ବାଲେଶ୍ୱର

ଦୁଇଓଳି ଖାଦ୍ୟ ଯୋଗାଡ଼ ଚିନ୍ତା

ଖଇରା, ୧୫।୬(ଡି.ଏନ୍‌.ଏ.)-ରାତି ପାହିଲେ ଖାଦ୍ୟ ଚିନ୍ତା। ଯେଉଁ ବୟସରେ ମା’ ବାପାଙ୍କ ସ୍ନେହ ଶ୍ରଦ୍ଧା ମଧ୍ୟରେ ରହି ହସିଖେଳି ଦିନ କାଟିବା କଥା, ସେଠାରେ ସେମାନଙ୍କୁ ପରିବାରର ବୋଝ ସମ୍ଭାଳିବାକୁ ପଡୁଛି। କେବଳ ଅଭାବ ମଧ୍ୟରେ ସବୁ କିଛି ଅନ୍ଧାର ଦେଖାଯାଉଛି।…

ପରଲୋକରେ ବିଶିଷ୍ଟ କଳାକାର

ଖଇରା, ୧୫ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନନ୍ଦୁର ଗ୍ରାମର ଭଗବାନ ନାୟକ(୮୭)ଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ଗାଁରେ ବିଭିନ୍ନ ଯୁବକ ସଂଘ ତରଫରୁ ସେ ବିଭିନ୍ନ ମଞ୍ଚରେ ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜଣେ…

ଆଜିଠୁ ସମୁଦ୍ରମୁହାଁ ମାଛଧରା ଡଙ୍ଗା

ଭୋଗରାଇ, ୧୪।୬(ଡି.ଏନ.ଏ.)-୩ମାସ ଧରି ସରକାରୀ କଟକଣା ପରେ ସୋମବାରଠୁ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର। ଏଥିପାଇଁ ବାଲେଶ୍ୱର ଉପକୂଳ ଚଳଚଞ୍ଚଳ ହୋଇପଡିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ଝଡ଼ବର୍ଷାକୁ ଖାତିର୍‌ ନ କରି ସୋମବାର ଶୁଭବେଳାରେ ବାହାରିଛନ୍ତି ମତ୍ସ୍ୟଜୀବୀମାନେ। ବେରୋଜଗାର ହୋଇପଡ଼ିଥିବା ହଜାର…

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ନାକେଦମ୍‌ : ୫ ଘଣ୍ଟା କସରତ ପରେ ଧରାପଡିଲେ

ରେମୁଣା, ୧୪।୬(ଡି.ଏନ.ଏ.)-ଏକ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ରବିବାର ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଓ ରେମୁଣା ପୋଲିସକୁ ନାକେଦମ୍‌ ହେବାକୁ ପଡିଛି। ଅଭିଯୁକ୍ତଜଣକ ହେଲେ ଶ୍ୟାମରାଇପୁର ଗ୍ରାମର ଈଶ୍ୱର ମହାଳିକ। ସେ ଘରେ ଥିବା ଖବରପାଇ କ୍ରାଇମ୍‌…

ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ

ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ ଗ୍ରାମର ଆଲୋକ ସାହୁ। ସେମାନେ ଦୁଇ ବନ୍ଧୁ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାଙ୍ଗ…

ଫିକା ପଡ଼ିଲା ଭୂଧାରଚଣ୍ଡୀଙ୍କ ପୀଠରେ ରଜ : ବିନା ଭକ୍ତରେ ଅନୁଷ୍ଠିତ ହେବ ନିଆଁପାଟ, ଉଡ଼ା ପର୍ବ

ସଜନାଗଡ଼, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରଠାରୁ ୫ କି.ମି. ଦୂର ସଜନାଗଡ଼ ଗ୍ରାମର ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୂଧାର ଚଣ୍ଡୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ରଜ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା…

ଖାଇବାକୁ ମିଳୁନି, ଋଣ ଅସୁଲ ପାଇଁ ବଢୁଛି ଚାପ : ବିଧାୟକଙ୍କୁ ଅଭିଯୋଗ କଲେ ଏସଏଚ୍‌ଜି ମହିଳା

ସଜନାଗଡ଼, ୧୩।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀଗୁଡ଼ିକ ଋଣ ଅସୁଲ କରିବା ଉପରେ ରୋକ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ…

ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ ନେଉଛି। ମାତ୍ର ଶୁକ୍ରବାର କରୋନା କଟକଣାକୁ ପ୍ରଶାସନ ଊଲ୍ଲଘଂନ କରି ବାଲିଆପାଳର ସମୁଦ୍ର ଉପକୂଳରେ…

ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ସଞ୍ଜ ନଇଁଲେ ସେଠାରେ ରାଜୁତି କରୁଛି ଅନ୍ଧାର। ନିର୍ବାଚନ ସମୟ ଆସିଲେ ରାଜନେତାମାନେ…

ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ ସ୍ଥାନରେ ୧୦୦ଫୁଟ୍‌ ମଧ୍ୟରେ ଜଳଯୋଗାଣ ସମ୍ପ ହାଉସ୍‌ ନିର୍ମାଣ, ୩୦ଫୁଟ୍‌ ଭିତରେ ଆଦିବାସୀଙ୍କ ପୂଜାସ୍ଥଳୀ…

୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଆଗକୁ ରଜ ଥିବାରୁ ଶିକାରୀମାନେ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ…

ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ

ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି l ଏଥି ନିମନ୍ତେ ୨ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବ। ଏନେଇ ଭୋଗରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?