ଆଇଏସ୍‌ଆଇ ଲିଙ୍କ୍‌: ଦେଶଦ୍ରୋହ ଅପରାଧରେ ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୧।୨- ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରଦାନ କରିବା ଅଭିଯୋଗରେ ଗିରଫ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦୌରାଜଜ୍‌-୧ ଗିରିଜା ପ୍ରସାଦ ମହାପାତ୍ର ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ ସହ ମୋଟ ୩୦ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଡିଆର୍‌ଡିଓରେ କାର୍ଯ୍ୟରତ ଠିକା ଫଟୋଗ୍ରାଫର ତଥା ମୟୂରଭଞ୍ଜ ଜିଲା କଣ୍ଟିପୁର ଅଞ୍ଚଳର ଈଶ୍ୱର ବେହେରାଙ୍କୁ ଆଇଏସ୍‌ଆଇ ଲିଙ୍କ୍‌ ଅଭିଯୋଗରେ ୨୦୧୪ ଡିସେମ୍ବର ୨୨ରେ ଚାନ୍ଦିପୁର ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ କେସ୍‌ ନଂ ୬/୨୦୧୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ପାକିସ୍ତାନ ଏଜେଣ୍ଟ ଆଶିଫ ଅଲ୍ଲୀଙ୍କ ସହ ସମ୍ପର୍କ ରଖି ମିଲିଟାରୀ ତଥ୍ୟକୁ ଶତ୍ରୁ ପକ୍ଷକୁ ବିକୁଥିଲେ। ଏଥିପାଇଁ ଈଶ୍ୱର ସେମାନଙ୍କଠାରୁ ବହୁ ଅର୍ଥ ମଧ୍ୟ ଆଣୁଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଈଶ୍ୱର ୯ଅଙ୍କ ବିଶିଷ୍ଟ ଏକ ଫୋନ ନମ୍ବରରେ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ କଥାବାର୍ତ୍ତା ହେଉଥିଲେ। ଯେଉଁ ନମ୍ବରରେ କଥା ହୋଇଥିଲେ ସେହି ନମ୍ବର ଆଗରୁ +୯୧ ଲାଗିଥିଲା। ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲ୍‌ରୁ କଥା ହେଉଥିବା ଇଣ୍ଟରଭ୍ୟୁ ଡାଟାରୁ ଜଣାଯାଇଥିଲା। ତାଙ୍କର ଭଏସ୍‌ ସାମ୍ପୁଲ୍‌ ସାଇଣ୍ଟିଫିକ୍‌ ଲ୍ୟାବକୁ ପଠାଯାଇଥିଲା। ଈଶ୍ୱର ନିୟମିତଭାବେ ଆଇଏସ୍‌ଆଇ ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ। ଆଇଟିଆର୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଜଣାଇ ଦେଉଥିଲେ। ଈଶ୍ୱରଙ୍କ ଆକାଉଣ୍ଟକୁ ଆବୁଧାବି ସହ ବିହାର, ଆଜମେର, କୋଲକାତାରୁ ମଧ୍ୟ ଟଙ୍କା ଆସିଛି। ଏକ ଟିଭି କିଣିବାକୁ ଈଶ୍ୱର ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପଇସା ମାଗିଥିଲେ। ଈଶ୍ୱରଙ୍କ ଏକ ୬୬ ସେକେଣ୍ଡର ବାର୍ତ୍ତାଳପ ହେଉଛି ଆଇଏସ୍‌ଆଇ ଲିଙ୍କର ବଳିଷ୍ଠ ପ୍ରମାଣ। ତାଙ୍କ ବିରୋଧରେ ଲାଗିଥିବା ଆଇପିସି ଦଫା ୧୨୦(ବି)/୧୨୧/୧୨୧(ଏ) ସହ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଦଫା ୩ ଓ ୫ରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ କାନୁନ୍‌ଗୋ ମାମଲା ପରିଚାଳନା କରି ଏହା ଏକ ସଙ୍ଗୀନ ଅପରାଧ, ଏଭଳି ଅପରାଧ ସାରା ଦେଶର ନାଗରିକଙ୍କ ପାଇଁ ବିପଦ। ଦେଶକୁ ଯୁଦ୍ଧମୁହଁକୁ ଠେଲି ଦିଆଯିବାକୁ ଚେଷ୍ଟା କରାଯାଇଥିଲା ବୋଲି କହିଛନ୍ତି। କୋର୍ଟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଥିଲା। ଅଦାଲତ ଶୁଣାଣି ସମୟରେ ୨୯ଜଣଙ୍କ ସାକ୍ଷ୍ୟ, ୩୪ ଦଲିଲ୍‌ ଦସ୍ତାବିଜ, ୩୬ ପ୍ରକାର ସାମଗ୍ରୀ ପ୍ରମାଣ ଆଧାରରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା କାନୁନ୍‌ଗୋ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ...

ନିର୍ଯାତନା ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଭୁବନେଶ୍ୱର,୭ା୧୨ (ବ୍ୟୁରୋ): ନାବାଳିକାଙ୍କୁ ଘରେ ରଖି ଖଟାଉଥିଲେ। ପ୍ରତ୍ୟେକ ଦିନ ତାଙ୍କୁ ଲୁହା ରଡ୍‌ରେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ମାଡ଼ରେ ଗୁରୁତର...

ବିପଦସଙ୍କୁଳ ସ୍ଥାନରେ ଠିକାଦାର କରିଛନ୍ତି ଷ୍ଟକ୍‌ୟାର୍ଡ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଟେଣ୍ଡର ମାଧ୍ୟମରେ...

ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ...

ମେଣ୍ଢରାଜପୁର ବସ୍‌ ଦୁର୍ଘଟଣା ମାମଲା: ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

କଟକ ଅଫିସ, ୧୧ା୨- ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଠାରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ...

ପର୍ଯ୍ୟଟନରେ ଯୋଡ଼ିହେଉ ଦୟାନଦୀରେ ନୌକା ବିହାର

ପୁରୁଣା ଭୁବନେଶ୍ୱର,୨୭।୯(ଡି.ଏନ୍‌.ଏ.):ଓଡ଼ିଶାରେ ଅନେକ ସ୍ଥାନ ରହିଛି, ଯାହାକୁ ଦୃଷ୍ଟି ଦିଆଗଲେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ସ୍ଥାନୀୟ ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ...

ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣା: ଫରେଷ୍ଟର ଗିରଫ

ଚୌଦ୍ୱାର,୧୪ା୯(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଶୁକ୍ରବାର ଚୌଦ୍ୱାର ପୋଲିସ ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ବେଲପାହାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ଝାରସୁଗୁଡ଼ା ଅଫିସ,୩।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ରେ ଅବହେଳିତ ସ୍ବାସ୍ଥ୍ୟସେବାକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ ପକ୍ଷରୁ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାପତାକା ଦେଖାଇ...

Advertisement
Archives

Model This Week