ଉପକୂଳରେ ହାଇଆଲର୍ଟ
ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା ବାଲେଶ୍ୱର ଉପକୂଳରେ ବିଶେଷ ଭାବେ ପ୍ରଭାବ ପକାଇବ ବୋଲି ପାଣିପାଗ ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିଲେ।…
ହଳଦୀପଦା ଷ୍ଟେଶନରେ ରେଳରୋକୋ
ରୂପ୍ସା,୯ା୫(ଡି.ଏନ୍.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ର ରହଣି ସହ ୧୦ ଦଫା ଦାବି ପୂରଣ ପାଇଁ…
ବାତ୍ୟା ଭୟ: କୂଳକୁ ଫେରିଲା ଟ୍ରଲର
ଭୋଗରାଇ,୯।୫(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ର ମୁକାବିଲା ପ୍ରଶାସନ ତପତ୍ର ହୋଇପଡ଼ିଛି। ବାଲେଶ୍ୱର ଜିଲାର ସମସ୍ତ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ପର୍ଯ୍ୟଟନସ୍ଥଳୀରେ ପ୍ରଶାସନ ଅଙ୍କୁଶ ଲଗାଇଛି। ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲରଗୁଡ଼ିକ ୯ ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ…
ରାଜନୈତିକ ଆକ୍ରୋଶରୁ ରାସ୍ତା ଖୋଳିଦେଲେ
ସୋର,୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ତଳନଗର ପଞ୍ଚାୟତ ଅଧୀନ ଏକ ରାସ୍ତାକୁ ରାଜନୈତିକ ଆକ୍ରୋଶରୁ ଜେସିବି ଲଗାଇ ୪ଟି ସ୍ଥାନରେ ଖୋଳି ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ଫଳାଫଳ ପରେ ଜନୈକ ପରାଜିତ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକ ଏହି…
୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା
ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ୬ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟମାନେ ତାଙ୍କ ମୁହଁକୁ ଚାହୁଁ…
ଆମ୍ବହତା କେନାଲ ପାର୍ଶ୍ୱ ରାସ୍ତା ନିର୍ମାଣକୁ ବିରୋଧ
ଖଇରା, ୮।୫(ଡି.ଏନ.ଏ.): ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲ ନୟାଖଣ୍ଡି ପତଡାସାହି ନିକଟରେ ନିମ୍ନମାନର ମୋରମ ପ୍ୟାକିଂ ଓ କଂକ୍ରିଟ କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ୱାର୍ଡସଭ୍ୟ ନିରଞ୍ଜନ ବେହେରା, ଶ୍ରୀଧର ବାରିକ, ରମାକାନ୍ତ…
କଳାବଜାର ରୋକିବାକୁ ଗୋଦାମରେ ଚଢ଼ାଉ
ବାଲେଶ୍ୱର ଅଫିସ, ୮।୫: ବାଲେଶ୍ୱର ଜିଲାରେ ବାତ୍ୟା ଆଶଙ୍କାକୁ ନେଇ ଖାଦ୍ୟ ସାମଗ୍ରୀରେ କଳାବଜାରି ଆରମ୍ଭ ହୋଇଛି। ଶନିବାର ଜିଲା ଯୋଗାଣ ବିଭାଗ ପକ୍ଷରୁ ସହରର ନୂଆବଜାର, ଫାଣ୍ଡି ଛକ, ମୋତିଗଞ୍ଜ ସମେତ ବହୁ ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି।…
ଛାତ୍ରୀଙ୍କ ଉପରକୁ କପି ଫିଙ୍ଗିଲେ ଶିକ୍ଷକ: ୨୫ ହଜାର ନ ଦେଲେ ଏମ୍ପି କରାଇଦେବାକୁ ଧମକ
ଲଙ୍ଗଳେଶ୍ୱର, ୮।୫(ଡି.ଏନ.ଏ.)-ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ କପି ବାଣ୍ଟୁଥିବା ବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ରୀଙ୍କ ଉପରକୁ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ କପି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବାରୁ…
ଚିକିତ୍ସା ପାଇଁ ଅର୍ଥ ନାହିଁ, ଚିନ୍ତାରେ ବାପା
ବାଲେଶ୍ୱର ଅଫିସ, ୭ା୫ ବାଲେଶ୍ୱର ସହର ଅଙ୍ଗାରଗଡ଼ିଆଠାରେ ରହୁଥିବା ଦିନମଜୁରିଆ ସପନ ବିନ୍ଧାଣିଙ୍କ ୫ବର୍ଷର ଝିଅ ଶୁଭଲକ୍ଷ୍ମୀ। ହସିଖେଳି ସାଙ୍ଗମାନଙ୍କ ସହ ଦିନ କଟାଇବା ସମୟରେ ଦୁଇଟି ଟ୍ୟୁମରରେ ସେ ଆକ୍ରାନ୍ତ। ତାଙ୍କ ବ୍ରେନରେ ଏକ ଟ୍ୟୁମର ହୋଇଥିବା ବେଳେ କାନ୍ଧ…
ମନ୍ଦିରରୁ ମସ୍ଜିଦ ରାସ୍ତା ହେଲା ଆଲୋକିତ
ଖଇରା, ୭ା୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ବିଶିଷ୍ଟ ଯୋଗ ପ୍ରଚାରକ ତଥା ଆଜନ୍ମ ବ୍ରହ୍ମଚାରୀ ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗୁପୁର ଗ୍ରାମର ମୁକ୍ତିକାନ୍ତ ପାଣିଗ୍ରାହୀ ବିଭିନ୍ନ ଗାଁ, ସ୍କୁଲ, କଲେଜ ତଥା ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଯୋଗଶିକ୍ଷା ପ୍ରଦାନ କରିଥାନ୍ତି। ହେଲେ…
ଭୟଭୀତ ନ ହେବାକୁ ପରାମର୍ଶ
ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ତାହାକୁ କିଭଳି ମୁକାବିଲା କରାଯାଇପାରିବ ତାକୁ ନେଇ…
୮୦ଦିନ ଧରି ମହିଳାଙ୍କୁ ବଳାତ୍କାର
ଜଳେଶ୍ୱର, ୭ା୫(ଡି.ଏନ.ଏ.): ଶାଶୁଘର ଲୋକଙ୍କ ଚକ୍ରାନ୍ତରେ ଫଶିଯାଇଛନ୍ତି ଜଣେ ମହିଳା। ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ତାନ୍ତ୍ରିକଙ୍କ ଦ୍ୱାରା ମହିଳାଙ୍କୁ ଅପହରଣ କରାଯାଇ ଏକ ପରିତ୍ୟକ୍ତ ଘରେ ୮୦ ଦିନ ଧରି ବଳାତ୍କାର କରାଯିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ…
Archives


