ଅନୁପ୍ରବେଶକାରୀଙ୍କୁ ସୁହାଉଛି ଜଳପଥ

ବାଲେଶ୍ୱର ଅଫିସ, ୩୦।୪- ବାଲେଶ୍ୱର ଜିଲାରେ ୮୪ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ୩ଟି ସାମୁଦ୍ରିକ ଥାନା ରହିଛି। ସଦର ବ୍ଲକ ଅନ୍ତର୍ଗତ ବଳରାମଗଡ଼ି ଓ କଷାଫଳ ସାମୁଦ୍ରିକ ଥାନା ଏବଂ ଭୋଗରାଇ ବ୍ଲକ ଅଧୀନ ତାଳସାରୀ ସାମୁଦ୍ରିକ ଥାନା ରହିଛି। ଉକ୍ତ ଥାନାଗୁଡ଼ିକରେ କର୍ମଚାରୀ ଅଭାବରୁ ଅନୁପ୍ରବେଶକାରୀଙ୍କୁ ରୋକିବା ଅସମ୍ଭବ ହୋଇପଡୁଛି। କରୋନାର ଦ୍ୱିତୀୟ ଲହରରେ ସ୍ଥଳପଥ ସିଲ୍‌ କରାଯାଇଥିବା ବେଳେ ଜଳପଥ ସେମାନଙ୍କୁ ବେଶ୍‌ ସୁହାଉଛି। ବିଶେଷ କରି ପଶ୍ଚିମବଙ୍ଗରୁ ବହୁ ଲୋକ ଜଳପଥ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି।
କରୋନା ଦ୍ୱିତୀୟ ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ବହୁ ଅନୁପ୍ରବେଶକାରୀ ମାଛ ଧରିବା ସହ ଜାଲବୁଣା, ବୋଟ୍‌ ମରାମତି କରିବା ଓ ଚାଳକ ଭାବରେ କାମ କରିବା ପାଇଁ ଆସୁଛନ୍ତି। ଏମାନଙ୍କ ମାଧ୍ୟମରେ କରୋନା ଭଳି ମହାମାରୀ ରାଜ୍ୟରେ ଅଧିକ ହେବାରେ ଲାଗିଛି। ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଭୋଗରାଇ, ବାଲିଆପାଳ, ସଦର, ବାହାନଗା ଓ ରେମୁଣା ବ୍ଲକ ପ୍ରତି ବିପଦ ଦେଖାଦେଇଛି।
୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ରସରକାର ଉପକୂଳ ସୁରକ୍ଷା ପାଇଁ ରାଜ୍ୟସରକାରଙ୍କୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ତିନୋଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର। ବଳରାମଗଡ଼ି ଥାନାରେ ଜଣେ ଇନ୍ସପେକ୍ଟର, ୬ଜଣ ସବ୍‌ଇନ୍ସପେକ୍ଟର, ୬ଜଣ ଏଏସ୍‌ଆଇ, ୧୭ଜଣ ହାବିଲଦାର ଓ ୪୮ଜଣ କନେଷ୍ଟବଳ ନିଯୁକ୍ତି ପାଇଥିଲେ। ଥାନାକୁ ଦୁଇଟି ପୋଲିସ ଭ୍ୟାନ୍‌ ଓ ୨ଟି ବୋଟ୍‌ ଦିଆଯାଇଥିଲା। କେବଳ ସେତିକି ନୁହେଁ, ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ୧୬ଜଣ ଅବସରପ୍ରାପ୍ତ ନୌସେନା ଯବାନ ବି ଏଠାରେ ନିଯୁକ୍ତି ପାଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଥାନାରେ ଅଧା କର୍ମଚାରୀ ବି ନାହାନ୍ତି। ଜଣେ ସବ୍‌ଇନ୍ସପେକ୍ଟର, ଜଣେ ହାବିଲଦାର, ୪ଜଣ କନେଷ୍ଟବଳ ଓ ୬ଜଣ ହୋମ୍‌ଗାର୍ଡ଼ ଏହି ଥାନାକୁ ଜଗିଛନ୍ତି। ସେହିପରି କଷାଫଳ ଥାନାରେ ଜଣେ ଇନ୍ସପେକ୍ଟର, ଜଣେ ହାବିଲଦାର, ୭ଜଣ କନେଷ୍ଟବଳ ଥିବା ବେଳେ ତାଳସାରୀ ଥାନାରେ ଜଣେ ଇନ୍ସପେକ୍ଟର, ୩ଜଣ ଏଏସ୍‌ଆଇ, ୪ଜଣ କନଷ୍ଟେବଳ ରହିଛନ୍ତି। ବର୍ତ୍ତମାନ କୋଭିଡ୍‌ ଭଳି ମହାମାରୀ ସ୍ଥିତିରେ ପ୍ରବାସୀ ଓ ଅନୁପ୍ରବେଶକାରୀଙ୍କ ଉପରେ ରୋକ୍‌ ଲଗାଇବା ଜରୁରୀ ହୋଇପଡ଼ିଥିବା ବେଳେ କର୍ମଚାରୀ ଓ ବୋଟ୍‌ ଅଭାବ କାରଣରୁ ଏହି ଅଞ୍ଚଳକୁ ସୁରକ୍ଷା ଦେବା ସହ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ନିମନ୍ତେ ଠିକ୍‌ ଭାବେ ପାଟ୍ରୋଲିଂ ହୋଇପାରୁ ନାହଁି।
ଏନେଇ ବଳରାମଗଡ଼ି ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ କହନ୍ତି, ମେରାଇନ୍‌ ଥାନା ଅଧୀନରେ ଥିବା ଗୋଟିଏ ବୋଟ୍‌ ଯୋଗେ ବର୍ତ୍ତମାନ ଥିବା କର୍ମଚାରୀମାନଙ୍କୁ ନେଇ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?