୨ଲକ୍ଷର ଶାଗୁଆନ ଜବତ

ରୂପସା, ୩୦ା୫(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ ନିକଟ କଟିପୋଲଠାରେ ଶନିବାର ରାତିରେ ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ଏଏଚ୍‌-୦୯୨୪ ଓ ଓଡ଼ି୦୧ଏଜେ-୨୩୨୬)ରେ ଶାଗୁଆନ ଗଣ୍ଡି ବୋଝେଇ ହୋଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବନବିଭାଗ ପାଖରେ ଖବର ଥିଲା। ଫରେଷ୍ଟ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଫରେଷ୍ଟଗାର୍ଡ଼ ଶଶାଙ୍କ ଶେଖର ଜେନା ପ୍ରମୁଖ ଏକ ସ୍ବତନ୍ତ୍ର ଟିମ୍‌ ସହ ଚଢ଼ାଉ କରି ଦୁଇଟି ଯାକ ଭ୍ୟାନ୍‌କୁ ଜବତ କରିଥିଲେ। କିନ୍ତୁ ଡ୍ରାଇଭରଦ୍ୱୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜବତ ଶାଗୁଆନ ଗଣ୍ଡିର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଫରେଷ୍ଟର କହିଛନ୍ତି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ୨ଟି ପୃଥକ୍‌ ମାମଲା (ନଂ. ୦୭ ଓ ୦୮/୨୦୨୨-୨୩) ରୁଜୁ ହୋଇ ଅଧିକ ତଦନ୍ତ ଜାରିରହିଛି। ତେବେ ରୂପସା ଥାନା ଅଞ୍ଚଳର ଦୁଇ ଜଣ କାଠ ବ୍ୟବସାୟୀ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାଯାଇଛି। ନିୟମିତ ରାତିରେ ଲଛମନଖୁଣ୍ଟା-ରାଉତପଡ଼ା ରାସ୍ତା ଓ ମୟୁରଭଞ୍ଜର ପାଇକସାହି-ନୂଆଗାଁ ରାସ୍ତା ଦେଇ ରାଜପଥର କଟିପୋଲ ହୋଇ ବିଭିନ୍ନ ଅଞ୍ଚଳକୁ କାଠ ମାଫିଆମାନେ ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?