ଅମାନିଆଙ୍କ ଲାଗି ବଢୁଛି ସଂକ୍ରମଣ

ଭୋଗରାଇ, ୨୬।୪(ଡି.ଏନ.ଏ.):  ପଶ୍ଚିମବଙ୍ଗରେ କରୋନାର ନୂଆ ଷ୍ଟ୍ରେନ ଦେଖାଦେବା ପରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସ୍ବାସ୍ଥ୍ୟବିଭାଗ, ପ୍ରଶାସନ, ସାମାଜିକ ଅନୁଷ୍ଠାନ ଏଥିପ୍ରତି ସତର୍କ ରହି ସଚେତନତା କରୁଥିବା ବେଳେ ଅମାନିଆଙ୍କ ପାଇଁ ଭୋଗରାଇ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କାମଧନ୍ଦା ନ ପାଇ ଏହି ଅଞ୍ଚଳରୁ ପ୍ରାୟ ୨୦ହଜାର ବେକାର ଯୁବକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇଥିଲେ। ଅନ୍ୟ ରାଜ୍ୟରେ କରୋନା ଭୂତାଣୁ କାୟା ବିସ୍ତାର କରୁଥିବାରୁ ପ୍ରବାସୀମାନେ ଏବେ ଘରମୁହାଁ ହୋଇଛନ୍ତି। ସେମାନଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଥିବା ବେଳେ କେତେକ ଅମାନିଆ ଘରୁ ବାହାରକୁ ବାହାରି ଚଲାବୁଲା କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହାଟବଜାରରେ ବିନା ମାସ୍କରେ ଗହଳି କରିବା ସହିତ ବିବାହ, ପୂଜା ଓ ଅନ୍ୟ ଉତ୍ସବରେ ଖୁଲମଖୁଲା ଭିଡ଼ କରୋନାକୁ ଆମନ୍ତ୍ରଣ କରୁଛି।
ଅପରପକ୍ଷରେ ପ୍ରବାସୀଙ୍କ ପାଇଁ ଭୋଗରାଇ ଉପାନ୍ତ ସାହାବାଜିପୁର ମହାବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ବାଡ଼ସରିଷା ହାଇସ୍କୁଲ ଓ ସରସ୍ବତୀପୁର ନୋଡ଼ାଲ ହାଇସ୍କୁଲରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଭୋଗରାଇର ୩୬ଟି ରାସ୍ତା ପଶ୍ଚିମବଙ୍ଗକୁ ସଂଯୋଗ କରିଥିବା ବେଳେ ପୋଲିସ ପ୍ରଚଣ୍ଡ ଖରାରେ ୨୪ଘଣ୍ଟିଆ ପହରା ଦେଉଛି। କିନ୍ତୁ ଉଭୟ ରାଜ୍ୟର ସୀମାନ୍ତବାସୀ ଜରୁରୀ କାର୍ଯ୍ୟରେ କୌଶଳକ୍ରମେ ଗଳାବାଟ ଓ ଧାନଜମି ଦେଇ ଯାତାୟାତ କରୁଛନ୍ତି। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ୧୫୧ ଜଣ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଆଉ ୧୫ଜଣ ସଂକ୍ରମିତ ହୋଇଥିବା ଚିକିତ୍ସାଧିକାରୀ କମଳାକାନ୍ତ ଜେନା ସୂଚନା ଦେଇଛନ୍ତି। ଏଥିସହିତ ୫୦ ପଞ୍ଚାୟତରେ ସ୍ବାସ୍ଥ୍ୟକର୍ମୀମାନେ ଗାଁ ଗାଁ ପରିକ୍ରମା କରି ପ୍ରବାସୀଙ୍କ ନିମନ୍ତେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦୃଷ୍ଟିକୁ ଆସୁଛି। ଏଭଳି ସ୍ଥିତିରେ ଭୋଗରାଇରେ ୧ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସହ ଅନ୍ୟୁନ ୨୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲିବାକୁ କଂଗ୍ରେସ ନେତା ସତ୍ୟଶିବ ଦାସ, ଆଶିଷ କୁମାର ପାତ୍ର, ସନ୍ତୋଷ ଜେନା ପ୍ରମୁଖ ସରକାରଠାରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କେଜିର ବ୍ରାଉନସୁଗାର ଜବତ: ପୋଲିସ, ସ୍ଥାନୀୟ ଲୋକେ ମୁଁହାମୁହିଁ

ବସ୍ତା,୨୨।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହା ପ୍ରାୟ ୨ କେଜିର...

ଛାବିରି ନଦୀରେ ଭାସିଯାଇ ବ୍ୟକ୍ତି ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଡମ୍ବତୁରୁଜିଂ ଗ୍ରାମର ଚିନ୍ତାମଣି ମୁଦୁଲି (୪୫) ସୋମବାର ରାତିରେ ଛାବେରି ନଦୀରେ ଭାସିଯାଇଥିଲେ । ଏ ନେଇ ଖବର...

ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ସୋମବାର ସକାଳେ ପରଲୋକ ଘଟିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ପଣା ସଂକ୍ରାନ୍ତି-ରମ୍‌ଜାନ ପାଇଁ ଗାଇଡ୍‌ଲାଇନ୍‌; ଏସବୁ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଓ ରମଜାନ୍‌କୁ ନେଇ କଟକ ମ୍ୟୁନିସିପାଲ କର୍ପୋରେଶନ(ସିଏମ୍‌ସି) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି...

ଏଣିକି ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ହେଲ୍ପଲାଇନ ନମ୍ବରକୁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀମାନେ ହେଲ୍ପଲାଇନ ନମ୍ବରକୁ ସହଜରେ ମନେରଖିବା ପାଇଁ...

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର

ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୨୦ା୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ...

ଦିନରେ ୩୪, ରାତିରେ ୨୪ ଡିଗ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି। ପୌଷ ମାସରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ଶୀତରେ କମ୍ପିବା ବଦଳରେ ସାରା ରାଜ୍ୟ ଏବେ ଉଷ୍ମ।...

Advertisement
Archives

Model This Week