ଗଳାବାଟ ଦେଇ ପଶିଆସୁଛନ୍ତି ପ୍ରବାସୀ

ଜଳେଶ୍ୱର, ୨୪।୪(ଡି.ଏନ.ଏ.)-କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା-ପଶ୍ଚିମବଙ୍ଗ ଉପାନ୍ତ ସିଲ୍‌ କରାଯାଇଥିଲେ ମଧ୍ୟ ଏବେବି ବହୁ ସ୍ଥାନରେ ଗଳାବାଟ ମୁକୁଳା ପଡିଛି ା ଏହି ଗଳାବାଟ ଦେଇ ପଶ୍ଚିମବଙ୍ଗ ପ୍ରବାସୀ ଓଡ଼ିଶା ମଧ୍ୟକୁ ପଶିଆସୁଛନ୍ତି। ଏହାକୁ ରୋକିବାକୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ ପାତ୍ର ଅଧ୍ୟକ୍ଷତା କରି ଖୁବ୍‌ଶୀଘ୍ର ହାୱଡାରୁ ଓଡିଶା ଅଭିମୁଖେ ଆସୁଥିବା ଟ୍ରେନ୍‌ଗୁଡିକ ବିଭିନ୍ନ ଷ୍ଟେଶନରେ ରହଣିକୁ ରଦ୍ଦ କରାଯିବାକୁ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିବା ସମ୍ପର୍କରେ କହିଥିଲେ ା ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ କରୋନା ଲକ୍ଷଣ ଥିଲେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ଆଣି ପରୀକ୍ଷା କରାଇ ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ। ଆଇଆଇସି ମାନସ କୁମାର ଦେଓ ଓ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଯୋଗଦେଇ କେବଳ ପୋଲିସ୍‌ ନୁହେଁ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ସହଯୋଗ କଲେ ପ୍ରବାସୀମାନଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଚିକିତ୍ସା ସମ୍ଭବ ହୋଇପାରିବ ବୋଲି କହିଥିଲେ। ବିଡିଓ ଦିପ୍ତିରଞ୍ଜନ ସେଠୀ ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଜଳେଶ୍ୱର ସହର ଓ ବ୍ଲକ ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ ରଖାଯାଇଥିବା ଜଣାଇଥିଲେ। ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜଳେଶ୍ୱର ବ୍ଲକର ୮ଟି ମୁଖ୍ୟ ରାସ୍ତାକୁ ବ୍ୟାରିକେଡ କରାଯାଇ ପ୍ରବାସୀମାନଙ୍କୁ ଚିହ୍ନଟ କରାଯାଉଥିବା ଓ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ପଶ୍ଚିମବଙ୍ଗକୁ ଲାଗି ଜଳେଶ୍ୱର ବ୍ଲକର ବହୁ ଗଳାବାଟ ଦେଇ ହଜାର ହଜାର ଗାଡି ଓ ପ୍ରବାସୀ ରାଜ୍ୟ ଭିତରକୁ ପଶି ଆସୁଥିବାରୁ ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ସରପଞ୍ଚ ଓ ସମିତି ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ା ପଶ୍ଚିମବଙ୍ଗକୁ ଲାଗି ରହିଥିବା ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଗୋବରଘଟା, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଓଲମରା, ଖୁଆର୍ଡ, ମାକିଡିଆ, ଖୁଦିଆ ମାଝିସାରହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଲକ୍ଷ୍ମଣନାଥ ଆଦି ପଞ୍ଚାୟତର ସରପଞ୍ଚମାନେ ଗଳା ରାସ୍ତାରେ ବ୍ୟାରିକେଡ କରିବାକୁ ବିଡିଓ ସେଠୀ ନିର୍ଦ୍ଦେଶ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

ଭାରତ- ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌: ସି.ଭି. ରମଣ କଲେଜ ଛାତ୍ର ପ୍ରଥମ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଆଇଆଇଟି, ମାଡ୍ରାସଠାରେ ଭାରତ-ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି.ଭି. ରମଣ କଲେଜର ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ ବିଭାଗର ୪ର୍ଥ ବର୍ଷର...

୩ ଦିନ ପରେ ବି ପୂର୍ବତନ ବିଧାୟକଙ୍କ ମିଳୁନି ପତ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଗଞ୍ଜାମ ଜିଲା ଆସିକାର ପୂର୍ବତନ କଂଗ୍ରେସ ବିଧାୟକ ସରୋଜ ପାଢ଼ି ନିଖୋଜ ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି...

ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ...

ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...

ଶୈଳେଶ ଡାନି ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ସମ୍ବଲପୁର ଜିଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶୈଳେଶ ଡାନିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଡାନିଙ୍କୁ ଦଳରୁ...

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା...

Advertisement
Archives

Model This Week