ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କନ୍ୟା ପିତା ଭାବେ ଖରିଦା ଗ୍ରାମ ନିବାସୀ ହୃଷିକେଶ ଓଝା ଓ ବର ପିତା ଭାବେ ଜୟୀନଗର ଗ୍ରାମର ନରହରୀ ନାୟକ ଦିନ ଓ ଲଗ୍ନ ଧରିଥିଲେ। ଏଥିରେ ଯୌତୁକ ଆକାରରେ ୭ହଳ ଷଣ୍ଢ,୧୨ହଳ ନାଗନାଗୁଣୀ,୫ଏକର ଶ୍ମଶାନକ ଜମି ଦେବାପାଇଁ କନ୍ୟା ପିତା ଶପଥ କରିଥିଲେ। ଏହି ଲଗ୍ନ ଧରା କାର୍ଯ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଖରିଦା ଗ୍ରାମବାସୀଙ୍କ ସମେତ ପଣ୍ଡିତ ଗୟାଧର ଶତପଥୀ, ଶତୃଘନ ନନ୍ଦ ଓ ଗଦାଧର ଶତପଥୀଙ୍କ ସହଯୋଗରେ ପୂଜାକାର୍ଯ୍ୟ ଶେଷ ହୋଇଥିଲା। ନିର୍ବନ୍ଧ ସମୟରେ କିର୍ତ୍ତନର ମୁଖ୍ୟ ବଂଶୀଧର ନାୟକ ଓ ତାଙ୍କ ସାଥି ଉପସ୍ଥିତ ରହି ସହଯୋଗ କରିଥିଲେ। ମା’ ଦୁର୍ଗାଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ନିର୍ବନ୍ଧ କାମ ଆରମ୍ଭ ହୋଇଥିଲା। ଆସନ୍ତା ଜୁନ୍‌ ୪ରେ ଶିବ ପାର୍ବତୀଙ୍କ ବିବାହ ଉସତ୍ବ ପାଳନ ହେବ ବୋଲି ଲଗ୍ନ ସ୍ଥିର ହୋଇଥିଲା। ବିଶ୍ୱଜିତ୍‌ ଦାସ, ବିଜୟା ନନ୍ଦ ବାରିକ୍‌, ତପନ କୁମାର ରାଉତଙ୍କ ସମେତ ଖରିଦା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?