ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛନ୍ତି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ବୁଝୁନାହାନ୍ତି ଉକ୍ତ କମ୍ପାନୀ। ଲକ୍‌ଡାଉନ୍‌ ପାଇଁ ରୋଜଗାର ବନ୍ଦ ହୋଇଥିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଗତ ଶୁକ୍ରବାର ଏନେଇ ବାଲେଶ୍ୱର ଜିଲା ନୀଳଗିରି ଗରଡ଼ି ଅଞ୍ଚଳର ମହିଳାମାନେ ଏକାଠି ହୋଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଋଣ ଦେବା ସମୟରେ ଫାଇନାନ୍ସ କମ୍ପାନୀ ଆଦର ସମ୍ମାନରେ ମହିଳାଙ୍କୁ ଋଣ ଦେଇଥିଲେ। ମହିଳାମାନେ ଉକ୍ତ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଇଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ହେଲେ କମ୍ପାନୀର କର୍ମଚାରୀମାନେ ଟଙ୍କା ଅସୁଲ କରିବା ପାଇଁ ଜିଦ୍‌ ଧରିବସିଛନ୍ତି। ସେମାନଙ୍କୁ ଲକ୍‌ଡାଉନ୍‌ ଖୋଲିବା ପର୍ଯ୍ୟନ୍ତ ସମୟ ଦେଉନାହାନ୍ତି। ତେଣୁ ଏ ଦିଗରେ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନକୁ ହସ୍ତକ୍ଷେପ କରି କମ୍ପାନୀଗୁଡ଼ିକର ଋଣ ଅସୁଲ ବନ୍ଦ କରିବା ଏବଂ ସୁଧ ଛାଡ଼ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଥିଲେ। ଉକ୍ତଦିନ ବିଧାୟକ କିଛି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ ଏବଂ ମଙ୍ଗଳବାର ଏନେଇ ଫାଇନାନ୍ସ କମ୍ପାନୀ ଓ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଆଲୋଚନା କରାଯିବାର ସୂଚନା ଦେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ବିଧାୟକ ଇଂ. ନାୟକ ଆଲୋଚନା ପାଇଁ ପହଞ୍ଚିଥିଲେ ସୁଦ୍ଧା ଦୀର୍ଘ ୧ଘଣ୍ଟା ଅପେକ୍ଷା ପରେ ମଧ୍ୟ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆସି ନ ଥିଲେ। ପରେ ବିଧାୟକ ସେମାନଙ୍କୁ ଫୋନ୍‌ କରିବାରୁ ସେମାନେ ଅଧିକ ସମୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?