ବାଲେଶ୍ୱର

ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି। ସେଠାରେ ତାଙ୍କୁ ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେମାନଙ୍କୁ ସ୍ବାଗତ କରିବା…

ନୀଳଗିରି ଏନ୍‌ଏସି ଶଟ୍‌ଡାଉନ୍‌

ସଜନାଗଡ଼,୭ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍‌ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ନିୟମ ମୁତାବକ…

ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ରେମୁଣା ହସ୍‌ପିଟାଲଠାରୁ ମାର୍କେଟ୍‌ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଖାପାଖି ୯୦୦ ମିଟର ରାସ୍ତା ସବୁବେଳେ ଗହଳି…

ପ୍ରଥମ ଥର ପାଇଁ ଘରକୁ ଆଣିଥିଲେ ଗ୍ୟାସ ଟାଙ୍କି : ସଂଯୋଗ ସମୟରେ ହେଲା ବିସ୍ଫୋରଣ

ବାଲେଶ୍ୱର ଅଫିସ,୫।୮: ବାଲେଶ୍ବର ଜିଲା ରେମୁଣା ବ୍ଲକ ରସାଳପୁର ପଞ୍ଚାୟତ ଛେଳିଆପଦା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ସୌଦାମିନ ବେଜ୍‌। ଏଥିରେ ମଧ୍ୟ ଅନ୍ୟ ୨ଜଣ ଅଜୟ ଦାସ ଓ ସୁରେନ୍ଦ୍ର ବେଜ୍‌…

ବିଲରୁ ହଳଦିଆ କଇଁଛ ଉଦ୍ଧାର

ଖଇରା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି। ପରେ ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପ୍ରଦୀପ କୁମାର ସାହୁ ମଙ୍ଗଳବାର ଜମିରେ…

ଲଘୁଚାପଜନିତ ବର୍ଷା, ଚାଷୀ ଆଶ୍ୱସ୍ତ

ବାଲେଶ୍ୱର ଅଫିସ, ୫।୮-ବାଲେଶ୍ୱର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀକୁଳ ଆଶ୍ୱସ୍ତ ହୋଇଛନ୍ତି। ଗତ ସୋମବାରଠାରୁ ଜିଲାରେ ମୋଟ୍‌ ୩୩୮ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୨୮.୧୭ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ବାହାନଗା ବ୍ଲକରେ ସର୍ବାଧିକ ୮୫ମି.ମି. ବର୍ଷା ହୋଇଛି। ସୋରରେ…

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା ସ୍ଥାନୀୟ…

ସୁବର୍ଣ୍ଣରେଖାରେ ବାଲିସଇରାତ ନିଲାମ ଲାଗି ସର୍ଭେ

ଜଳେଶ୍ୱର, ୪।୮(ସ୍ବ.ପ୍ର.)-ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବା ଲାଗି ସର୍ଭେ ଆରମ୍ଭ ହୋଇଛି। ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶରେ ରବିବାର ଏକ ୨୫ଜଣିଆ ଟିମ୍‌ ସୁବର୍ଣ୍ଣରେଖା ନଦୀର…

ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା ଥାନା ବରୁଣସିଂ ପଞ୍ଚାୟତ ଟିଣା ମଣ୍ଡଗାଁ ଗ୍ରାମରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ଘଟଣାରୁ…

ନୀଳଗିରି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସିଲ୍‌

ସଜନାଗଡ଼,୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରିରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ନୀଳଗିରି ପ୍ରଶାସନ ପକ୍ଷରୁ ନୀଳଗିରି…

ନାମକୁ ମାତ୍ର ବାୟୋମେଡିକାଲ ୱେଷ୍ଟେଜ୍‌ ପ୍ରକଳ୍ପ

ବାଲେଶ୍ୱର ଅଫିସ, ୨।୮-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡ଼ିକାଲ ହାଜାର୍ଡ଼ ୱେଷ୍ଟେଜ୍‌ ପ୍ରକଳ୍ପ ଦ୍ୱାରା ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ବେଳେ ରୋଗୀ ତଥା ଡାକ୍ତରଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଯାହାକି, ମାଟିରେ ମିଶିବ ନାହିଁ…

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ ମଦନାପୁର ଗ୍ରାମର ରମେଶ ଚନ୍ଦ୍ର ଦାସଙ୍କ ଘରୁ ଦୁଇଟି ସାଇକେଲ ଚୋରି ହୋଇଛି। ସୂଚନାଯୋଗ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?