ଜଳେଶ୍ୱର, ୨୪।୪(ଡି.ଏନ.ଏ.)-କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା-ପଶ୍ଚିମବଙ୍ଗ ଉପାନ୍ତ ସିଲ୍ କରାଯାଇଥିଲେ ମଧ୍ୟ ଏବେବି ବହୁ ସ୍ଥାନରେ ଗଳାବାଟ ମୁକୁଳା ପଡିଛି ା ଏହି ଗଳାବାଟ ଦେଇ ପଶ୍ଚିମବଙ୍ଗ ପ୍ରବାସୀ ଓଡ଼ିଶା ମଧ୍ୟକୁ ପଶିଆସୁଛନ୍ତି। ଏହାକୁ ରୋକିବାକୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ ପାତ୍ର ଅଧ୍ୟକ୍ଷତା କରି ଖୁବ୍ଶୀଘ୍ର ହାୱଡାରୁ ଓଡିଶା ଅଭିମୁଖେ ଆସୁଥିବା ଟ୍ରେନ୍ଗୁଡିକ ବିଭିନ୍ନ ଷ୍ଟେଶନରେ ରହଣିକୁ ରଦ୍ଦ କରାଯିବାକୁ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିବା ସମ୍ପର୍କରେ କହିଥିଲେ ା ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ କରୋନା ଲକ୍ଷଣ ଥିଲେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ଆଣି ପରୀକ୍ଷା କରାଇ ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ। ଆଇଆଇସି ମାନସ କୁମାର ଦେଓ ଓ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଯୋଗଦେଇ କେବଳ ପୋଲିସ୍ ନୁହେଁ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ସହଯୋଗ କଲେ ପ୍ରବାସୀମାନଙ୍କୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଚିକିତ୍ସା ସମ୍ଭବ ହୋଇପାରିବ ବୋଲି କହିଥିଲେ। ବିଡିଓ ଦିପ୍ତିରଞ୍ଜନ ସେଠୀ ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଜଳେଶ୍ୱର ସହର ଓ ବ୍ଲକ ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ରଖାଯାଇଥିବା ଜଣାଇଥିଲେ। ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜଳେଶ୍ୱର ବ୍ଲକର ୮ଟି ମୁଖ୍ୟ ରାସ୍ତାକୁ ବ୍ୟାରିକେଡ କରାଯାଇ ପ୍ରବାସୀମାନଙ୍କୁ ଚିହ୍ନଟ କରାଯାଉଥିବା ଓ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ପଶ୍ଚିମବଙ୍ଗକୁ ଲାଗି ଜଳେଶ୍ୱର ବ୍ଲକର ବହୁ ଗଳାବାଟ ଦେଇ ହଜାର ହଜାର ଗାଡି ଓ ପ୍ରବାସୀ ରାଜ୍ୟ ଭିତରକୁ ପଶି ଆସୁଥିବାରୁ ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ସରପଞ୍ଚ ଓ ସମିତି ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ ା ପଶ୍ଚିମବଙ୍ଗକୁ ଲାଗି ରହିଥିବା ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଗୋବରଘଟା, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଓଲମରା, ଖୁଆର୍ଡ, ମାକିଡିଆ, ଖୁଦିଆ ମାଝିସାରହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଲକ୍ଷ୍ମଣନାଥ ଆଦି ପଞ୍ଚାୟତର ସରପଞ୍ଚମାନେ ଗଳା ରାସ୍ତାରେ ବ୍ୟାରିକେଡ କରିବାକୁ ବିଡିଓ ସେଠୀ ନିର୍ଦ୍ଦେଶ ଦେଇଥିଲେ ା
ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ: ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ
ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…
ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…
ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…
ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…
୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ
କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…
ଠକେଇ-ବ୍ଲାକ୍ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…
ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…
ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…
ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…
ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…
ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…
ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…
ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…
Archives

