କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ଆରମ୍ଭ ହୋଇଛି ା
ଗତ ଗୁରୁବାର ଚାଷୀମାନେ ସମିତିରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ଅଧିକାରୀମାନେ ପହଞ୍ଚି ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରଥିଲେ। ଧାନ କିଣିବାକୁ ବାକିଥିବା ସମସ୍ତ ଚାଷୀଙ୍କ ପାଇଁ ଅଧିକ ୧୬ ଶହ କୁଇଣ୍ଟାଲ ଟାର୍ଗେଟ ଦେବା ପରେ ଧାରଣାରତ ଚାଷୀମାନେ ଧାରଣା ପ୍ରତ୍ୟାହାର କରିନେଇଥିଲେ। ମାତ୍ର ସେହି କଲ୍ୟାଣୀ ଗ୍ରାମର ଶତ୍ରୁଘ୍ନ ଦାସଙ୍କ ପୁଅ କରୁଣାକର ଦାସ, ବିଦ୍ୟାଧର ଦାସ, ସୁଧାକର ଦାସ ନିଜେ ଚାଷ କରୁଥିଲେ ମଧ୍ୟ ସେମାନେ ଧାନ ବିକ୍ରି କରିବା ପାଇଁ କେହି ନିଜ ତରଫରୁ ଅନଲାଇନରେ ଆବେଦନ କରି ନ ଥିଲେ। କଲ୍ୟାଣୀ ସେବା ସମବାୟ ସମିତିରେ ସେମାନେ ଧାନ ବିକ୍ରି କରି ନ ଥିବା ବେଳେ ସେମାନଙ୍କ ଜମିର କାଗଜପତ୍ର ଜାଲିଆତି କରି ଗ୍ରାମର ଅନ୍ୟ ଜଣେ ଚାଷୀ ନାମରେ ଅନଲାଇନ କରି ପଞ୍ଜିକୃତ କରାଯାଇଛି। ମାତ୍ର ତାଙ୍କ ପରିବାର ସଂଖ୍ୟ ଅଧିକ ଥିଲେ ମଧ୍ୟ ଯେଉଁ ଚାଷୀ ନାମରେ କାଗଜପତ୍ର ଜାଲିଆତି କରାଯାଇ ଧାନ ବିକ୍ରି କରାଯାଇଛି ତାଙ୍କ ପରିବାର ସଦସ୍ୟ ୧ ବୋଲି ଦର୍ଶାଯାଇଛି। ଏ ବିଷୟରେ ୩ ଚାଷୀ ଜାଣିବା ପରେ ଗତ ୧ତାରିଖରେ ବାଲେଶ୍ୱର ଜିଲାପାଳ କେ. ସୁର୍ଦଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲାପାଳ ତଦନ୍ତ ପାଇଁ ବାଲେଶ୍ୱର ଡିଭିଜନ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ତା ୨ା୨ା୨୦୨୧ ରିଖ ଚିଠି ନମ୍ବର ୩୪୧ରେ ଶୁକ୍ରବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଉପନିବନ୍ଧକ (ଡେପୁଟି ରେଜିଷ୍ଟ୍ରର କୋପରେଟିଭ ସୋସାଇଟି) ପ୍ରଶାନ୍ତ କୁମାର ମହାନ୍ତି ତଦନ୍ତ କରିବାକୁ ଆସିଥିଲେ। ମାତ୍ର ପ୍ରଥମ ପର୍ଯ୍ୟାୟରେ ତଦନ୍ତ କରିଥିଲେ ମଧ୍ୟ ସମିତିରୁ ସେଭଳି କିଛି କାଗଜପତ୍ର ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅମ୍ପନ’ ପାଇଁ ଆଜି ହାଇକୋର୍ଟ ବନ୍ଦ

କଟକ ଅଫିସ,୨୦।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ ପାଇଁ ବୁଧବାର ହାଇକୋର୍ଟ ବନ୍ଦ ରହିବ। ଏଣୁ ବୁଧବାର ଯେଉଁ ମାମଲାଗଡ଼ିକର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା,...

ଆଜି କ୍ରୋମାଇଟ୍‌ ନିଲାମ

ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...

ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର

ଆର.ଉଦୟଗିରି,୧୩ା୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୧୫୦/୨୧) ରୁଜୁ...

ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର,୨।୭(ବ୍ୟୁରୋ): ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ବଜେଟ୍‌ ଅଧିବେଶନରେ ବିରୋଧୀଙ୍କୁ ମୁକାବିଲା...

ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକଙ୍କ ସମେତ ୫ ଶିଶୁ ଉଦ୍ଧାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଓଡ଼ିଶା ମୋ’ ପରିବାର ହସ୍ତକ୍ଷେପ ପରେ ତେଲେଙ୍ଗାନା ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ଶିଶୁଙ୍କୁ ଉଦ୍ଧାର...

ରାଜ୍ୟରେ ଆଜି ୭,୨୧୬ ସଂକ୍ରମିତ ଚିହ୍ନଟ: କଟକରୁ ସର୍ବାଧିକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ ଦୁଇଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...

ପିପିଲି ଉପନିର୍ବାଚନ ଲାଗି କଂଗ୍ରେସର ସଜବାଜ: ଆଗେ ସଙ୍ଗଠନ ସଜଡା, ପରେ ପ୍ରାର୍ଥୀ ଖୋଜା

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲରେ ପରାଜିତ ହେବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନିମନ୍ତେ ବର୍ତ୍ତମାନ...

ବାଲେଶ୍ୱରରେ ୨୫ଶହ ବର୍ଷ ତଳର ସଭ୍ୟତା

ମାନସ ବିଶ୍ୱାଳ ବାଲେଶ୍ୱର ଅଫିସ, ୧୮ା୫: ବାଲେଶ୍ୱର ରେମୁଣା ବ୍ଲକର ଦୁର୍ଗାଦେବୀ ଅଞ୍ଚଳରେ ୨୫ଶହ ବର୍ଷ ତଳର ସଭ୍ୟତା ଥିବା ଅନୁମାନ କରାଯାଉଛି। ଭାରତୀୟ ପ୍ରନତ୍ତାତ୍ତ୍ୱିକ...

Advertisement
Archives

Model This Week