ଖରିଫ ଧାନ ବିହନ ବିକ୍ରି ମନ୍ଥର

ଭୋଗରାଇ, ୨।୬(ଡ଼ି. ଏନ. ଏ.): ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନର କୁଇଣ୍ଟାଲ ପିଛା ୧ଶହ ଟଙ୍କା ମୂଲ୍ୟ ବୃଦ୍ଧି କରିଥିବା ବେଳେ କୃଷିନୀତିରେ ବ୍ୟାପକ ପରିବର୍ତ୍ତନ କରିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷିବିଭାଗ ଚାଷୀଙ୍କୁ ପୁରା ଦାମରେ ବିହନ ନିଗମରୁ ଡିଲରଙ୍କ ମାଧ୍ୟମରେ ବିହନ କିଣିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବ୍‌ସିଡି ଅର୍ଥ ଦିଆଯିବାର ସୂଚନା ଦେଇଛନ୍ତି। ଯେଉଁ କୃଷକମାନେ ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ ଧାନ ଓ ଅଣଧାନ ବିହନ ମୋବାଇଲର ଓଟିପି ନମ୍ବର ମାଧ୍ୟମରେ ବିହନ କ୍ରୟ କରିବା ପାଇଁ କୁହାଯାଇଛି। ବହୁ ଗରିବ ଓ ଭାଗଚାଷୀଙ୍କ ମୋବାଇଲ ନ ଥିବା କିମ୍ବା ଓଟିପି ସମ୍ବନ୍ଧୀୟ ଜ୍ଞାନ ନ ଥିବାରୁ ଚାଷୀମାନେ ହଇରାଣ ହରକତ ହେଉଥିବା ଖବର ମିଳୁଛି। ଏଭଳି ସ୍ଥିତିରେ କୃଷିବିଭାଗ ଚାଷୀଙ୍କୁ ଧାନ କ୍ରୟର ସବ୍‌ସିଡି ଅର୍ଥ କେବେ ବ୍ୟାଙ୍କ ଖାତାକୁ ଯିବ ତାହା ସ୍ପଷ୍ଟ ନୀତି ଘୋଷଣା କରି ନ ଥିବାରୁ ବିହନ କିଣିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅପରପକ୍ଷରେ ବାଲେଶ୍ୱର ଜିଲାରେ ୧ଲକ୍ଷ ୯୮ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କୃଷିବିଭାଗ ଆକଳନ କରିଥିଲା। ଅଦ୍ୟାବଧି ଭୋଗରାଇ ବ୍ଲକକୁ ୩୫, ବାଲିଆପାଳ ବ୍ଲକକୁ ୨୮, ଜଳେଶ୍ୱର ବ୍ଲକକୁ ୧ଶହ, ବସ୍ତା ବ୍ଲକକୁ ୧ଶହ ୨୦ ସମଗ୍ର ଜିଲାରେ ମୋଟ ୧୧ ଶହ ୭o କୁଇଣ୍ଟାଲ ମାତ୍ର ଧାନବିହନ ବିହନ ନିଗମ ଡିଲରମାନଙ୍କୁ ବିକ୍ରି ହୋଇଥିବା ବେଳେ ଚାଷୀମାନେ ଡିଲରଙ୍କଠାରୁ ବୁଧବାର ସୁଦ୍ଧା ୧୬୨.୮ କୁଇଣ୍ଟାଲ ବିହନ କିଣିଥିବା ନିଗମର ଜୋନାଲ ମ୍ୟାନେଜର ସୁଦାମ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଜିଲାର ଗଭୀର ଓ ଲୁଣି ମିଶ୍ରିତ ଜମି ପାଇଁ ବର୍ଷା, ସରଳା ଓ ଲୁଣିଶ୍ରୀ କିସମର ଧାନ ବିହନ ମିଳୁ ନ ଥିବାରୁ ଅଧିକାଂଶ ଜମି ପଡିଆ ପଡିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କ୍ଷୋଭର ସହିତ କହିଛନ୍ତି। ବିହନ ନିଗମ ଯୋଗାଇ ଦେଇଥିବା ୧୦୦୯ ସାଗୁଆନ, କଳାଚମ୍ପା, ପୂଜା ଆଦି କିସମର ଧାନ ବିହନ ନିମ୍ନମାନର ଓ ଗଜା ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ବିଭାଗର ଜଟିଳ ନୀତି ଯୋଗୁ ବିହନ ନିଗମରେ ଆଶାତୀତ ଭାବେ ବିହନ ବିକ୍ରି ହେଉ ନ ଥିବାରୁ ଗୋଦାମ ଘରେ ଗଚ୍ଛିତ ଥିବା ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଅବିଳମ୍ବେ ଓଡିଶା ସରକାର କୃଷିବିଭାଗ ନୂତନ କୃଷିନୀତି ପ୍ରତ୍ୟାହାର କରିବା ସହିତ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ସବସିଡି ମାଧ୍ୟମରେ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ବିଭିନ୍ନ କୃଷକ ସଙ୍ଗଠନ ଦାବି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?