ଅଙ୍ଗନୱାଡି କେନ୍ଦ୍ର, ଛତୁଆ ୟୁନିଟ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୩୦ା୫: ବାଲେଶ୍ୱର ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଶନିବାର ସଦର ବ୍ଲକ ଅଧୀନ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା, ଛତୁଆ ୟୁନିଟ୍‌ରେ ଖାଦ୍ୟର ଗୁଣବତ୍ତା ନିମ୍ନମାନର ଓ ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକର ଓଜନ କମ୍‌ ଥିବା ଦେଖିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପରିଷଦ ଅଧ୍ୟକ୍ଷ ପ୍ରଧାନ ସଦର ବ୍ଲକ ବଇଞ୍ଚା ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ପିଲା ସଂଖ୍ୟା ଏବଂ ରନ୍ଧା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ପରେ ଓଲନ୍ଦା ସାରଗାଁ ପଞ୍ଚାୟତ ଗୁଡୁଦା ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ। କେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକି ଅଙ୍ଗନୱାଡ଼ିରେ ପାଠପଢ଼ା ଏବଂ ପିଲାଙ୍କ ଖାଇବା ବାବଦରେ ପଚାରି ବୁଝିଥିଲେ। ସେହିପରି ଛାନୁଆ ପଞ୍ଚାୟତ ସାନବଗରା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ବେଳେ ୩ଜଣ ପିଲା ରାସ୍ତାରେ ବୁଲୁଥିବା ଦେଖିଥିଲେ। ଗାଡ଼ିରୁ ଓହ୍ଲାଇ ପିଲାଙ୍କୁ ପଚାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢ଼ା ହେଉଛି ବୋଲି ସେମାନେ କହିଥିଲେ। ପ୍ରଧାନ କର୍ମୀଙ୍କ ଘରକୁ ଯାଇ ଯାଇ ଅଙ୍ଗନୱାଡ଼ି କର୍ମୀଙ୍କ ଅନୁପସ୍ଥିତ ଦେଖି ତାଙ୍କ ସହାୟିକାଙ୍କୁ ଏ ବାବଦରେ ପଚାରିଥିଲେ। ୧୬ ଜଣ ପିଲା ଉପସ୍ଥିତ ଥିଲେ, ଅଙ୍ଗନଓ୍ବାଡି ଛୁଟି ହୋଇଯାଇଥିବା ସେ କହିଥିଲେ। ଭଦ୍ରସିୟା ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ସମାନ ଅବସ୍ଥା। କେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ୱାର୍ଡମେମ୍ବରଙ୍କୁ ପଚାରି ବୁଝିଥିଲେ। କାଁ ଭାଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଏ ବୋଲି ୱାର୍ଡମେମ୍ବର କହିଥିଲେ। ଅନ୍ୟପକ୍ଷରେ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଏହି ଛତୁଆ ୟୁନିଟ୍‌ରେ ରେଜିଷ୍ଟର ଯାଞ୍ଚ ପରେ ତାହା ଅପଡ଼େଟ୍‌ ନ ଥିବା ଜଣାପଡ଼ିଥିଲା। ଉକ୍ତ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ବାଦାମ ଲଡୁ, ବେସନ ପ୍ୟାକେଟ୍‌ର ପରିମାଣ ନିର୍ଦ୍ଧାରିତ ଓଜନଠୁ କମ୍‌ ଥିଲା। ଅଙ୍ଗନୱାଡ଼ି ପିଲା ଓ ଗର୍ଭବତୀଙ୍କୁ ମାଗଣାରେ ବଣ୍ଟାଯାଉଥିବା ଛତୁଆରେ ମିଶ୍ରଣ ହେଉଥିବା ଭଜାବାଦାମ, ଗହମ ଏବଂ ବୁଟ ମିଶ୍ରଣର ପରିମାଣ ମଧ୍ୟ ନିମ୍ନମାନର ରହିଥିଲା। ଗୋଦାମ ଘରେ ଥିବା ଗହମ ବସ୍ତା, ସୁଜି ବସ୍ତାର ଯାଞ୍ଚ କରି ଖାଦ୍ୟର ଗୁଣବତ୍ତା ନିମ୍ନମାନର ଥିବା ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?