ। ଅରିନ୍ଦମ ରାତିରେ ଜଙ୍ଗଲରେ ରହିଥିବାବେଳେ ସୂର୍ଯ୍ୟୋଦୟ ପରେ ଆଗକୁ ଯାଇ କୁଲଡ଼ିହା ପାଦଦେଶର ବାବନ୍ଧ ଅଞ୍ଚଳର ଡେଉଁଖୋଲରେ ପହଞ୍ଚିଥିଲେ। ସେଠାକାର ଲୋକଙ୍କ ସହ ବାଟ ହୁଡ଼ି ଯାଇଥିବା ଜଣାଇବା ସହ ଗ୍ରାମବାସୀଙ୍କ ମୋବାଇଲ୍‌ରୁ ପରିବାରବର୍ଗଙ୍କୁ ଫୋନ୍‌ କରି ଏବିଷୟରେ ଅବଗତ କରିଥିଲେ। ପରେ ପରିବାରବର୍ଗ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହୋଟେଲ୍‌କୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?