ଆଇଏସ୍‌ଆଇ ଲିଙ୍କ୍‌: ଦେଶଦ୍ରୋହ ଅପରାଧରେ ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୧।୨- ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରଦାନ କରିବା ଅଭିଯୋଗରେ ଗିରଫ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦୌରାଜଜ୍‌-୧ ଗିରିଜା ପ୍ରସାଦ ମହାପାତ୍ର ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ ସହ ମୋଟ ୩୦ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଡିଆର୍‌ଡିଓରେ କାର୍ଯ୍ୟରତ ଠିକା ଫଟୋଗ୍ରାଫର ତଥା ମୟୂରଭଞ୍ଜ ଜିଲା କଣ୍ଟିପୁର ଅଞ୍ଚଳର ଈଶ୍ୱର ବେହେରାଙ୍କୁ ଆଇଏସ୍‌ଆଇ ଲିଙ୍କ୍‌ ଅଭିଯୋଗରେ ୨୦୧୪ ଡିସେମ୍ବର ୨୨ରେ ଚାନ୍ଦିପୁର ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ କେସ୍‌ ନଂ ୬/୨୦୧୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ପାକିସ୍ତାନ ଏଜେଣ୍ଟ ଆଶିଫ ଅଲ୍ଲୀଙ୍କ ସହ ସମ୍ପର୍କ ରଖି ମିଲିଟାରୀ ତଥ୍ୟକୁ ଶତ୍ରୁ ପକ୍ଷକୁ ବିକୁଥିଲେ। ଏଥିପାଇଁ ଈଶ୍ୱର ସେମାନଙ୍କଠାରୁ ବହୁ ଅର୍ଥ ମଧ୍ୟ ଆଣୁଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଈଶ୍ୱର ୯ଅଙ୍କ ବିଶିଷ୍ଟ ଏକ ଫୋନ ନମ୍ବରରେ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ କଥାବାର୍ତ୍ତା ହେଉଥିଲେ। ଯେଉଁ ନମ୍ବରରେ କଥା ହୋଇଥିଲେ ସେହି ନମ୍ବର ଆଗରୁ +୯୧ ଲାଗିଥିଲା। ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲ୍‌ରୁ କଥା ହେଉଥିବା ଇଣ୍ଟରଭ୍ୟୁ ଡାଟାରୁ ଜଣାଯାଇଥିଲା। ତାଙ୍କର ଭଏସ୍‌ ସାମ୍ପୁଲ୍‌ ସାଇଣ୍ଟିଫିକ୍‌ ଲ୍ୟାବକୁ ପଠାଯାଇଥିଲା। ଈଶ୍ୱର ନିୟମିତଭାବେ ଆଇଏସ୍‌ଆଇ ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ। ଆଇଟିଆର୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଜଣାଇ ଦେଉଥିଲେ। ଈଶ୍ୱରଙ୍କ ଆକାଉଣ୍ଟକୁ ଆବୁଧାବି ସହ ବିହାର, ଆଜମେର, କୋଲକାତାରୁ ମଧ୍ୟ ଟଙ୍କା ଆସିଛି। ଏକ ଟିଭି କିଣିବାକୁ ଈଶ୍ୱର ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପଇସା ମାଗିଥିଲେ। ଈଶ୍ୱରଙ୍କ ଏକ ୬୬ ସେକେଣ୍ଡର ବାର୍ତ୍ତାଳପ ହେଉଛି ଆଇଏସ୍‌ଆଇ ଲିଙ୍କର ବଳିଷ୍ଠ ପ୍ରମାଣ। ତାଙ୍କ ବିରୋଧରେ ଲାଗିଥିବା ଆଇପିସି ଦଫା ୧୨୦(ବି)/୧୨୧/୧୨୧(ଏ) ସହ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଦଫା ୩ ଓ ୫ରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ କାନୁନ୍‌ଗୋ ମାମଲା ପରିଚାଳନା କରି ଏହା ଏକ ସଙ୍ଗୀନ ଅପରାଧ, ଏଭଳି ଅପରାଧ ସାରା ଦେଶର ନାଗରିକଙ୍କ ପାଇଁ ବିପଦ। ଦେଶକୁ ଯୁଦ୍ଧମୁହଁକୁ ଠେଲି ଦିଆଯିବାକୁ ଚେଷ୍ଟା କରାଯାଇଥିଲା ବୋଲି କହିଛନ୍ତି। କୋର୍ଟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଥିଲା। ଅଦାଲତ ଶୁଣାଣି ସମୟରେ ୨୯ଜଣଙ୍କ ସାକ୍ଷ୍ୟ, ୩୪ ଦଲିଲ୍‌ ଦସ୍ତାବିଜ, ୩୬ ପ୍ରକାର ସାମଗ୍ରୀ ପ୍ରମାଣ ଆଧାରରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା କାନୁନ୍‌ଗୋ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?