ଖରିଫ ଧାନ ବିହନ ବିକ୍ରି ମନ୍ଥର

ଭୋଗରାଇ, ୨।୬(ଡ଼ି. ଏନ. ଏ.): ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନର କୁଇଣ୍ଟାଲ ପିଛା ୧ଶହ ଟଙ୍କା ମୂଲ୍ୟ ବୃଦ୍ଧି କରିଥିବା ବେଳେ କୃଷିନୀତିରେ ବ୍ୟାପକ ପରିବର୍ତ୍ତନ କରିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷିବିଭାଗ ଚାଷୀଙ୍କୁ ପୁରା ଦାମରେ ବିହନ ନିଗମରୁ ଡିଲରଙ୍କ ମାଧ୍ୟମରେ ବିହନ କିଣିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବ୍‌ସିଡି ଅର୍ଥ ଦିଆଯିବାର ସୂଚନା ଦେଇଛନ୍ତି। ଯେଉଁ କୃଷକମାନେ ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ ଧାନ ଓ ଅଣଧାନ ବିହନ ମୋବାଇଲର ଓଟିପି ନମ୍ବର ମାଧ୍ୟମରେ ବିହନ କ୍ରୟ କରିବା ପାଇଁ କୁହାଯାଇଛି। ବହୁ ଗରିବ ଓ ଭାଗଚାଷୀଙ୍କ ମୋବାଇଲ ନ ଥିବା କିମ୍ବା ଓଟିପି ସମ୍ବନ୍ଧୀୟ ଜ୍ଞାନ ନ ଥିବାରୁ ଚାଷୀମାନେ ହଇରାଣ ହରକତ ହେଉଥିବା ଖବର ମିଳୁଛି। ଏଭଳି ସ୍ଥିତିରେ କୃଷିବିଭାଗ ଚାଷୀଙ୍କୁ ଧାନ କ୍ରୟର ସବ୍‌ସିଡି ଅର୍ଥ କେବେ ବ୍ୟାଙ୍କ ଖାତାକୁ ଯିବ ତାହା ସ୍ପଷ୍ଟ ନୀତି ଘୋଷଣା କରି ନ ଥିବାରୁ ବିହନ କିଣିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅପରପକ୍ଷରେ ବାଲେଶ୍ୱର ଜିଲାରେ ୧ଲକ୍ଷ ୯୮ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କୃଷିବିଭାଗ ଆକଳନ କରିଥିଲା। ଅଦ୍ୟାବଧି ଭୋଗରାଇ ବ୍ଲକକୁ ୩୫, ବାଲିଆପାଳ ବ୍ଲକକୁ ୨୮, ଜଳେଶ୍ୱର ବ୍ଲକକୁ ୧ଶହ, ବସ୍ତା ବ୍ଲକକୁ ୧ଶହ ୨୦ ସମଗ୍ର ଜିଲାରେ ମୋଟ ୧୧ ଶହ ୭o କୁଇଣ୍ଟାଲ ମାତ୍ର ଧାନବିହନ ବିହନ ନିଗମ ଡିଲରମାନଙ୍କୁ ବିକ୍ରି ହୋଇଥିବା ବେଳେ ଚାଷୀମାନେ ଡିଲରଙ୍କଠାରୁ ବୁଧବାର ସୁଦ୍ଧା ୧୬୨.୮ କୁଇଣ୍ଟାଲ ବିହନ କିଣିଥିବା ନିଗମର ଜୋନାଲ ମ୍ୟାନେଜର ସୁଦାମ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଜିଲାର ଗଭୀର ଓ ଲୁଣି ମିଶ୍ରିତ ଜମି ପାଇଁ ବର୍ଷା, ସରଳା ଓ ଲୁଣିଶ୍ରୀ କିସମର ଧାନ ବିହନ ମିଳୁ ନ ଥିବାରୁ ଅଧିକାଂଶ ଜମି ପଡିଆ ପଡିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କ୍ଷୋଭର ସହିତ କହିଛନ୍ତି। ବିହନ ନିଗମ ଯୋଗାଇ ଦେଇଥିବା ୧୦୦୯ ସାଗୁଆନ, କଳାଚମ୍ପା, ପୂଜା ଆଦି କିସମର ଧାନ ବିହନ ନିମ୍ନମାନର ଓ ଗଜା ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ବିଭାଗର ଜଟିଳ ନୀତି ଯୋଗୁ ବିହନ ନିଗମରେ ଆଶାତୀତ ଭାବେ ବିହନ ବିକ୍ରି ହେଉ ନ ଥିବାରୁ ଗୋଦାମ ଘରେ ଗଚ୍ଛିତ ଥିବା ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଅବିଳମ୍ବେ ଓଡିଶା ସରକାର କୃଷିବିଭାଗ ନୂତନ କୃଷିନୀତି ପ୍ରତ୍ୟାହାର କରିବା ସହିତ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ସବସିଡି ମାଧ୍ୟମରେ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ବିଭିନ୍ନ କୃଷକ ସଙ୍ଗଠନ ଦାବି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗରାଇ ଥାନା ଆଗରେ ଡିଏସ୍‌ଓର ବିକ୍ଷୋଭ

ଭୋଗରାଇ,୧୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ଡିଏସ୍‌ଓ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ଓ...

ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ

ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ)...

ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଦିନ ବିତିଥିଲେ ସୁଦ୍ଧା ଗିରଫ ହୋଇପାରିଲେନି ଅଭିଯୁକ୍ତ, ଚଢ଼ାଉ ଜାରି

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏଥିରେ ସବର୍ଣ୍ଣ...

କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର

ଜଳେଶ୍ୱର, ୭।୯(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ଏଥିରେ ଆପଦକାଳୀନ ସହାୟତା ଲାଗି ୨୦ କୋଟି ଟଙ୍କା ମଗାଯାଇଥିବା...

ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି।...

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର...

ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ: ଶିକାରୀ ଗିରଫ

ସଜନାଗଡ଼,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ରବିବାର ରାତିରେ ଏହି ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ...

ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍‌ ଅଫ୍‌ ରେର୍କଡ୍ସରେ ସ୍ଥାନ

ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪...

Advertisement
Archives

Model This Week