ଭୁଶୁଡ଼ିଥିବା ପୋଲର ସ୍ଥିତି ଦେଖିଲେ ଅଧିକାରୀ

ବାଲେଶ୍ୱର ଅଫିସ, ୨୦।୬- ବାଲେଶ୍ୱର ଜିଲା ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ କୋଷ୍ଟ କେନାଲ ଉପରେ ଥିବା ୪୫ବର୍ଷର ପୁରୁଣା ପାଦଚଲା ପୋଲ ଗତ ୧୭ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲ ଉପରେ ପ୍ରାୟ ୩ହଜାର ଲୋକ ନିର୍ଭର କରୁଥିବାରୁ ଜଳପ୍ରଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଏଠାରେ ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନ ସମୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବି କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଅଭିମନ୍ୟୁ ବେହେରା, ସହକାରୀ ଯନ୍ତ୍ରୀ ନିର୍ମଳକାନ୍ତି ଜେନା, କନିଷ୍ଠଯନ୍ତ୍ରୀ ହରେକୃଷ୍ଣ ଧଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ନୂତନ ପୋଲ ନିର୍ମାଣ ନିମନ୍ତେ ପ୍ରକଳ୍ପ ଆରମ୍ଭ କରିଛନ୍ତି।
ଏହି କୋଷ୍ଟକେନାଲ ପୋଲ ଉପରେ ପଞ୍ଚାୟତର ଖଡୁପାହି, କଣ୍ଟର୍ଦ୍ଦା, ଦେଉଳବାଡ଼, ତୁଣ୍ଡୁରାପାହି ୪ଟି ରାଜସ୍ବ ଗ୍ରାମର ୩ହଜାର ଲୋକ ସହରକୁ ଯା’ଆସ କରିଥାନ୍ତି। ପୋଲର ରକ୍ଷଣାବେକ୍ଷଣ ଅଭାବରୁ ପିଲରଗୁଡ଼ିକ ନଷ୍ଟ ହୋଇଯାଇଥିଲା। ବିପଦସଙ୍କୁଳ ଅବସ୍ଥାରେ ଏହି ପୋଲ ଦେଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର, ରାଶନ ହିତାଧିକାରୀ, ଭତ୍ତାଧାରୀ, ବ୍ୟାଙ୍କ, ପଞ୍ଚାୟତ କାର୍ଯ୍ୟାଳୟ ଓ ଚାଷଜମିକୁ ଯାତାୟାତ କରୁଥିଲେ। ଗତ ବୁଧବାର ହଠାତ୍‌ ଉକ୍ତ ପୋଲ ଭୁଶୁଡ଼ିଯାଇଥିଲା। ଫଳରେ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି। ଅଧିକ ବର୍ଷା ହେଲେ ୪ଟି ଗ୍ରାମର ଲୋକେ ଜଳଘେରରେ ରହିବା ସହ ସହରଠାରୁ ବିଚ୍ଛିନ୍ନ ହୋଇଯିବେ। ଯଥାଶୀଘ୍ର ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ସମେତ ସରପଞ୍ଚ ଅଜୟ ବାରିକ ଦାବି କରିବା ସହ ପ୍ରଥମେ ଅସ୍ଥାୟୀ ପୋଲ ନିର୍ମାଣ କରାଯିବାକୁ ଜିଲାପାଳଙ୍କୁ ଆବେଦନ କରିଛନ୍ତି।
ଏ ସମ୍ପର୍କରେ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଭୁଶୁଡିଥିବା ପୋଲ ମରାମତି କରିବା ସମ୍ଭବ ନୁହେଁ। ଉକ୍ତ କୋଷ୍ଟ କେନାଲ ଉପରେ ନୂତନ ପୋଲ ନିର୍ମାଣ କରାଯିବ। କିନ୍ତୁ ତାଙ୍କ ବିଭାଗ ଠାରେ ଅର୍ଥ ନ ଥିବା କାରଣରୁ ପୂର୍ତ୍ତ ବିଭାଗର ରୁରାଲ ଡେଭେଲପ୍‌ମେଣ୍ଟ ଏବଂ ଡ୍ରେନେଜ୍‌ ବିଭାଗକୁ ଉକ୍ତ ପୋଲ ନିର୍ମାଣ ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?