ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ ରାସଗୋବିନ୍ଦପୁର ବ୍ଲକରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀମାନେ ଦିନରେ ବଣ ଭିତରେ ରହୁଥିବାବେଳେ ରାତିରେ ଗ୍ରାମ ଭିତରକୁ ପଶି ଉପଦ୍ରବ କରୁଛନ୍ତି। ଏହି ହାତୀ ଦଳରୁ ଏକ ଦନ୍ତା ହାତୀ ଶୁକ୍ରବାର ରାତିରେ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା, ମଙ୍ଗଳପୁର, ମୁକୁନ୍ଦପୁର ଓ ପତ୍ରଝଡ଼ା ଗ୍ରାମରେ ପଶିବା ପରେ ଗ୍ରାମବାସୀ ଭୟଭୀତ ହୋଇ ତାକୁ ନିଆଁ ଜଳାଇ ଘଉଡ଼ାଇ ଥିଲେ। ଖବରପାଇ ଫରେଷ୍ଟର ବିବେକାନନ୍ଦ ଜେନାଙ୍କ ସମେତ ଏକ ଟିମ୍‌ ସେହି ଗ୍ରାମରେ ପହଞ୍ଚତ୍ ହାତୀକୁ ସୁରକ୍ଷିତ ଭାବେ ଅନ୍ୟତ୍ର ପଠାଇବାକୁ ଉଦ୍ୟମ କରିଥିଲେ। ରାତିସାରା ଘଉଡ଼ାଇବା ପରେ ହାତୀଟି ବିଲ ଭିତରକୁ ପଳାଇଥିଲା। ମାତ୍ର ସକାଳେ ପୁଣି ହାତୀଟି ପତ୍ରଝଡ଼ା ମୁଖ୍ୟ ରାସ୍ତା ଦେଇ ରାସଗୋବିନ୍ଦପୁର ବ୍ଲକର ଗୋବରା ଗ୍ରାମ ଆଡ଼କୁ ପଳାଇଯାଇଥିଲା। ହାତୀଟି କିଛି କ୍ଷୟକ୍ଷତି କରିନଥିବା ଜଣାପଡ଼ିଛି। ପୂର୍ବରୁ ଏହି ହାତୀଟି ନିଜର ପରାକ୍ରମ ଦେଖାଉଥିବା ବେଳେ ଏବେ କୌଣସି କାରଣରୁ ଶାନ୍ତ ହୋଇଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?