ବାଲେଶ୍ୱର

ଜଳେଶ୍ବରରୁ ୧ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଜଣେ ଗିରଫ ହୋଇଛନ୍ତି। ରାତିରେ ଏସ୍‌ଟିଏଫ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ…

ଜଳୁଛି କୁଲଡ଼ିହା: ନିଆଁ ଲିଭାଉଛନ୍ତି ଡିଏଫ୍‌ଓ, ରେଞ୍ଜର

ସଜନାଗଡ଼, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୫ ଦିନ ହେବ ନିଅଁା ଜଳୁଛି। ଫେବୃୟାରୀ ୪ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ବର୍ଗ କି.ମି. ପରିବ୍ୟାପ୍ତ ଭିତରେ ଏକାଧିକ ପାହାଡ଼ ମଧ୍ୟରେ…

ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ବାମପଦାସ୍ଥିତ ମା’ ଭାରତୀ ଗୋଶାଳାରେ ରଖାଯାଇଛି। ପ୍ରକାଶ ଯେ,…

ମହିଳା ଦିବସରେ ପାଣି ପାଇଁ ପ୍ରତିବାଦ କଲେ ମହିଳା

ବସ୍ତା,୮।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସରେ ବସ୍ତା ବ୍ଲକ ଅନ୍ତର୍ଗତ ଗୋଡ଼ିଖାଳ ନିକଟ ଜୁଣବଳଦାଠାରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନଙ୍କ ଦ୍ୱାରା ୬୦ ନଂ ଜାତୀୟ ରାଜପଥ ଅବରୋଧ କରାଯାଇ ଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହି…

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ ବଡ଼ ଚିନ୍ତା ହେଉଛି ୨,୭୫୦ ବର୍ଗ କି.ମି. ଅଞ୍ଚଳ ପରିମିତ ଏସିଆ ମହାଦେଶର ଦ୍ୱିତୀୟ…

ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହେଲେ ୨ ଝିଅ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ଚମ୍ପଟ ହୋଇଥିବା ୨ ଝିଅଙ୍କୁ ଶନିବାର ଉଦ୍ଧାର କରାଯାଇଛି। ଉକ୍ତ ୨ ଝିଅ ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହୋଇଛନ୍ତି। ଉଭୟ ବସଷ୍ଟାଣ୍ଡ ପାଖରେ ବସି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖି…

ପୂଜା ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, ୬। ୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଯୋଡି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଭଗବତୀ ପୂଜାର ପ୍ରସାଦ ଖାଇ ୪୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି…

ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି। ଏଥିରେ ସବସିଷ୍ଟମ୍‌, ବୁଷ୍ଟର ମୋଟର, ନୋଜଲ-ଲେସ୍‌ ମୋଟର କାର୍ଯ୍ୟ କରିଛି। ପୂର୍ବରୁ…

ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା…

ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ନିିକଟରେ ଏବେ ମନୁଭାଇଙ୍କ ହର୍ବାଲ ଚା’ର ଢେର ଚାହିଦା। ଅବଶ୍ୟ…

ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ

ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ ଟଙ୍କା ଦାବି କରୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି…

ନଷ୍ଟ ହେଉଛି ବର୍ଷକର ଅମଳ

ଖଇରା, ୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଗନଧୂଳି ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କର ଧାନ କିଣା ନ ହେବା ଯୋଗୁ ମାସ ମାସ ଧରି ଘରେ ପଡି ନଷ୍ଟ ହେଉଛି । ସରକାରଙ୍କ ତରଫରୁ ଟୋକନ ଇସ୍ୟୁ କରାଯାଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri