ବାଲେଶ୍ୱର

ଧାନକିଣା ଆରମ୍ଭରୁ ବିଭ୍ରାଟ

ଖଇରା,୧୭।୧୨: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୧୪ଟି ସେବା ସମବାୟ ସମିତିରେ ଏବେ ଧାନକିଣା ଆରମ୍ଭ ହୋଇସାରିଛି। ଅନଲାଇନରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ପରେ ମଧ୍ୟ ଯୋଗାଣ ବିଭାଗ ଏହାର ସଂଶୋଧନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ…

ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ ହ୍ରଦ ଭିତରୁ ଉଦ୍ଧାର କରାଯାଇଛି। ଓଡ଼ିଶାରେ  ପର ନିଖୋଜ ଘଟଣା  ବେଶ  ଚର୍ଚ୍ଚା ଜୋର…

ରାଉତପଡ଼ାରେ ହାତୀ ଉପଦ୍ରବ : ଗ୍ରାମବାସୀ ଭୟଭୀତ

ରୂପ୍‌ସା,୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ଓ ରାଉତପଡ଼ା ପଞ୍ଚାୟତ ଓଡ଼ିଆଶାସନ, କୂଳ ବାରମାଣିଆ, ଭରଡ଼ାପାଳ ଆଦି ମୌଜାରେ ଶିମିଳିପାଳରୁ ୭ ଜଣିଆ ହାତୀପଲ ଆସି ନଦୀ ପାଖ ଜଙ୍ଗଲ ଭିତରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଓ…

ଭାରତ ବନ୍ଦ, ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ, ୮।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନକୁ ବିରୋଧିକରି ମଙ୍ଗଳବାର ପୂର୍ବାହ୍ନ ୬ ଟାରୁ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି । ବିଭିନ୍ନ କୃଷକ ସଂଗଠନ ସହିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ରୀୟ ଫେଡରେଶନ, କଂଗ୍ରେସ ଓ…

ଭାରତ ବନ୍ଦରେ ଆଗୁଆ ଶୋଭାଯାତ୍ରା

ଭୋଗରାଇ, ୮।୧୨(ଡି.ଏନ୍‌.ଏ): ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ପାଞ୍ଚ ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନକରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଥାନାଛକ ଠାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ )ର କୃଷକ ଓ ଛାତ୍ର ସଂଗଠନ…

କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର

ରୂପ୍‌ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ ନ ଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜଣେ ଫାର୍ମାସିଷ୍ଟ, ଜଣେ ପିଅନ ଓ ସ୍ବାସ୍ଥ୍ୟସେବିକାଙ୍କ…

ବୁଦା ମୂଳରୁ ଉଦ୍ଧାର ହେଲେ ୨ କଲରାପତରିଆ ଛୁଆ

ବାଲେଶ୍ୱର ଅଫିସ,୪।୧୨: ସୋର ଥାନା ଅଲ୍ଲିପୁର ଗ୍ରାମର ରାମଚନ୍ଦ୍ର ବାରିକ ଶୁକ୍ରବାର ୨ଟି ଛୁଆ କଲରାପତରିଆ ଅଥବା ଜଙ୍ଗଲୀ କ୍ୱାଟ୍‌ ଉଦ୍ଧାର କରିଛନ୍ତି। ବିଲରେ କାମ କରୁଥିବା ସମୟରେ ସେ ଏକ ବୁଦାମୂଳରେ ସେମାନଙ୍କୁ ଦେଖିବାକୁ ପାଇଥିଲେ। ଛୁଆଦ୍ୱୟ ନିକଟସ୍ଥ କୁଳଡିହା…

ଉତ୍ତର ଓଡ଼ିଶାରେ ଭୂକମ୍ପ

ବାଲେଶ୍ୱର ଅଫିସ୍‌,୪।୧୨: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ…

ରାସେଶ୍ୱରୀଙ୍କୁ ନେଇ ଚିନ୍ତାରେ ମା’ବାପା

ଖଇରା,୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ଗ୍ରାମର ସୁମତୀ ବେହେରା ଓ ସ୍ବାମୀ ତାପସଙ୍କୁ ଘାରିଛି ଗୋଟିଏ ଚିନ୍ତା। କେମିତି ନିଜର ଝିଅକୁ ଭଲ କରି ପାରିଲେ ଅନ୍ୟ ପିଲାଙ୍କ ଭଳି ନାଚି ଖେଳି ତାଙ୍କୁ ଖୁସିର…

ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ

ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ତାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ…

ପୋଷ୍ଟକାର୍ଡରେ ସ୍ଥାନିତ ହେଲା ଜଉକଣ୍ଢେଇ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱରର କଳା ସଂସ୍କୃତିର ପ୍ରତୀକ ଭାବେ ପରିଚିତ ଜଉକଣ୍ଢେଇକୁ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ପୋଷ୍ଟକାର୍ଡରେ ସ୍ଥାନିତ କରାଯାଇଛି। ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଲେଶ୍ୱର କନହାର ସୂଚନା ଦେବା ପରେ ବାଲେଶ୍ୱର ଅଞ୍ଚଳର କଳାପ୍ରେମୀଙ୍କ ମନରେ ଖୁସିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri